ETV Bharat / bharat

Manipur Violence: ମଣିପୁର ହିଂସା ପାଇଁ ଦାୟୀ ମିଆଁମାରର ପ୍ରବାସୀ - ଜେଏନୟୁ ପ୍ରଫେସର ଭଗତ ଓଇନମ

ମିଆଁମାରରୁ ଅବୈଧ ଭାବେ ଆସିଥିବା ପ୍ରବାସୀ ମଣିପୁର ହିଂସା ପାଇଁ ଦାୟୀ । କୁକି ସମ୍ପ୍ରଦାୟଙ୍କ ପାଇଁ ହିଂସା ସୃଷ୍ଟି ହୋଇଥିବା ଅଭିଯୋଗ କଲେ ମେଇତି ଗୋଷ୍ଠୀ । ଅଧିକ ପଢନ୍ତୁ

Manipur violence
Manipur violence
author img

By

Published : May 10, 2023, 11:20 AM IST

ନୂଆଦିଲ୍ଲୀ: ମଣିପୁରରେ ହିଂସା ପାଇଁ ମିଆଁମାର ପ୍ରବାସୀ ଦାୟୀ । ମିଆଁମାରରୁ ଅବୈଧ ଭାବେ ମଣିପୁର ଆସିଥିବା କୁକି ସମ୍ପ୍ରଦାୟ ରାଜ୍ୟରେ ହିଂସା ସୃଷ୍ଟି କରିଛନ୍ତି । ଆଦିବାସୀ ଓ ଅଣ-ଆଦିବାସୀ ମଧ୍ୟରେ ସଂଘର୍ଷ ଯୋଗୁଁ ସୃଷ୍ଟି ହିଂସାକାଣ୍ଡ ଘଟଣାରେ ଏଭଳି ଅଭିଯୋଗ ଆଣିଛି ଦିଲ୍ଲୀ ମଣିପୁରୀ ସୋସାଇଟି ଏବଂ ପିପୁଲ୍ସ ଆଲିଏନ୍ସ ଫର୍ ପିସ୍ ଆଣ୍ଡ ପ୍ରୋଗ୍ରେସ ମଣିପୁର ସଂଗଠନ । ହିଂସା ପଛରେ ସୁଚିନ୍ତିତ ଷଡଯନ୍ତ୍ର ଥିଲା ବୋଲି ଏହି ସଂଗଠନ ଅଭିଯୋଗ କରିଛି ।

ଦୁଇଟି ଯାକ ସଂଗଠନ ମେଇତି ସମ୍ପ୍ରଦାୟ ସପକ୍ଷରେ ବାହାରି କୁକି ସମ୍ପ୍ରଦାୟ ବିରୋଧିରେ ବିଷୋଦଗାର୍ କରିଛନ୍ତି । ଦିଲ୍ଲୀ ମଣିପୁର ସୋସାଇଟି ସଦସ୍ୟ ତଥା ଜବହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର(JNU) ପ୍ରଫେସର ଭଗତ ଓଇନମ ଅଭିଯୋଗ କରିଛନ୍ତି ଯେ, ଷଡଯନ୍ତ୍ର କରାଯାଇ ମଣିପୁରରେ ହିଂସା ସୃଷ୍ଟି ହୋଇଛି । ମିଆଁମାରରୁ ଆସିଥିବା କୁକି ଲୋକମାନେ ନିଜକୁ ଭୋଟର ଭାବେ ପଞ୍ଜିକୃତ କରି ଅନ୍ୟମାନଙ୍କ ଉପରେ ଆଧିପତ୍ୟ ଜାହିର୍ କରିବାକୁ ଚେଷ୍ଟା କରୁଛନ୍ତି । ଏହି କାରଣରୁ ରାଜ୍ୟରେ ହିଂସା ଉପୁଜିଲା ଏବଂ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କୁ ଟାର୍ଗେଟ କରାଗଲା ।

ଓଇନମ ଆହୁରି ମଧ୍ୟ କହିଛନ୍ତି ଯେ, ପଡୋଶୀ ମିଆଁମାରରୁ ବେଆଇନ ଭାବେ ଆସିଥିବା କୁକି ସମ୍ପ୍ରଦାୟର ଲୋକେ ରାଜ୍ୟରେ କେନ୍ଦ୍ରୀୟ ସରକାରୀ ଚାକିରି ପାଇଛନ୍ତି । ମଣିପୁରରେ ସମୁଦାୟ ଜନସଂଖ୍ୟାର ୫୩ ପ୍ରତିଶତ ହେଉଛନ୍ତି ମେଇତି ସମ୍ପ୍ରଦାୟ ଏବଂ ସେମାନେ ମୁଖ୍ୟତଃ ଇମ୍ଫାଲ ଉପତ୍ୟାକାରେ ବସବାସ କରୁଛନ୍ତି । ବାକି ୪୦ ପ୍ରତିଶତ ଜନସଂଖ୍ୟା ନାଗା ଓ କୁକି ସମ୍ପ୍ରଦାୟ ଅଟନ୍ତି । ବିଭିନ୍ନ ପାହାଡି ଜିଲ୍ଲାରେ ସେମାନଙ୍କର ବସତି ରହିଛି । ତେଣୁ କୁକି ସମୁଦାୟ ଡରୁଛନ୍ତି ଯଦି ମେଇତି ସମ୍ପ୍ରଦାୟକୁ ଏସଟି ମାନ୍ୟତା ମିଳେ ତାହାହେଲେ ତାଙ୍କର ଚାକିରି ବିପଦରେ ପଡିବ । ସେଥିପାଇଁ ହିଂସାକାଣ୍ଡ ଘଟାଇଛନ୍ତି ।

ମଣିପୁର ହିଂସାରେ ଡ୍ରଗ୍ସ ମାଫିଆଙ୍କ ମଧ୍ୟ ବଡ ଭୂମିକା ରହିଛି । ବିଜେପି ସରକାର ମଣିପୁରରେ ଡ୍ରଗ୍ସ ମାଫିଆ ଉପରେ କଠୋକ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ତେଣୁ ଏଥିରେ ସେମାନେ ରାଗି ଯାଇ ହିଂସା ଉସକାଇ ଥିଲେ ବୋଲି ପ୍ରଫେସର ଅଭିଯୋଗ କରିଛନ୍ତି । ଏହାସହିତ ମେଇତି ସମ୍ପ୍ରଦାୟର କିଛି ଲୋକେ ଚୁରଚନ୍ଦପୁର ଜିଲ୍ଲାରେ ଫସି ରହିଥିବାବେଳେ ଠିକ୍ ସମୟରେ ସେମାନଙ୍କୁ ସହାୟତା କରାଯାଇ ନଥିଲା । ଯଦି ସରକାର ସହାୟତା କରିଥାନ୍ତେ ଓ ହିଂସା ନିୟନ୍ତ୍ରଣ କରିଥାନ୍ତେ ତେବେ ଏତେ ବଡ ଅଘଟଣ ଘଟିନଥାନ୍ତା ବୋଲି ଓଇନମ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୩ ତାରିଖରେ ମଣିପୁରରେ ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା । ଅଣ ଆଦିବାସୀ ମେଇତି ସମ୍ପ୍ରଦାୟ ନିଜକୁ ଅନୁସୂଚିତ ଜାତି ମାନ୍ୟତା ଦାବି କରୁଥିବାବେଳେ ଏହାକୁ ବିରୋଧ କରୁଛନ୍ତି ରାଜ୍ୟର ଆଦିବାସୀ ସମ୍ପ୍ରଦାୟ । ମେଇତି ସମ୍ପ୍ରଦାୟର ଦାବିକୁ ବିରୋଧ କରି ୧୦ଟି ଜିଲ୍ଲାରେ ଆଦିବାସୀ ଏକତା ମାର୍ଚ୍ଚ ଚାଲିଥିବା ବେଳେ ହିଂସାକାଣ୍ଡ ଘଟିଥିଲା । ଯାହା ସାରା ରାଜ୍ୟକୁ ବ୍ୟାପି ଯାଇଥିଲା । ଚାରିଆଡେ ପୋଡାଜଳା, ଭଙ୍ଗାରୁଜା, ହତ୍ୟା ଯୋଗୁଁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.