ETV Bharat / bharat

ସିଙ୍ଗାପୁର-ବ୍ୟାଙ୍କକରୁ ଅକ୍ସିଜେନ ଆଣିଲା ଭାରତୀୟ ବାୟୁସେନା - ଭାରତୀୟ ବାୟୁସେନା

ସିଙ୍ଗାପୁର-ବ୍ୟାଙ୍କକରୁ ଅକ୍ସିଜେନ ଆଣି ଦେଶରେ ପହଞ୍ଚିଲା ବାୟୁସେନାର ଏୟାରକ୍ରାଫ୍ଟ C-17 । ଅଧିକ ପଢନ୍ତୁ...

ସିଙ୍ଗାପୁର-ବ୍ୟାଙ୍ଗକକରୁ ଅକ୍ସିଜେନ ଆଣିଲା ଭାରତୀୟ ବାୟୁସେନା

author img

By

Published : May 7, 2021, 8:52 AM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ବିରୋଧରେ ଭାରତରେ ଜାରି ରହିଛି ଲଢେଇ । ଦେଶରେ ଏଭଳି ବିପଦ ସ୍ଥିତିରେ ଅନ୍ୟ ଦେଶଗୁଡିକ ବଢାଇଛନ୍ତି ସହାୟତାର ହାତ । ଏହାରି ମଧ୍ୟରେ ଗୁରୁବାର ଭାରତୀୟ ବାୟୁସେନା ବ୍ୟାଙ୍କକରୁ 4ଟି କ୍ୟାୟୋଜେନିକ ଅକ୍ସିଜେନ ଓ ସିଙ୍ଗାପୁରରୁ 3ଟି ଅକ୍ସିଜେନ ଟାଙ୍କର ଆଣି ପଶ୍ଚିମବଙ୍ଗ ପାନାଗଡ ଏୟାରେ ବେସରେ ପହଞ୍ଚିଛି ।

ଦେଶର C-17 ଏୟାରକ୍ରାଫ୍ଟ ଇଣ୍ଡିଆ-ଥାଇଲ୍ୟାଣ୍ଡ ଚାମ୍ବର ଅଫ୍ କମର୍ସ ଯୋଗାଇଥିବା 30ଟି ଅକ୍ସିଜେନ କନସେଣ୍ଟ୍ରେଟର ଆଣିଥିବା ଥାଇଲାଣ୍ଡରେ ଥିବା ଭାରତୀୟ ଦୂତବାସ ସୂଚନା ଦେଇଛନ୍ତି । ବାୟୁସେନାର ଏହି ଏୟାରକ୍ରାଫ୍ଟ 2ଟି କ୍ରାୟୋଜେନିକ ଅକ୍ସିଜେନ କଣ୍ଟେନର ନେଇ ହାଇଦ୍ରାବାଦରୁ ଭୁବନେଶ୍ବର ପହଞ୍ଚିଥିବା ବେଳେ 4ଟି ଅକ୍ସିଜେନ କଣ୍ଟେନର ଚଣ୍ଡିଗଡରୁ ରାଞ୍ଚିରେ ପହଞ୍ଚାଇବ । ସେହିପରି ହିନ୍ଦନରୁ ରାଞ୍ଚିକୁ 3ଟି କଣ୍ଟେନର, ହିନ୍ଦନରୁ ଭୁବନେଶ୍ବରକୁ 2ଟି କଣ୍ଟେନର, ବିଜୟୱାଡାରୁ ଭୁବନେଶ୍ବରକୁ 2ଟି, ନାଗପୁରରୁ ଭୁବନେଶ୍ବରକୁ 4ଟି କଣ୍ଟେନର ବାୟୁସେନା ଏୟାରକ୍ରାଫ୍ଟ ପରିବହନ କରୁଛି ।

ବାୟୁସେନାର C-130 ଏୟାରକ୍ରାଫ୍ଟ କୋଭିଡ ହସ୍ପିଟାଲରେ କାର୍ଯ୍ୟ କରିବା ପାଇଁ ମିଜୋରାମର ଲେଗପୁଇରୁ ପାଟନାକୁ 52 ଜଣ ଯାତ୍ରୀଙ୍କୁ ଆଣିଥିବା ବେଳେ ନୂଆଦିଲ୍ଲୀର ପାଲାମରୁ ଗୌହାଟି ଓ ଜୋରହାଟକୁ ଅକ୍ସିଜେନ କଣ୍ଟେନର ଯୋଗାଉଥିବା ଜଣାପଡିଛି । ଏହିପରି ଭାବରେ ବାୟୁସେନାର ଅନେକ ଏୟାରକ୍ରାଫ୍ଟ ଦେଶ ମଧ୍ୟରେ ଏବଂ ବାହରୁ ଅକ୍ସିଜେନ କଣ୍ଟେନର ପରିବହନ କରୁଥିବା ଜଣାପଡିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.