ନୂଆଦିଲ୍ଲୀ: ମହାମାରୀ କୋରୋନାର ଉତ୍କଟ ସ୍ଥିତି ଉପରେ ସମୀକ୍ଷା ପାଇଁ ବୈଠକ ପରେ ବୈଠକ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କ୍ରମରେ କୋଭିଡ ସ୍ଥିତିକୁ ନେଇ 11 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।
କୋରୋନା ଯୁଦ୍ଧରେ ଅଧିକ ଶକ୍ତି ଲଗାଇ ଏବଂ ଏକଜୁଟ ହୋଇ କାମ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ ଦେଶରେ ଅକ୍ସିଜେନର ଅଭାବ ଦୂର କରିବା ନେଇ ସମସ୍ତ ପ୍ରକାରର ସହଯୋଗର ପ୍ରତିଶ୍ରୃତି ଦେଇଛନ୍ତି ମୋଦି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ସଙ୍କଟର ଏହି ସମୟରେ ରାଜ୍ୟ ସହିତ ରହିଛନ୍ତି କେନ୍ଦ୍ର ସରକାର । ଏହାସହିତ ଅକ୍ସିଜେନ, ଔଷଧ, ଇଞ୍ଜେକ୍ସନ କଳାବଜାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।