ETV Bharat / bharat

ଅନାସ୍ଥା ପୂର୍ବରୁ କୌଣସି ପରିସ୍ଥିତିରେ ଦେବିନି ଇସ୍ତଫା: ଇମ୍ରାନ

author img

By

Published : Mar 23, 2022, 10:12 PM IST

ପଦଚ୍ୟୁତ ହେବାର କାଉଣ୍ଟଡାଉନ ଆରମ୍ଭ ହୋଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ଦମ୍ଭୋକ୍ତି ଦେଖାଉଛନ୍ତି ଇମ୍ରାନ । କହିଲେ ଅନାସ୍ଥା ପୂର୍ବରୁ ଦେବେନି ଇସ୍ତଫା। ଅଧିକ ପଢନ୍ତୁ

ଅନାସ୍ଥା ପୂର୍ବରୁ କୌଣସି ପରିସ୍ଥିତିରେ ଇସ୍ତଫା ଦେବିନି: ଇମ୍ରାନ

ଇସଲାମାବାଦ: ପାକିସ୍ତାନରେ ଜାରି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗାଦି ଟଳମଳ ହେଉଥିବା ବେଳେ ଅନାସ୍ଥା ପୂର୍ବରୁ ସେ ଗାଦି ଛାଡିପାରନ୍ତି ବୋଲି ଚର୍ଚ୍ଚା ଲାଗିରହିଛି । ତେବେ ଏହା ପୂର୍ବରୁ ଇମ୍ରାନ ଦମ୍ଭୋକ୍ତି ଦେଖାଇଛନ୍ତି । ଆସନ୍ନ ପଦଚ୍ୟୁତ ଜାଣି ମଧ୍ୟ ଅନାସ୍ଥା ପୂର୍ବରୁ କୌଣସି ପରିସ୍ଥିତିରେ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ଇମ୍ରାନ କହିଛନ୍ତି ।

ଶୁକ୍ରବାର ସଂସଦରେ ଅନାସ୍ଥାର ସାମ୍ନା କରିବାକୁ ଯାଉଥିବା ଇମ୍ରାନ ଆଜି ଏହି ପ୍ରସଙ୍ଗରେ ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି । ବିରୋଧୀ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯାଉଛନ୍ତି । କିନ୍ତୁ ବିରୋଧୀ ସମସ୍ତ ଶକ୍ତି ଲଗାଇଲେ ମଧ୍ୟ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ କରିପାରିବେ ନାହିଁ ବୋଲି ଗଣମାଧ୍ୟକୁ ଦମ୍ଭୋକ୍ତି ଦେଖାଇଛନ୍ତି ଇମ୍ରାନ। ସେହିପରି ଅନାସ୍ଥା ପ୍ରସ୍ତାବ ପୂର୍ବରୁ ସେ ଇସ୍ତଫା ପାଇଁ ପ୍ରସ୍ତୁତ ହେଉଥିବା ପ୍ରଶ୍ନକୁ ଇମ୍ରାନ ଖଣ୍ଡନ କରିବା ସହ କୌଣସି ପରିସ୍ଥିତିରେ ଅନାସ୍ଥା ପୂର୍ବରୁ ସେ ଇସ୍ଥାଫା ଦେବା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ପାକିସ୍ତାନ ବାଚସ୍ପତି ଅନାସ୍ଥା ପ୍ରସ୍ତାବ ନେଇ 25 ତାରିଖରେ ସଂସଦ ଅଧିବେଶନ ଡାକିଛନ୍ତି । ଏହା ପୂର୍ବରୁ ଗଣମାଧ୍ୟମରେ ଭିନ୍ନଭିନ୍ନ ଚର୍ଚ୍ଚା ଲାଗି ରହିଛି । ପାକିସ୍ତାନ ସେନାର ନିର୍ଦ୍ଦେଶରେ ଇମ୍ରାନଙ୍କ କାଉଣ୍ଟଡାଉନ ଆରମ୍ଭ ହୋଇ ସାରିଥିବାବେଳେ ଅନାସ୍ଥା ପୂର୍ବରୁ ସେ ଇସ୍ତଫା ଦେଇପାରନ୍ତି ବୋଲି ଖବର ପ୍ରସାରଣ ହେଉଛି । ଗୋଟିଏ ପଟେ ଏମିିତି ଚର୍ଚ୍ଚା ଲାଗି ରହିଥିବାବେଳେ ପଦ ବଜାୟ ରଖିବା ନେଇ ଦମ୍ଭୋକ୍ତି ଦେଖାଉଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.