ETV Bharat / bharat

ଚେନ୍ନାଇରେ ଚହଳ: ଜୟଲଳିତାଙ୍କୁ ନିଜ ମା' କହିଲେ ମହିଳା

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ଜୟଲଳିତାଙ୍କୁ ନିଜ ମା' ବୋଲି କହିଲେ ମହିଳା । ମହିଳାଙ୍କ ଏଭଳି ବୟାନକୁ ନେଇ ହେଉଛି ଚର୍ଚ୍ଚା । ଅଧିକ ପଢନ୍ତୁ...

author img

By

Published : Nov 7, 2021, 5:32 PM IST

ଚେନ୍ନାଇରେ ଚହଳ: ଜୟଲଳିତାଙ୍କୁ ନିଜ ମା' କହିଲେ ମହିଳା
ଚେନ୍ନାଇରେ ଚହଳ: ଜୟଲଳିତାଙ୍କୁ ନିଜ ମା' କହିଲେ ମହିଳା

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା କେବେ ବିବାହ କରିନଥିବା ବେଳେ ମୃତ୍ୟୁ ପର୍ଯ୍ୟନ୍ତ ସେ ଏକାକୀ ରହିଥିଲେ । ଏପଟେ ନିଜକୁ ଜୟଲଳିତାଙ୍କ ଝିଅ ବୋଲି ଦାବି କରିଛନ୍ତି ଜଣେ ମହିଳା । ଫଳରେ ଏହି ଘଟଣାକୁ ନେଇ ଏବେ ଚେନ୍ନାଇରେ ପଡ଼ିଛି ଚହଳ । ସମୟ ଆସିଲେ ସେ ଜୟଲଳିତାଙ୍କ ଝିଅ ବୋଲି ପ୍ରମାଣିତ କରିବେ ବୋଲି ମହିଳା ଦେଇଛନ୍ତି ଦୃଢୋକ୍ତି ।

ଚେନ୍ନାଇର ପଲ୍ଲବରମଠାରେ ରୁହନ୍ତି ପ୍ରେମା । ତେବେ ସେ ଶନିବାର ସ୍ବର୍ଗତଃ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ନିଜର ମା' ବୋଲି କହିଛନ୍ତି ସେ । ସେ ମରିନାରେ ଥିବା ଜୟଲଳିତାଙ୍କ ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଦେବା ପରେ ଗଣମାଧ୍ୟମକୁ ଏପରି କହିଥିଲେ । ମୁଁ ମହୀଶୂରରେ ଜନ୍ମଗ୍ରହଣ କରିଛି । କିନ୍ତୁ ଚେନ୍ନାଇରେ ମୁଁ ଗତ ୩୦ ବର୍ଷ ଧରି ବାସ କରୁଛି । ସମୟ ଆସିଲେ ମୁଁ ଜୟଲଳିତାଙ୍କ ଝିଅ ବୋଲି ପ୍ରମାଣିତ କରିବି । ମୁଁ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଶଶିକଳାଙ୍କୁ ଭେଟିବାକୁ ଯାଉଛି । ତେବେ ମୋତେ ଯେଉଁ ପିତାମାତା ପାଳନ କରିଥିଲେ ସେମାନଙ୍କ ଦେହାନ୍ତ ଘଟିଛି " ବୋଲି ପ୍ରେମା କହିଥିଲେ ।

ସେପଟେ ଜୟଲଳିତାଙ୍କୁ ତାଙ୍କୁ 'ବେବି' ବୋଲି ସମ୍ବୋଧନ କରନ୍ତି । ସେ ଆପୋଲା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେ ତାଙ୍କୁ ଭେଟିଥିଲେ ବୋଲି କହିଥିଲେ । ଜୟଲଳିତାଙ୍କ ସହାୟକ ମୁଥୁସ୍ବାମୀ ତାଙ୍କୁ ସେହି ସମୟରେ ଡାକିଥିଲେ । ସେହି ସମୟରେ ଜୟଲଳିତାଙ୍କୁ ତାଙ୍କୁ ସ୍ନେହ କରିଥିଲେ । ଆଉ ଥରେ ସେ ପୋଏଜ ଗାର୍ଡେନ ହାଉସରେ ଜୟଲଳିତାଙ୍କୁ ଭେଟିଥିଲେ ବୋଲି କହିଛନ୍ତି ।

ପ୍ରେମାଙ୍କ ଏହି ବୟାନକୁ ନେଇ ଏବେ ଚର୍ଚ୍ଚା ହେଉଛି । କାରଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ବିବାହ କରିନଥିବା ବେଳେ ସେ ମୃତ୍ୟୁ ପର୍ଯ୍ୟନ୍ତ ଏକାକୀ ରହୁଥିଲେ । ତାଙ୍କର କୌଣସି ସନ୍ତାନ ନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.