ETV Bharat / bharat

ନୂଆ ଭୂତାଣୁ ସହ ଲଢିବାରେ କୋରୋନା ଟୀକା ପ୍ରଭାବଶାଳୀ: ସିସିଏମବି ନିର୍ଦ୍ଦେଶକ - ହାଇଦ୍ରାବାଦ

ବର୍ତ୍ତମାନ ଦେଶରେ ବ୍ରିଟେନ ଭାଇରସ ନୂତନ ଷ୍ଟ୍ରେନ ପ୍ରବେଶ କରିଛି ସତ ହେଲେ ଏହା ଦେଶବ୍ୟାପି ଅଧିକ ନୁହେଁ ବୋଲି କହିଛନ୍ତି ସିସିଏମବିର ମହାନିର୍ଦ୍ଦେଶକ । ଅଧିକ ପଢନ୍ତୁ...

କୋରୋନା ଟୀକା ପ୍ରଭାବଶାଳୀ ହେବ
କୋରୋନା ଟୀକା ପ୍ରଭାବଶାଳୀ ହେବ
author img

By

Published : Jan 11, 2021, 12:02 PM IST

ହାଇଦ୍ରାବାଦ: କୋରୋନାର ନୂଆ ଷ୍ଟ୍ରେନକୁ ନେଇ ଚିନ୍ତାରେ ଦେଶବାସୀ । କୋରୋନାର ଦ୍ବିତୀୟ ସଂକ୍ରମଣରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କର ଅଧିକାଂଶ ମାମଲା ନେଗେଟିଭ ବୋଲି ଏକ ପରୀକ୍ଷାରୁ ଜଣାପଡିଥିବା କହିଛନ୍ତି ସିସିଏମବିର ନିର୍ଦ୍ଦେଶକ ।

କେତେକ ମାମଲାରେ ରୋଗୀଙ୍କ ଶରୀରରେ ଜୀବାଣୁ ରହିଥାଏ । ପରୀକ୍ଷା ପରେ ତାହା ପଜିଟିଭ ବାହାରିଥାଏ । ଯଦିଓ ଦେଶରେ ନୂଆ ପଜିଟିଭ ମାମଲା ହ୍ରାସ ପାଉଛି, ତଥାପି ଭାରତରେ କ୍ରମାଗତ ଭାବେ ବିଶ୍ବରେ ସର୍ବାଧିକ ପଜିଟିଭ ଚିହ୍ନଟ ହେଉଛନ୍ତି । ବର୍ତ୍ତମାନ ଦେଶରେ ବ୍ରିଟେନ ଭାଇରସ ନୂତନ ଷ୍ଟ୍ରେନ ପ୍ରବେଶ କରିଛି ସତ ହେଲେ ଏହାର ବିସ୍ତାର ସେତେ ପରିମାଣର ହେଇନାହିଁ ।

କୋରାେନାର ଏହି ଦ୍ବିତୀୟ ଷ୍ଟ୍ରେନ ଦେଶବ୍ୟାପି ଅଧିକ ନୁହେଁ । କିନ୍ତୁ ଏହାର ବିସ୍ତାର ହୋଇପାରିବ ନାହିଁ ବୋଲି ଆମେ ନିଶ୍ଚିନ୍ତ ହୋଇପାରିବା ନାହିଁ । ଏଥିପ୍ରତି ଆମେ ସର୍ତକ ଓ ସଚେତନ ରହିବା ଆବଶ୍ୟକ ବୋଲି କହିଛନ୍ତି ସିସିଏମବି ମୁଖ୍ୟ ।

ଦେଶବ୍ୟାପୀ କୋରାେନା ଟୀକାକରଣ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହି ଟୀକା କୋରୋନାର ନୂଆ ଷ୍ଟ୍ରେନ ଉପରେ ପ୍ରଭାବଶାଳୀ ହେବା ସହ ଭଲ କାମ କରିବ ବୋଲି ଘୋଷଣା କରିଛି ଫାଇଜର । ଏହା ସହ ଆମ ଦେଶରେ ଉତ୍ପାଦନ ହେଉଥିବା ଟୀକା ଅଧିକ ଶକ୍ତିଶାଳୀ ହେବ ବୋଲି କହିଛନ୍ତି ସିସିଏମବି ମୁଖ୍ୟ ରାକେଶ ମିଶ୍ର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.