ETV Bharat / bharat

୨୭ ବର୍ଷ ପରେ ଥାନାରୁ ମୁକୁଳିଲା ଭଗବାନଙ୍କ ମୂର୍ତ୍ତି, ଶୋଭାଯାତ୍ରାରେ ନେଲେ ଗ୍ରାମବାସୀ

୨୭ ବର୍ଷ ପରେ ଥାନାରୁ ମୁକୁଳିଲା ଅଷ୍ଟଧାତୁରେ ନିର୍ମିତ ଭଗବାନଙ୍କ ମୂର୍ତ୍ତି । ଥାନା ବାହାରେ ପ୍ରବଳ ସଂଖ୍ୟାରେ ସମାଗମ ହୋଇଥିବା ଭକ୍ତ ଭଗବାନଙ୍କ ମୂର୍ତ୍ତି ଗୁଡ଼ିକର ପୂଜାର୍ଚ୍ଚନା କରି ଶୋଭାଯାତ୍ରାରେ ନେଲେ । ଅଧିକ ପଢ଼ନ୍ତୁ

author img

By

Published : Mar 29, 2023, 9:58 PM IST

୨୭ ବର୍ଷ ପରେ ଥାନାରୁ ମୁକୁଳିଲା ଭଗବାନଙ୍କ ମୂର୍ତ୍ତି

ପାଟନା: ୨୭ ବର୍ଷ ପରେ ଅଷ୍ଟଧାତୁରେ ନିର୍ମିତ ଭଗବାନ ହନୁମାନ ଓ ସନ୍ଥ ବରବର ସ୍ବାମୀଙ୍କ ମୂର୍ତ୍ତିକୁ ବିହାରର ବଦରା ଉପଖଣ୍ଡ ଅନ୍ତର୍ଗତ କୃଷ୍ଣାଗଡ଼ ଥାନାର ମାଲଖାନାରୁ ବାହାର କରାଯାଇଛି । ବିହାରର ଆରା ସିଭିଲ କୋର୍ଟ ଏଡିଜେ ସତେନ୍ଦ୍ର ସିଂହଙ୍କ ନିର୍ଦ୍ଦେଶ ଅନୁସାରେ ଏହି ପଦକ୍ଷେପ ନିଆଯାଇଛି । ଥାନା ବାହାରେ ପ୍ରବଳ ସଂଖ୍ୟାରେ ସମାଗମ ହୋଇଥିବା ଭକ୍ତ ଭଗବାନଙ୍କ ମୂର୍ତ୍ତି ଗୁଡ଼ିକର ପୂଜା କରିବା ପରେ ଶୋଭାଯାତ୍ରାରେ ବାହାରିଥିଲେ । ଏହି ମୁର୍ତ୍ତିକୁ ନେଇ ଗୁଣ୍ଡି ଗ୍ରାମସ୍ଥିତ ଶ୍ରୀରଙ୍ଗନାଥଙ୍କ ମନ୍ଦିରରେ ପୁନଃ ସ୍ଥାପିତ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ... Rath Yatra 2023: ଜୁନ 20 ରେ ଶ୍ରୀଜୀଉଙ୍କ ଘୋଷଯାତ୍ରା, ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ

୨୭ ବର୍ଷ ପରେ ଥାନାରୁ ମୁକୁଳିଲେ ଭଗବାନ: ସୂଚନା ଅନୁସାରେ ଭଗବାନଙ୍କ ମୂର୍ତ୍ତିକୁ ଥାନାରୁ ମୁକୁଳାଇବାରେ ବିହାର ଧାର୍ମିକ ନ୍ୟାସ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଆଚାର୍ଯ୍ୟ କିଶୋର କୃଣାଲ ଓ ଆରା ସିଭିଲ କୋର୍ଟର ଅଧିବକ୍ତା ଅଜିତ କୁମାର ଦୁବେଙ୍କ ସହିତ ଗ୍ରାମବାସୀଙ୍କର ମଧ୍ୟ ଅନେକ ସହଯୋଗ ରହିଛି । ସମସ୍ତଙ୍କ ସହଯୋଗରେ ଏବେ ଅଷ୍ଟଧାତୁରେ ନିର୍ମିତ ଭଗବାନଙ୍କ ମୂର୍ତ୍ତି ଗୁଡ଼ିକୁ ପ୍ରାୟ ୨୭ ବର୍ଷ ପରେ ଥାନାରୁ ମୁକୁଳାଇ ତାଙ୍କର ପୂର୍ବ ଆସ୍ଥାନରେ ସ୍ଥାପିତ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ... କ୍ରାଇମ ସିରିୟଲ ଦେଖି ଯୁବତୀଙ୍କୁ ହତ୍ୟା କରିଥିଲା ଅନ୍ୟ ଏକ ଯୁବତୀ, ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

୨୯ ବର୍ଷ ପୂର୍ବରୁ ମୂର୍ତ୍ତି ଚୋରୀ ହୋଇଥିଲା: ମିଳିଥିବା ସୂଚନା ଅନୁସାରେ ୨୯ ମେ ୧୯୯୪ରେ ବିହାରର ବଦରା ଉପଖଣ୍ଡ ଅନ୍ତର୍ଗତ ଗୁଣ୍ଡି ଗ୍ରାମସ୍ଥିତ ଶ୍ରୀରଙ୍ଗନାଥ ମନ୍ଦିରରୁ ଅଷ୍ଟଧାତୁରେ ନିର୍ମିତ ଭଗବାନ ହନୁମାନ ଓ ସନ୍ଥ ବରବର ସ୍ବାମୀଙ୍କ ମୂର୍ତ୍ତି ଚୋରି ହୋଇଯାଇଥିଲା । ଏନେଇ ତତ୍କାଳୀନ ମନ୍ଦିର ପୂଜାରୀ ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଯାଇଥିବା କୃଷ୍ଣାଗଡ଼ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଅନୁସନ୍ଧାନ କରି ୧୯୯୬ ସମିହାରେ ନଗର ଥାନା ଅଞ୍ଚଳର ଏକ କୂପରୁ ମୂର୍ତ୍ତି ଗୁଡ଼ିକୁ ଜବତ କରିଥିଲା ପୋଲିସ । ସେବେଠାରୁ ଏହି ମୂର୍ତ୍ତି ଗୁଡ଼ିକୁ କୃଷ୍ଣାଗଡ଼ ଥାନାର ମାଲଖାନାରେ ହିଁ ରଖାଯାଇଥିଲା । ଏହା ପରଠାରୁ ଏକ ଲମ୍ବା ଆଇନ ପ୍ରକ୍ରିୟାର ଆରମ୍ଭ ହୋଇଥିଲା । ପ୍ରାୟ ୨୭ ବର୍ଷ ପରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ମୂର୍ତ୍ତି ଗୁଡ଼ିକୁ ଥାନାରୁ ମୁକୁଳା ଯାଇଛି । ଏହାପରେ ଥାନା ବାହାରେ ଗୁଣ୍ଡି ଗ୍ରାମବାସୀମାନେ ମୂର୍ତ୍ତିର ପୂଜାର୍ଚ୍ଚନା କରି ଶୋଭାଯାତ୍ରାରେ ବାହାରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.