ETV Bharat / bharat

ଆଗାମୀ 5 ଦିନରେ ପୂର୍ବୋତ୍ତର ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା

author img

By

Published : Mar 29, 2021, 11:50 AM IST

ଆସନ୍ତା 5 ଦିନ ମଧ୍ୟରେ ଆସାମ, ମେଘାଳୟ, ତ୍ରିପୁରା ଏବଂ ମିଜୋରାମରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଏପ୍ରିଲ୍ 2 ପର୍ଯ୍ୟନ୍ତ ରାଜ୍ୟ ଗୁଡିକରେ ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଦେଇଛି ବିଭାଗ । ଅଧିକ ପଢନ୍ତୁ...

ଭାରତୀୟ ପାଣିପାଗ ବିଭାଗ
ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଆସନ୍ତା 5 ଦିନ ମଧ୍ୟରେ ଆସାମ, ମେଘାଳୟ, ତ୍ରିପୁରା ଏବଂ ମିଜୋରାମରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଏପ୍ରିଲ୍ 2 ପର୍ଯ୍ୟନ୍ତ ରାଜ୍ୟ ଗୁଡିକରେ ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଦେଇଛି ବିଭାଗ । ଏହା ମଧ୍ୟ କୁହାଯାଇଛି ଯେ ପ୍ରବଳ ବର୍ଷା ଦ୍ୱାରା ଆସାମ, ମେଘାଳୟ, ତ୍ରିପୁରା ଏବଂ ମିଜୋରାମର କେତେକ ସ୍ଥାନରେ ସ୍ଥାନୀୟ ଭୂସ୍ଖଳନ, କାଦୁଅ, ରାସ୍ତାଘାଟର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ।

ବିଭାଗ କହିଛି ଯେ ବଙ୍ଗୋପସାଗରରୁ ନିମ୍ନ ସ୍ତରର ଦକ୍ଷିଣ-ପଶ୍ଚିମ ବାୟୁର ପ୍ରଭାବ ଯୋଗୁଁ ଉତ୍ତର-ପୂର୍ବ ଭାରତ ଉପରେ ବଜ୍ରପାତ କିମ୍ବା ବର୍ଷା ହେବାର ସମ୍ଭାବନା ରହିଛି। ବଜ୍ରପାତ, କୁଆପଥର ଏବଂ ଘୂର୍ଣ୍ଣିବଳୟ ସହିତ ଏହାର ଗତି 40-50 କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବା ନେଇ ପାଣିପାଗ ବିଭାଗ ମଧ୍ୟ ଚେତାବନୀ ଦେଇଛି ।

ବିଭାଗ ପୂର୍ବାନୁମାନ କରିଛି ଯେ ପ୍ରବଳ ପବନ ହେବା ଦ୍ବାରା ଉଦ୍ୟାନ, କୃଷି ଏବଂ ଫସଲକୁ କ୍ଷତି ପହଞ୍ଚାଇପାରେ । ପାଣିପାଗ ବିଭାଗ ଦ୍ବାରା ଲୋକଙ୍କୁ ଘର ଭିତରେ ରହିବାକୁ ଏବଂ ଯାତ୍ରା ଠାରୁ ଦୂରେଇ ରହିବାକୁ ଚେତାବନୀ ଦିଆଯାଇଛି । ବିଦ୍ୟୁତ୍ ଦ୍ବାରା ପରିଚାଳିତ ସମସ୍ତ ବସ୍ତୁଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛି ବିଭାଗ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.