ETV Bharat / bharat

ପୁତ୍ର ସନ୍ତାନର ମାଆ ହେଲେ ଆଇଏଏସ୍ ଟିନା ଡାବି

author img

By ETV Bharat Odisha Team

Published : Sep 16, 2023, 11:41 AM IST

ମାଆ ହେଲେ ଆଇଏଏସ୍ ଟିନା ଡାବି । ଜୟପୁରରେ ଏକ ହସ୍ପିଟାଲରେ ପୁତ୍ର ସନ୍ତାନ ଜନ୍ମ ଦେଲେ । ଅଧିକ ପଢନ୍ତୁ

ମାଆ ହେଲେ ଆଇଏଏସ୍ ଟିନା ଡାବି
ମାଆ ହେଲେ ଆଇଏଏସ୍ ଟିନା ଡାବି

ନୂଆଦିଲ୍ଲୀ: ଆଇଏଏସ୍ ଟିନା ଡାବିଙ୍କ ଘରକୁ ଆସିଲା ନୂଆ ଅତିଥି । ମାଆ ହେଲେ ଟିନା ଡାବି । ଚର୍ଚ୍ଚିତ ଆଇଏଏସ୍ ଦମ୍ପତି ଟିନା ଡାବି ଓ ତାଙ୍କ ସ୍ବାମୀ ପ୍ରଦୀପ ଗୱାଣ୍ଡେ ନିଜର ପ୍ରଥମ ସନ୍ମାନକୁ ସ୍ବାଗତ କରିଛନ୍ତି । ଗତକାଲି(ଶୁକ୍ରବାର) ରାଜସ୍ଥାନ ଜୟପୁରର ଏକ ହସ୍ପିଟାଲରେ ଆଇଏଏସ୍ ଟିନା ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଏଥିପାଇଁ ଏହି ଆଇଏଏସ୍ ଦମ୍ପତିଙ୍କୁ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଟିନା ରାଜସ୍ଥାନ ଜୈସାଲମୈରର ଜିଲ୍ଲାପାଳ ଥିବାବେଳେ ଚଳିତ ବର୍ଷ ଜୁଲାଇରେ ସେ ଗର୍ଭବତୀ ଥିବା ଖବର ଜଣା ପଡିଥିଲା । ଜୁଲାଇ ୫ରୁ ସେ ମାତୃତ୍ବ ଛୁଟିରେ ଯାଇଥିଲେ । ଶୁକ୍ରବାର ଦିନ ସେ ଜୟପୁର ହସ୍ପିଟାଲରେ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଖବର ଆସିଛି । ଏଥିପାଇଁ ଏହି ଆଇଏଏସ ଦମ୍ପତିଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ୨୦୧୫ ମସିହାରେ ସିଭିଲ ସର୍ଭିସ ପରୀକ୍ଷାରେ ଦେଶରେ ଟପ୍ପର ହୋଇଥିଲେ ଟିନା ଡାବି । ୨୦୧୮ ମସିହାରେ ସେ ଆଇଏଏସ ଅତହର ଖାନଙ୍କୁ ପ୍ରଥମେ ବିବାହ କରିଥିଲେ, ଯିଏକି ୟୁପିଏସସି ପରୀକ୍ଷାରେ ତାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଥିଲେ । କିନ୍ତୁ ଦୁହିଁଙ୍କ ବୈବାହିକ ଜୀବନ ବେଶୀ ଦିନ ତିଷ୍ଠି ପାରିନଥିଲା । ୨୦୨୦ରେ ପରସ୍ପରର ସହମତିରେ ଉଭୟ ଛାଡପତ୍ର ନେଇଥିଲେ । ଯେଉଁଥିପାଇଁ ଦୁହେଁ ଚର୍ଚ୍ଚାକୁ ଆସିଥିଲେ ।

ଏହାମଧ୍ୟ ପଢନ୍ତୁ: 13 ବର୍ଷ ବଡ ପ୍ରଦୀପଙ୍କୁ କାହିଁକି ବିବାହ କରିବେ IAS ଟିନା ଡାବି, କହିଲେ ମନକଥା

ଏହାପରେ କୋଭିଡ-୧୯ ମହାମାରୀ ସମୟରେ ଆଇଏଏସ୍ ପ୍ରଦୀପ ଗୱାଣ୍ଡେଙ୍କ ସହ ଟିନା ଡାବିଙ୍କ ଦେଖା ହୋଇଥିଲା ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବଢିବା ପରେ ନିଜ ଠାରୁ ୧୩ ବର୍ଷ ବଡ ପ୍ରଦୀପ ଗୱାଣ୍ଡେଙ୍କୁ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ ୨୮ ବର୍ଷୀୟା ଟିନା । ଏହାପରେ ସେମାନେ ଜୟପୁରର ଏକ ପଞ୍ଚ ତାରକା ହୋଟେଲରେ ବିବାହ କରିଥିଲେ । ତାଙ୍କର ବିବାହ ସମାରୋହରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଆଇଏଏସ୍ ଟିନା ଦାବିଙ୍କ ଦ୍ବିତୀୟ ବିବାହକୁ ନେଇ ସେତେବେଳେ ଚାରିଆଡେ ଚର୍ଚ୍ଚା ହୋଇଥିଲା ।

ଏହାମଧ୍ୟ ପଢନ୍ତୁ : ବିବାହ କରିବେ ଟିନା ଡାବିଙ୍କ ପୂର୍ବତନ ସ୍ବାମୀ ଅତହର ଆମୀର

ଏହାମଧ୍ୟ ପଢନ୍ତୁ : Dr Mehreen qazi: ବଲିଉଡ୍ ହିରୋଇନଙ୍କୁ ଦେଉଛନ୍ତି ମାତ୍, ଗ୍ଲାମରସ୍‌ରେ ଡାକ୍ତରାଣୀଙ୍କ ଗଜବ ଲୁକ୍

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.