ETV Bharat / bharat

ବିହାରରେ ନକ୍ସଲଙ୍କ ଆକ୍ରମଣ ଉଦ୍ୟମ ପଣ୍ଡ, ପାଣ୍ଡ୍ରା ପାହାଡ଼ରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ - ପାଣ୍ଡ୍ରା ପାହାଡରେ ସର୍ଚ୍ଚ ଅପରେସନ

ଗୟା ଜିଲ୍ଲାର ଲୁଟୁଆରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର ରଚିଥିଲେ ମାଓବାଦୀ । ପାଣ୍ଡ୍ରା ପାହାଡ଼ରେ ସର୍ଚ୍ଚ ଅପରେସନ ସମୟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ । ଅଧିକ ପଢନ୍ତୁ

gaya search operation of security forces

author img

By ETV Bharat Odisha Team

Published : Aug 29, 2023, 11:05 AM IST

ପାଟନା: ବିହାରର ଗୟାରେ ସୁରକ୍ଷା ବାହିନୀକୁ ସଫଳତା । ନକ୍ସଲଙ୍କ ଆକ୍ରମଣ ଉଦ୍ୟମ ପଣ୍ଡ କଲେ ସୁରକ୍ଷା ବାହିନୀ । ସର୍ଚ୍ଚ ଅପରେସନ ସମୟରେ ବିପୁଳ ପରିମାଣର ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଆଇଇଡି, କାର୍ଟ୍ରିଜ ଡିଟୋନେଟର ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷା ବଳ । ନକ୍ସଲ ସଂଗଠନଗୁଡ଼ିକ ସୁରକ୍ଷା ବାହିନୀ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର କରୁଥିବା ବେଳେ ଏହା ପଣ୍ଡ ହୋଇଛି ।

ଗୟା ଏସ୍‌ଏସ୍‌ପି ଆଶିଷ ଭାରତୀଙ୍କ ନେତୃତ୍ବରେ ଏଏସ୍‌ପି ଅଭିଯାନ ଆରମ୍ଭ ହୋଇଥିଲା । ଏଥିରେ କୋବ୍ରା 205, ସିଆରପିଏଫ 159 ବାଟାଲିୟନ୍, ଏସ୍‌ଟିଏଫ୍‌ ଏବଂ ଜିଲ୍ଲା ପୋଲିସକୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ପରେ ସୁରକ୍ଷା ବାହିନୀର ସ୍ୱତନ୍ତ୍ର ଟିମ୍ ଲୁଟୁଆ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା । ଲୁଟୁଆ ପୋଲିସ ଷ୍ଟେସନ ଅଧୀନରେ ଥିବା ପାଣ୍ଡ୍ରାର ପାହାଡ଼ ଏବଂ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ସମୟରେ ଗୋଟିଏ ସ୍ଥାନରୁ 303 ରାଇଫଲ, 100 ରାଉଣ୍ଡ 7.62 ମିଲିମିଟର କାର୍ଟ୍ରିଜ ଜବତ କରାଯାଇଥିଲା । ଇନ୍‌ପୁଟ୍‌ ଆଧାରରେ ସୁରକ୍ଷା ବାହିନୀ ଦ୍ବାରା ପାଣ୍ଡ୍ରା ପାହାଡ଼ରେ ଅନ୍ୟ ଏକ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଥିଲା ।

ଏହା ମଧ୍ୟ ପଢନ୍ତୁ-ସୁରକ୍ଷାକର୍ମୀଙ୍କୁ ସଫଳତା: ଲୋହର୍ଡାଗା ଜଙ୍ଗଲରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ

ତେବେ ସର୍ଚ୍ଚ ଅପରେସନ ସମୟରେ 3ଟି ଆଇଇଡି ଜବତ କରାଯାଇଥିବା ବେଳେ ସେଗୁଡ଼ିକୁ ନିଷ୍କ୍ରିୟ କରାଯାଇଥିଲା । ତେବେ ପାହାଡ଼ ମଧ୍ୟରେ ଥିବା ଗୁମ୍ଫାରେ ନକ୍ସଲ ଲୁଚି ରହିଥିବା ସନ୍ଦେହ କରିଥିଲା ସୁରକ୍ଷା ବାହିନୀ । ଗୁମ୍ପାରେ ଚଢ଼ାଉ ସମୟରେ ସେଠାରୁ ପାଞ୍ଚଟି ପ୍ଲାଷ୍ଟିକ୍‌ ଅଖା ଭିତରେ ରଖାଯାଇଥିବା ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା । ପ୍ଲାଷ୍ଟିକ୍ ବ୍ୟାଗ୍‌ରେ 13 ହଜାର 800 ଡିଟୋନେଟର ରହିଥିଲା । ଏଥିସହ ଗୁମ୍ଫା ମଧ୍ୟରୁ ନକ୍ସଲଙ୍କ ପୋଷାକ, ଦୁଇଟି ଫୋନ୍‌, ଦୁଇଟି ଓ୍ବାକି ଟକି ଜବତ କରିଥିଲା ସୁରକ୍ଷା ବାହିନୀ । ଗୟା ଜିଲ୍ଲାରେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲେ ନକ୍ସଲ ମାନେ । ସର୍ଚ୍ଚ ଅପରେସନ କରି ନକ୍ସଲଙ୍କ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ସୁରକ୍ଷା ବାହିନୀ ।

ସିପିଆଇ ମାଓବାଦୀ ସଂଗଠନ ସୁରକ୍ଷା ବାହିନୀ ବିରୁଦ୍ଧରେ ଏକ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ରଚିଥିଲା । ଆକ୍ରମଣ ପୂର୍ବରୁ ଲୁଟୁଆ ପୋଲିସ ଷ୍ଟେସନ ଅଧୀନରେ ଥିବା ପାଣ୍ଡ୍ରା ପାହାଡ଼ ତଥା ଜଙ୍ଗଲ ଅଞ୍ଚଳରେ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି । ସୁରକ୍ଷା ବାହିନୀ ବହୁ ପରିମାଣର ଗୁଳିଗୋଳା ଓ କାର୍ଟ୍ରିଜ୍, 13 ହଜାର 800 ଡିଟୋନେଟର, IED ଜବତ କରିଛି । ଉକ୍ତ ସ୍ଥାନରେ ଏବେବି ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.