ETV Bharat / bharat

IAF Republic Day flypast: ଅଂଶଗ୍ରହଣ କରିବେ ବାୟୁସେନାର 50 ଲଢୁଆ ବିମାନ ଓ ହେଲିକପ୍ଟର - ସାଧାରଣତନ୍ତ୍ର ଦିବସ 2023

ଚଳିତ ସାଧାରଣତନ୍ତ୍ର ଦିବସ ଫ୍ଲାଏପାଷ୍ଟରେ ଅଂଶଗ୍ରହଣ କରିବେ ଭାରତୀୟ ବାୟୁସେନାର 50 ଲଢୁଆ ବିମାନ ଓ ହେଲିକପ୍ଟର । ରାଫେଲ, ସୁଖୋଇ, ମିଗ ସହ ଶକ୍ତି ଦେଖାଇବ ଆପାଚି ଓ ଏମଆଇ ହେଲିକପ୍ଟର । ଅଧିକ ପଢନ୍ତୁ

IAF Republic Day flypast
IAF Republic Day flypast
author img

By

Published : Jan 18, 2023, 6:32 PM IST

ହାଇଦ୍ରାବାଦ: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ବାୟୁସେନା ଫ୍ଲାଏପାଷ୍ଟରେ ଅଂଶଗ୍ରହଣ କରିବେ ପ୍ରାୟ 50ରୁ ଅଧିକ ଲଢୁଆ ବିମାନ ଓ ହେଲିକପ୍ଟର । ଏହି କାର୍ଯ୍ୟକ୍ରମରେ ଅଂଶହଗ୍ରହଣ କରିବାକୁ ଥିବା ଲଢୁଆ ବିମାନ ମଧ୍ୟରେ ରାଫେଲ, ସୁଖୋଇ-30, ମିଗ-29, ଜାଗୁଆର ପରି ଲଢୁଆ ବିମାନ ରହିଛନ୍ତି । ସେହିପରି ବିମାନ ସହ ଏମ.ଆଇ-17 ସମେତ ଅନ୍ୟ କିଛି କମ୍ବାଟ ହେଲିକପ୍ଟର ମଧ୍ୟ ଫ୍ଲାଏପାଷ୍ଟରେ ଅଂଶଗ୍ରହଣ କରିବେ । ରାଜଧାନୀର କର୍ତ୍ତବ୍ୟପଥ ଉପରେ ଏହି ବିମାନଗୁଡିକ ଭାରତୀୟ ବାୟୁଶକ୍ତିର ସାମର୍ଥ୍ୟ ପ୍ରଦର୍ଶନ କରିବା ନେଇ ବାୟୁସେନା ପକ୍ଷରୁ କୁହାଯାଇଛି ।

  • Republic day parade flypast has been divided into 2 parts. First part will have Prachand formation followed by Tiranga, Dhwaj, Rudra & Baaz formations:Defence PRO Wing Commander Indranil Nandi pic.twitter.com/OR075MIr7P

    — ANI (@ANI) January 18, 2023 " class="align-text-top noRightClick twitterSection" data=" ">

ବାୟୁସେନା ଜନସମ୍ପର୍କ ଅଧିକାରୀ କହିଛନ୍ତି, ଏହି ଜାତୀୟ ଦିବସରେ ଭାରତୀୟ ବାୟୁସେନା ତାର ଶକ୍ତି ପ୍ରଦର୍ଶନ କରିବ । ଲଢୁଆ ବିମାନ ସହ ଲାଇଟ କମ୍ବାଟ ହେଲିକପ୍ଟର ଆପାଚି, ଏଏଲଏଚ ମାର୍କ-IV, ଏଲସିଏଚ ପରି ଅତ୍ୟାଧୁନିକ ଲଢୁଆ ହେଲିକପ୍ଟର ଏଥର ଫ୍ଲାଏପାଷ୍ଟରେ ନିଜର ପ୍ରଥମ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ରାଫେଲ ବିମାନ ଭର୍ଟିକାଲ ସେପରେ ଉଡାଣ କୌଶଳ ପ୍ରଦର୍ଶନ କରିବା ସହ ଅନ୍ୟ ବୃହତ ବିମାନ ମଧ୍ୟରେ ସି-17 ଗ୍ଲୋବମାଷ୍ଟର, C130J ପରି ବୃହତ ପରିବହନ ବିମାନ ମଧ୍ୟ ସାମିଲ ହେବେ । ଅନ୍ୟପଟେ କର୍ତ୍ତବ୍ୟପଥରେ ଭାରତୀୟ ବାୟୁସେନାର ପ୍ରଜ୍ଞାପନ ମେଢ ମଧ୍ୟ ସାମିଲ ହେବ । ଚଳିତଥର ବାୟୁସେନା ତାର ପ୍ରଜ୍ଞାପନ ମେଢର ଥମ୍‌ ରହିଛି ‘‘ପାଓ୍ବର ବିଅଣ୍ଡ ବାଉଣ୍ଡ୍ରି’’। ବର୍ତ୍ତମାନ ସୟର ସାମରିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅତ୍ୟାଧୁନିକ ତଥା ସମନ୍ବିତ ଯୁଦ୍ଧ କୌଶଳ, ଯୋଗଯୋଗ ସରଞ୍ଜାମ ଓ ପ୍ରଯୁକ୍ତିବିଦ୍ୟାକୁ ଉକ୍ତ ପ୍ରଜ୍ଞାପନ ମେଢରେ ପ୍ରଦର୍ଶିତ କରାଯିବ । ଏହି ମେଢରେ ବାୟୁସେନାର ସାଟେଲାଇଟ (GSAT-7A) ଓ ସର୍ଭିଲାନ୍ସ ପ୍ଲେନ (ନେତ୍ର) ମଧ୍ୟ ସ୍ଥାନ ପାଇବ ।

ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ଦେଶର ରାଜଧାନୀ ଦିଲ୍ଲୀର ରାଜପଥରେ ଭାରତର 3ସୁରକ୍ଷା ବାହିନୀ ନିଜର ଦକ୍ଷତା ଓ ସାମର୍ଥ୍ୟ ପ୍ରଦର୍ଶନ କରନ୍ତି । ରାଜପଥରେ ପ୍ରଜ୍ଞାପନ ମେଢରେ ସଶସ୍ତ୍ର ବଳ ନିଜର ସାମର୍ଥ୍ୟ ଦେଖାଇବା ସହ ବିଭିନ୍ନ ରାଜ୍ୟରୁ ମନୋନୀତ ହୋଇଥିବା ପ୍ରଜ୍ଞାପନ ମେଢରେ କଳା ସଂସ୍କୃତି ଓ ଐତିହ ସ୍ଥାନ ପାଇଥାଏ । ସେହିପରି ରାଜପଥ ଉପରେ ଫ୍ଲାଏପାଷ୍ଟ ମାଧ୍ୟମରେ ଭାରତୀୟ ବାୟୁସେନା ନିଜର ଶକ୍ତି ପ୍ରଦର୍ଶନ କରେ । ଏକାଧିକ ଲଢୁଆ ବିମାନ ରାଷ୍ଟ୍ରପତିଙ୍କ ଅଭିବାଦନ ମଞ୍ଚ ଉପରେ ଉଡାଣ କୌଶଳ ପ୍ରଦର୍ଶନ କରିବା ସହ ତ୍ରିରଙ୍ଗାକୁ ସମ୍ମାନ ଜଣାନ୍ତି । ଯାହା ସାରା ବିଶ୍ବକୁ ଭାରତର ସାର୍ବଭୌମତ୍ବ, ଶକ୍ତି,ସାମର୍ଥ୍ୟ ଓ ଅଖଣ୍ଡତାର ପରିଚୟ ଦେଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.