ETV Bharat / bharat

ଓକିଲଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, IAS ଅଫିସରଙ୍କ ନାମରେ ମାମଲା - ଓକିଲଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ବନ୍ଧୁକ ମୁନରେ ଜଣେ ଓକିଲଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଆଇଏଏସ ଅଫିସର ଓ ଆରଜେଡି ପୂର୍ବତନ ବିଧାୟକଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି । ଅଧିକ ପଢନ୍ତୁ

ଓକିଲଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
ias officer booked for gang rape
author img

By

Published : Jan 12, 2023, 12:10 PM IST

ପାଟନା: ଆଇଏଏସ ଅଫିସରଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ । ଜଣେ ଓକିଲଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ବିହାରର ବରିଷ୍ଠ ଆଇଏଏସ ଅଫିସର ସଞ୍ଜୀବ ହଂସ ଓ ପୂର୍ବତନ ଆରଜେଡି ବିଧାୟକ ଗୁଲାବ ଯାଦବଙ୍କ ନାମରେ ମାମଲା ଦାୟର ହୋଇଛି । ଓକିଲଙ୍କୁ ବନ୍ଧୁକ ମୁନରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ସହ ପୀଡିତାଙ୍କୁ ମୁହଁ ଖୋଲିଲେ ମାରିଦେବା ନେଇ ମଧ୍ୟ ଉଭୟ ଧମକ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି ।

ବିହାର କ୍ୟାଡର 1997 ବ୍ୟାଚ ଆଇଏଏସ ଅଫିସର ସଞ୍ଜୀବ ହଂସ ବର୍ତ୍ତମାନ ରାଜ୍ୟର ଶକ୍ତି ବିଭାଗରେ ପ୍ରମୁଖ ସଚିବ ଅଛନ୍ତି । ବିହାର ଦନାପୁର ସ୍ଥିତ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଇଏଏସ ଅଫିସର ସଞ୍ଜୀବ ହଂସ ଏବଂ ପୂର୍ବତନ ଆରଜେଡି ବିଧାୟକ ଗୁଲାହ ଯାଦବଙ୍କ ନାମରେ ପାଟନା ପୋଲିସ ଏହି ମାମଲା ଦାୟର କରିଥିବା ଜଣାପଡିଛି । ପୀଡିତା ମହିଳା 2021ରେ ରୁପାସପୁର ଥାନାରେ ଅଭିଯୋଗ କରିବାକୁ ଆସିଥିଲେ । କିନ୍ତୁ ଏତଲା ଗ୍ରହଣ କରି ନଥିଲା ପୋଲିସ । ଏହାପରେ ସେ ଦନାପୁର କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପିଟିସନ ଖାରଜ ହୋଇଯିବାରୁ ସେ ପାଟନା ହାଇକୋର୍ଟ ଯାଇଥିଲେ । ପ୍ରାଥମିକ ତଦନ୍ତ ପରେ ଦନାପୁର କୋର୍ଟ ଅଭିଯୁକ୍ତଙ୍କ ବିରୋଧରେ ଏତଲା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢନ୍ତୁ...ଦିଲ୍ଲୀର ସାମାଜିକ କର୍ମୀଙ୍କୁ ପୁଣେରେ ବନ୍ଧୁକ ମୁନରେ ଦୁଷ୍କର୍ମ !

ସଞ୍ଜୀବ ହଂସ ବର୍ତ୍ତମାନ ରାଜ୍ୟର ଶକ୍ତି ବିଭାଗରେ ପ୍ରମୁଖ ସଚିବ ଅଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ମାର୍ଚ୍ଚ 2022ରୁ 6 ବର୍ଷ ପାଇଁ ଆରଜେଡିରୁ ବହିଷ୍କାର ହୋଇଛନ୍ତି ଗୁଲାବ ଯାଦବ । ରୁପାସପୁର ଥାନା ଏସଏଚଓ ରାମନୁଜ ରାମ କହିଛନ୍ତି, ମାମଲା18/23 ଆଇପିସି ଧାରା 67 ଅଧୀନର ଆଇଟି ଆଇନ ଅନୁଯାୟୀ ସଞ୍ଜୀବ ହଂସ ଓ ଗୁଲାବ ଯାଦବଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି । ପାଟନା ଏସଏସପି ମନଭିଜିତ ସିଂହ ଢିଲୋନ କହିଛନ୍ତି, ଘଟଣାର ତଦନ୍ତ ଭାର ଦାନପୁର ଇନସିପେକ୍ଟରଙ୍କୁ ଦିଆଯାଇଛି । ପୀଡିତାଙ୍କ ଡାକ୍ତରୀ ପରୀକ୍ଷା ଆଜି (ଗୁରୁବାର) କରାଯିବ । ଧାରା 164ରେ ତାଙ୍କ ବୟାନ ରେକର୍ଡ କରାଯିବ ।

ଏହା ବି ପଢନ୍ତୁ...ଖୋଲିଲାନି ଦ୍ବାର, ବିମାନ ବନ୍ଦରରେ ଘଣ୍ଟାଏ ବନ୍ଦ ରହିଲେ ଯାତ୍ରୀ

ପୀଡିତା ଅଭିଯୋଗ କରିଛନ୍ତି ଯେ ସେ 2018ରେ ଗର୍ଭବତୀ ହୋଇଥିଲେ । 2016ରେ ବିଧାୟକ ଗୁଲାବ ଯାଦବଙ୍କୁ ଭେଟିଥିଲେ । ଗୁଲାବ ଯାଦବ ତାଙ୍କୁ ଘରକୁ ଡାକି ବନ୍ଧୁକ ମୁନରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । 2017ରେ ଆଇଏଏସ ଅଫିସର ସଞ୍ଜୀବ ହଂସଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ତାଙ୍କୁ ନିଶା ଦେଇ ଉଭୟ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡିତା । ଏହା ସହି ଘଟଣାର ଭିଡିଓ କରି ତାଙ୍କୁ ବ୍ଲାକମେଲ କରିଥିବା ମଧ୍ୟ ଅଭିଯୋଗ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.