ETV Bharat / bharat

Pakistan Crisis: ଅନାସ୍ଥା ଭୋଟିଂ ନେଇ ସସପେନ୍ସ ଜାରି, ଜରୁରୀ କ୍ୟାବିନେଟ ବୈଠକ ଡାକିଲେ ଇମ୍ରାନ

ପାକିସ୍ତାନରେ ଆଜି ମଧ୍ୟ ଭୋଟିଂ ନେଇ ଅନିଶ୍ଚିତତା ଜାରି । ରାତି 9ରେ ଜରୁରୀ କ୍ୟାବିନେଟ ବୈଠକ ଡାକିଥିଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଅଧିକ ପଢନ୍ତୁ

author img

By

Published : Apr 9, 2022, 9:41 PM IST

pakisthan crisis: ଆଜି ମଧ୍ୟ ଭୋଟିଂ ନେଇ ଅନିଶ୍ଚିତତା ଜାରି, ଜରୁରୀ କ୍ୟାବିନେଟ ଡାକିଲେ ଇମ୍ରାନ

ଇସଲାମାବାଦ: ପାକିସ୍ତାନରେ ଲାଗିରହିଥିବା ରାଜନୈତିକ ସଙ୍କଟ ଦୂର ହେବା ପରିବର୍ତ୍ତେ ଆହୁରି ଜଟିଳ ହେବାରେ ଲାଗିଛି । ସର୍ବୋଚ୍ଚ କୋର୍ଟଙ୍କ ରାୟ ପରେ ଆଜି ଭୋଟିଂ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାବେଳେ ଭୋଟିଂ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି । ଅପରାହ୍ନରେ ଅନାସ୍ଥା ଆଲୋଚନା ହୋଇଥିବା ବେଳେ ରାତି 8ରେ ଗୃହରେ ଭୋଟିଂ ହେବାର କାର୍ଯ୍ୟସୂଚୀ ସ୍ଥିର କରାଯାଇଥିଲା । ତେବେ ବର୍ତ୍ତମାନ ଯାଏ ଗୃହକୁ ମୂଲତବୀ ରଖିଛନ୍ତି ବାଚସ୍ପତି ।

ଅନ୍ୟ ଘଟଣା କ୍ରମରେ ଆଜି ରାତି 9ଟାରେ କ୍ୟାବିନେଟ ବୈଠକ ଡାକିଥିଲେ ପ୍ରଧାମମନ୍ତ୍ରୀ ଇମ୍ରାନ । ଏହି ବୈଠକ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ହେବାକୁ ଥିବା ବେଳେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇ ପାରେ । ରାତି 8 ଟାରେ ଭୋଟିଂ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଯଦି ଭୋଟିଂ ହୁଏ ତେବେ ଇମ୍ରାନଙ୍କ ସତ୍ତା ବଞ୍ଚାଇବା ସମ୍ଭାବନା ଖୁବ କ୍ଷୀଣ ବୋଲି ବିଚାର କରାଯାଉଛି ।

ଅନ୍ୟପଟେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟକୁ ପୁଣିଥରେ ସମୀକ୍ଷା କରିବା ପାଇଁ ରିଭ୍ୟୁ ପିଟିସନ ମାଧ୍ୟମରେ କୋର୍ଟରେ ପୁନଶ୍ଚ ଦ୍ବାରସ୍ଥ ହୋଇଛି ଇମ୍ରାନଙ୍କ ଦଳ ପିଟିଆଇ । ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ବିରୋଧରେ ଆସିଥିବା ଅନାସ୍ଥାକୁ ବାଚସ୍ପତି ଖାରଜ କରିବା ନିଷ୍ପତ୍ତିକୁ ଅସାମ୍ବିଧାନିକ ଦର୍ଶାଇବା ସହ ନିଷ୍ପତ୍ତିକୁ ରଦ୍ଦ କରିଥିଲେ। ପୁଣି ଥରେ ଅନାସ୍ଥାରେ ଭୋଟିଂ କରିବା ନେଇ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଆଜି ଭୋଟିଂ ପାଇଁ ତାରିଖ ସ୍ଥିର ହୋଇଥିଲା ।

ପାକିସ୍ତାନର ସଂସଦରେ 342 ସିଟ୍ ଥିବାବେଳେ ବର୍ତ୍ତମାନ 172ରୁ ଅଧିକ ଭୋଟ ବିରୋଧୀଙ୍କ ନିକଟରେ ରହିଛି ବୋଲି ବିରୋଧୀଦଳ ଦାବି କରିଛି । ଅନ୍ୟ ପଟେ ନିଜର ଗରିଷ୍ଠତା ନଥିବା ଜାଣିସାରି ସରକାର ଭୋଟିଂ ପ୍ରକ୍ରିୟା ବିଳମ୍ବିତ କରି ଚାଲିଥିବା ମଧ୍ୟ ବିରୋଧୀ ଅଭିଯୋଗ କରିଆସିଛନ୍ତି । ତାହାରି ମଧ୍ୟରେ ଆଜି ଭୋଟିଂ ହୋଇ ପାରୁଛି କି ନାହିଁ ତାକୁ ସମସ୍ତଙ୍କ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.