ନୂଆଦିଲ୍ଲୀ: ଗୋଆରେ ଆୟୋଜିତ 53ତମ ଅନ୍ତର୍ଜାତୀୟ ଭାରତୀୟ ଫିଲ୍ମ ଫେଷ୍ଟିଭାଲ (IFFI)ରେ ଜୁରୀ ହେଡ ତଥା ଇସ୍ରାଏଲି ଫିଲ୍ମ ମେକର ନାଭାଦ ଲାପିଡଙ୍କ (Nadav Lapid) ଚଳଚ୍ଚିତ୍ର ‘‘କାଶ୍ମୀର ଫାଇଲ୍ସ’’ ସମ୍ପର୍କରେ ବିବାଦୀୟ ବୟାନ ପରେ ଭାରତରେ ଏହାକୁ ବିରୋଧ କରାଯିବା ଆରମ୍ଭ କରାଗଲାଣି (controversial remarks for Kashmir Files)। ଚଳଚ୍ଚିତ୍ରର ନିର୍ମାତା ତଥା ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏହି ମନ୍ତବ୍ୟ ବିରୋଧରେ ବର୍ଷିବା ସହ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସେହିପରି ଭାରତରେ ଆୟୋଜିତ କାର୍ଯ୍ୟକ୍ରମ ମଞ୍ଚରେ ଏପରି ମନ୍ତବ୍ୟ ଆତଙ୍କବାଦକୁ ସିଧା ସମର୍ଥନ ବୋଲି ଅଗ୍ନିହୋତ୍ରୀ କହିଛନ୍ତି । ସେହିପରି ଏହି ଆତଙ୍କବାଦ ଓ ଅର୍ବାନ ନକ୍ସଲ ଚିନ୍ତାଧାରାକୁ ସମର୍ଥନ କରୁଥିବା ବ୍ୟକ୍ତି କିମ୍ବା ଶକ୍ତି ତାଙ୍କୁ ରୋକିପାରିବେ ନାହିଁ ବୋଲି ମଧ୍ୟ ବିବେକ କହିଛନ୍ତି (IFFI Jury Head controversial remarks)।
-
Terror supporters and Genocide deniers can never silence me.
— Vivek Ranjan Agnihotri (@vivekagnihotri) November 29, 2022 " class="align-text-top noRightClick twitterSection" data="
Jai Hind. #TheKashmirFiles #ATrueStory pic.twitter.com/jMYyyenflc
">Terror supporters and Genocide deniers can never silence me.
— Vivek Ranjan Agnihotri (@vivekagnihotri) November 29, 2022
Jai Hind. #TheKashmirFiles #ATrueStory pic.twitter.com/jMYyyenflcTerror supporters and Genocide deniers can never silence me.
— Vivek Ranjan Agnihotri (@vivekagnihotri) November 29, 2022
Jai Hind. #TheKashmirFiles #ATrueStory pic.twitter.com/jMYyyenflc
ବିବେକ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସିନେମା ନିର୍ମାଣ କରିବା ଯୋଜନା ଆରମ୍ଭ ହେବାରୁ ତାଙ୍କୁ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିରୋଧ କରି ଆସୁଛନ୍ତି । ଏହି ସିନେମାକୁ ପ୍ରୋପାଗଣ୍ଡା ବୋଲି ଅଭିଯୋଗ କରି ଆସୁଛନ୍ତି । କାଶ୍ମୀର ଫାଇଲ୍ସର କାହାଣୀ ପ୍ରସ୍ତୁତ ହେବା ପୂର୍ବରୁ ଘାଟିରେ ଏପରି କାଣ୍ଡର ପ୍ରତ୍ୟେକ୍ଷ ଶିକାର ହୋଇଥିବା 700 କାଶ୍ମୀର ପଣ୍ଡିତ ପରିବାର ସହ ଆଲୋଚନା କରାଯାଇଥିଲା । ଘଟଣା ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା । କ’ଣ ପୀଡିତମାନେ ପ୍ରୋପାଗଣ୍ଡାର ଅଂଶବିଶେଷ ବୋଲି ପ୍ରଶ୍ନ କରିଛନ୍ତି ବିବେକ । ସେହିପରି ଏବେ ମଧ୍ୟ କାଶ୍ମୀରରେ ହାତଗଣତି ହିନ୍ଦୁ ଥିବା ବେଳେ ସେମାନଙ୍କୁ ମଧ୍ୟ ଖୋଜି ଖୋଜି ହତ୍ୟା କରାଯାଉଛି ବୋଲି ଅଗ୍ନିହୋତ୍ରୀ ଏକ ଭିଡିଓ ବାର୍ତ୍ତାରେ ପ୍ରକାଶ କରିଛନ୍ତି ।
-
‘कश्मीर फ़ाइल्स’ का सच कुछ लोगो के गले में एक काँटे की तरह अटक गया है।वो ना उसे निगल पा रहे है ना उगल! इस सच को झूठा साबित करने के लिए उनकी आत्मा,जो मर चुकी है, बुरी तरह से छटपटा रही है।पर हमारी ये फ़िल्म अब एक आंदोलन है फ़िल्म नहीं।तुच्छ #Toolkit गैंग वाले लाख कोशिश करते रहें।🙏 pic.twitter.com/ysKwCraejt
— Anupam Kher (@AnupamPKher) November 29, 2022 " class="align-text-top noRightClick twitterSection" data="
">‘कश्मीर फ़ाइल्स’ का सच कुछ लोगो के गले में एक काँटे की तरह अटक गया है।वो ना उसे निगल पा रहे है ना उगल! इस सच को झूठा साबित करने के लिए उनकी आत्मा,जो मर चुकी है, बुरी तरह से छटपटा रही है।पर हमारी ये फ़िल्म अब एक आंदोलन है फ़िल्म नहीं।तुच्छ #Toolkit गैंग वाले लाख कोशिश करते रहें।🙏 pic.twitter.com/ysKwCraejt
— Anupam Kher (@AnupamPKher) November 29, 2022‘कश्मीर फ़ाइल्स’ का सच कुछ लोगो के गले में एक काँटे की तरह अटक गया है।वो ना उसे निगल पा रहे है ना उगल! इस सच को झूठा साबित करने के लिए उनकी आत्मा,जो मर चुकी है, बुरी तरह से छटपटा रही है।पर हमारी ये फ़िल्म अब एक आंदोलन है फ़िल्म नहीं।तुच्छ #Toolkit गैंग वाले लाख कोशिश करते रहें।🙏 pic.twitter.com/ysKwCraejt
— Anupam Kher (@AnupamPKher) November 29, 2022
ତେବେ ଜୁରୀ ହେଡ ଲାପିଡ ମତାମତ ପରେ ବରିଷ୍ଠ ଅଭିନେତା ତଥା କାଶ୍ମୀର ଫାଇଲ୍ସ ଚଳଚିତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ଅନୁପମ ଖେର ମଧ୍ଯ ଏହି ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇବା ସହ ଏପରି ଶବ୍ଦ ବ୍ୟବହାରକୁ ନେଇ କଡା ଆପତ୍ତି ଉଠାଇଛନ୍ତି । ଖେର କହିଛନ୍ତି ଜଣେ ଜୁରୀ ସଦସ୍ୟ ସିନେମା ପ୍ରତି ‘‘ଅଶ୍ଳୀଳ କିମ୍ବା ପ୍ରୋପାଗଣ୍ଡା’’ ଶବ୍ଦ ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ । ଏପରି ଶବ୍ଦ ବ୍ୟବହାର କରିଥିବା ବ୍ୟକ୍ତି ନିଜେ ନିଶ୍ଚୟ ଅଶ୍ଳୀଳ ବୋଲି ଖେର କହିଛନ୍ତି । IFFI ପରି ମଞ୍ଚରେ ଏପରି ଶବ୍ଦ ବ୍ୟବହାର କରି ମନ୍ତବ୍ୟ ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଖେର କହିଛନ୍ତି ।
ତେବେ ଗୋଆରେ ଆୟୋଜିତ 53ତମ ଅନ୍ତର୍ଜାତୀୟ ଭାରତୀୟ ଫିଲ୍ମ ଫେଷ୍ଟିଭାଲ (IFFI)ର ଉଦଜାପନୀ ଦିବସରେ ଜୁରୀ ପ୍ୟାନେଲର ମୁଖ୍ୟ ଥିବା ଇସ୍ରାଏଲି ଫିଲ୍ମ ମେକର ନାଭାଦ ଲାପିଡ ଏପରି ମନ୍ତବ୍ୟ ଦେଇଥିଲେ । ସେ କାଶ୍ମୀର ଫାଇଲ୍ସ ଚଳଚିତ୍ରକୁ ଏକ ଅଶ୍ଳୀଳ ତଥା ପ୍ରୋପାଗଣ୍ଡା ସିନେମା ବୋଲି କହିଥିଲେ । ଯାହାକୁ ନେଇ ତାଙ୍କୁ ବିଭିନ୍ନ ଆଡୁ ସମାଲୋଚିତ ହେବାକୁ ପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ