ETV Bharat / bharat

ଭାରତୀୟ ବିମାନରେ ଭାରତୀୟ ସଙ୍ଗୀତ ବ୍ୟବସ୍ଥା, ମନ୍ତ୍ରଣାଳୟକୁ ICCR ସୁପାରିଶ - ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ସୁପାରିଶ

ଭାରତୀୟ ବିମାନରେ ଭାରତୀୟ ସଙ୍ଗୀତ ବ୍ୟବସ୍ଥା କରିବା ନେଇ ବେସମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ସୁପାରିଶ ପତ୍ର ଦେଲା ଭରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ(ICCR) । ପ୍ରସ୍ତାବ ବିଚାର କରିବ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

ଭାରତୀୟ ବିମାନରେ ଭାରତୀୟ ସଙ୍ଗୀତ ବ୍ୟବସ୍ଥା, ମନ୍ତ୍ରଣାଳୟକୁ ICCR ସୁପାରିଶ

author img

By

Published : Dec 23, 2021, 8:55 PM IST

ନୂଆଦିଲ୍ଲୀ: ଭାରତୀୟ ବିମାନରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ବ୍ୟବସ୍ଥା ବାଧ୍ୟତାମୂଳକ କରିବା କରିବା ନେଇ ବେସମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ସୁପାରିଶ ପତ୍ର । ଏପରି ଭିନ୍ନ ପ୍ରସ୍ତାବ ନେଇ ସୁପାରିଶ ପତ୍ର ଦେଇଛି ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ(ICCR)। ଆଜି ପରିଷଦର ସଦସ୍ୟମାନେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତି ରାଦିତ୍ୟ ସିନ୍ଧିଆଙ୍କୁ ଭେଟି ଏହି ସୁପାରିଶ ପତ୍ର ପ୍ରଦାନ କରିଛନ୍ତି । ଭାରତୀୟ ସଂସ୍କୃତି ଓ ସଙ୍ଗୀତର ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ଭାରତୀୟ ବିମାନରେ ଭାରତୀୟ ସଙ୍ଗୀତ ବାଜିବାକୁ ବାଧ୍ୟତାମୂଳକ କରାଯିବା ନେଇ ସୁପାରିଶ ପତ୍ରରେ ପ୍ରସ୍ତାବ ରହିଛି ।

ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ (ICCR) ହେଉଛି, ଭାରତୀୟ କଳାକାର ତଥା ସଙ୍ଗୀତଜ୍ଞ ଓ କଣ୍ଠଶିଳ୍ପୀମାନଙ୍କ ଏକ ମିଳିତ ସଂଘ । ସଂଘର ଅଧ୍ୟକ୍ଷ ବିଜୟ ସହସ୍ରବୁଦ୍ଧି କହିଛନ୍ତି ଭାରତର ସମସ୍ତ ବିମାନବନ୍ଦରରୁ ଅପରେଟ ହେଉଥିବା ଫ୍ଲାଇଟରେ ଏହି ବ୍ୟବସ୍ଥା ବାଧ୍ୟତାମୂଳକ କରାଯିବା ଦ୍ବାରା ଭାରତୀୟ ସଂସ୍କୃତି ଓ ସଙ୍ଗୀତର ପ୍ରସାର ପ୍ରଚାର ହେବାରେ ସହଜ ହେବ ।

ସେହିପରି ଏହି ପ୍ରସ୍ତାବ ଉପରେ ମଧ୍ୟ ବିଚାର କରୁଛି ବେସାମରିକ ମନ୍ତ୍ରଣାଳୟ । ମନ୍ତ୍ରୀ ସିନ୍ଧିଆ କହିଛନ୍ତି ସେ ନିଜେ ଏକ ସଙ୍ଗୀତ ପୃଷ୍ଠଭୂମି ସହର ଗ୍ବାଲିୟରର ବାସିନ୍ଦା । ଭାରତୀୟ ପୁରାତନ ସଙ୍ଗୀତ ଜଗତରେ ବେଶ ଅବଦାନ ଥିବା ମହାନ ସଙ୍ଗୀତଜ୍ଞ ତାନସେନଙ୍କ କଥା ମଧ୍ୟ ମନେ ପକାଇଛନ୍ତି ସିନ୍ଧିଆ । ଏପରି ସ୍ଥଳେ ଏପରି ପ୍ରସ୍ତାବ ଉପରେ ବିଚାର କରାଯିବ ବୋଲି ମନ୍ତ୍ରୀ ସିନ୍ଧିଆ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.