ETV Bharat / bharat

ଗଣତନ୍ତ୍ର ଦିବସ: ପ୍ରଥମ ଥର ଭାରତ ମାଟିରେ ମାର୍ଚ୍ଚ କରିବେ ବାଂଲାଦେଶ ସୈନିକ

author img

By

Published : Jan 24, 2021, 10:03 PM IST

କୋରୋନା ସଙ୍କଟ ମଧ୍ୟରେ ବି ଏଥର ଗଣତନ୍ତ୍ର ଦିବସ ରହିବ ବେଶ ଖାସ । କାରଣ ପ୍ରଥମ ଥର ପାଇଁ ଏହି ପରେଡରେ ସାମିଲ ହେବାକୁ ଯାଉଛନ୍ତି ବିଦେଶ ମାଟିର ସୈନିକ । ଅଧିକ ପଢନ୍ତୁ..

ପ୍ରଥମ ଥର ଗଣତନ୍ତ୍ର ଦିବସ ପରେଡରେ ସାମିଲ ହେବେ ବାଂଲାଦେଶ ସୈନିକ

ନୂଆଦିଲ୍ଲୀ: ଆଉ ଗୋଟିଏ ଦିନ ପରେ ଅର୍ଥାତ 26 ଜାନୁଆରୀରେ ଦେଶରେ ପାଳନ ହେବ ଗଣତନ୍ତ୍ର ଦିବସ । ମହାନ ଗଣତାନ୍ତ୍ରିକ ଦେଶ ଭାରତ ବର୍ଷର ଗୌରବ ବହନ କରୁଥିବା ଗଣତନ୍ତ୍ର ଦିବସ ପରେଡର ସାକ୍ଷୀ ରହିବ ରାଜଧାନୀ ଦିଲ୍ଲୀ ଓ ଏହାର ରାଜପଥ । କୋରୋନା ସଙ୍କଟ ମଧ୍ୟରେ ବି ଏଥର ଗଣତନ୍ତ୍ର ଦିବସ ରହିବ ବେଶ ଖାସ । କାରଣ ପ୍ରଥମ ଥର ପାଇଁ ଏହି ପରେଡରେ ସାମିଲ ହେବାକୁ ଯାଉଛନ୍ତି ବିଦେଶ ମାଟିର ସୈନିକ ।

ଚଳିତ ଥର ଗଣତନ୍ତ୍ର ଦିବସ ପରେଡରେ ଦେଖିବାକୁ ମିଳିବେ ପଡୋଶୀ ବାଂଲାଦେଶର ସୈନିକ । ବାଂଲାଦେଶ ସେନାର 122 ସୈନିକ ଭାରତୀୟ ଯବାନଙ୍କ ପାଦ ସହ ପାଦ ମିଶାଇ କରିବେ କଦମତାଲ । ଏହି ସମୟରେ ସେମାନେ କେବଳ ଗର୍ବ ଅନୁଭବ କରିବେ ତାହା ନୁହେଁ ବରଂ ପ୍ରଥମ ଥର ପାଇଁ ବାଂଲାଦେଶ ଗଠନରେ ଭାରତୀୟ ବୀର ଯବାନଙ୍କ ସର୍ବୋଚ୍ଚ ବଳୀଦାନଙ୍କ ପ୍ରତି କୃତଜ୍ଞତା ଅର୍ପଣ ପୂର୍ବକ ସମ୍ମାନରେ ସ୍ୟାଲୁଟ କରିବେ ବୋଲି କହିଛନ୍ତି ବାଂଲାଦେଶ ସେନାର କର୍ଣ୍ଣେଲ ମୋହତସିମ ହାଇଦର ଚୌଧୁରୀ ।

ଶନିବାର ପରେଡ ଅଭ୍ୟାସ ପର୍ଯ୍ୟାୟ ସମୟରେ ବାଂଲାଦେଶ ଆର୍ମି କର୍ଣ୍ଣେଲ ମୋହତସିମ ହାଇଦର ଚୌଧୁରୀ କହିଛନ୍ତି, ଭାରତର 72 ତମ ଗଣତନ୍ତ୍ର ଦିବସ ପରେଡରେ ସାମିଲ ହେବା ଆମ ପାଇଁ ଗର୍ବର ବିଷୟ । ଚଳିତ ବର୍ଷ ବାଂଲାଦେଶର ଜାତିର ପିତା ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ଜନ୍ମବାର୍ଷିକୀ ଓ ଦେଶର ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ବନ୍ଧୁଦେଶ ଭାରତର ପରେଡରେ ଅଂଶ ଗ୍ରହଣ କରି ଆମେ ଭାଗ୍ୟଶାଳୀ ବୋଲି ଚୌଧୁରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.