ETV Bharat / bharat

'ଡେଲ୍ଟା ପ୍ଲସ୍' ଭାରିଆଣ୍ଟକୁ ନେଇ ଅନୁଧ୍ୟାନ କରିବ ICMR ଓ NIV

author img

By

Published : Jun 25, 2021, 12:13 PM IST

ଦେଶରେ 'ଡେଲ୍ଟା ପ୍ଲସ୍' ଭାରିଆଣ୍ଟ ରୋଗୀ ଚିହ୍ନଟ ହେବା ପରେ ଅନୁଧ୍ୟାନ କରିବ ICMR ଓ NIV । ଅଧିକ ପଢନ୍ତୁ...

'ଡେଲଟା ପ୍ଲସ୍' ଭାରିଆଣ୍ଟକୁ ନେଇ ଅନୁଧ୍ୟାନ କରିବ ICMR ଓ NIV

ପୁଣେ: କୋରୋନା ଭାଇରସ ପରେ ଏବେ ଦେଶରେ ଚିନ୍ତା ବଢାଇଲାଣି 'ଡେଲଟା ପ୍ଲସ୍' ଭାରିଆଣ୍ଟ। ମହାରାଷ୍ଟ୍ର, କେରଳ ଏବଂ ମଧ୍ୟପ୍ରଦେଶରରେ 'ଡେଲ୍ଟା ପ୍ଲସ୍' ଭାରିଆଣ୍ଟ ରୋଗୀ ଚିହ୍ନଟ କରାଯାଇଛି । ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ICMR) ଏବଂ ପୁନେରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି(NIV) ବର୍ତ୍ତମାନ ଏହି ଭାରିଆଣ୍ଟକୁ ନେଇ ଭାରତରେ ଦିଆଯାଉଥିବା ଟିକାଗୁଡ଼ିକର କାର୍ଯ୍ୟକାରିତା ଉପରେ ଅଧ୍ୟୟନ ଆରମ୍ଭ କରିଛି।

ଭାରତରେ ଉପଲବ୍ଧ କୋଭାକ୍ସିନ ଏବଂ କୋଭିସିଲ୍ଡ ଲୋକଙ୍କୁ ଦିଆଯାଉଥିବା ବେଳେ ଏହା କୋଭିଡର ନୂଆ ଭାରିଆଣ୍ଟ ପାଇଁ କେତେ ପ୍ରଭାବହୀନ ହେବ ତାହା ଉପରେ ଧ୍ୟାନ ଦିଆଯିବ। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ସୂଚନା ଅନୁଯାଇ ଭାରତରେ ଉପଲବ୍ଧ ଟିକା ଗୁଡିକ 'ଡେଲ୍ଟା ପ୍ଲସ୍' ଭାରିଆଣ୍ଟ ବିରୁଦ୍ଧରେ ପ୍ରଭାବଶାଳୀ କି ନୁହେଁ ତାହା ଜାଣିବା ପାଇଁ ଅନୁସନ୍ଧାନ କରାଯାଉଛି।

ଡେଲଟା ପ୍ଲସ୍ ଡେଲଟା ଭାରିଆଣ୍ଟରୁ ଆସିଛି । ଯାହା ପ୍ରଥମେ ଭାରତରେ K417N ନାମକ ସ୍ପାଇକ୍ ପ୍ରୋଟିନ୍ ମ୍ୟୁଟେସନ୍ ସହିତ ପ୍ରଥମେ ଚିହ୍ନଟ ହୋଇଥିଲା । ମହାରାଷ୍ଟ୍ରରେ ଗତ କିଛି ଦିନ ମଧ୍ୟରେ 7,900 ଲୋକଙ୍କ ପରୀକ୍ଷା କରାଯାଇଥିବା ବେଳେ ସେଥି ମଧ୍ୟରୁ 21 ଜଣଙ୍କ ଠାରେ ଏହି ଷ୍ଟ୍ରେନ୍ ଚିହ୍ନଟ କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.