ETV Bharat / bharat

" ମୁଁ ଭାରତୀୟଙ୍କ ପାଇଁ କାମ କରେ, ଭାରତୀୟ ଜନତା ପାର୍ଟି ପାଇଁ ନୁହେଁ ": ପଶ୍ଚିମବଙ୍ଗ ରାଜ୍ୟପାଳ

author img

By ETV Bharat Odisha Team

Published : Nov 22, 2023, 6:16 PM IST

West Bengal Governor: ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ବର୍ଷେ ପୂରଣ କଲେ ସି.ଭି ଆନନ୍ଦ ବୋଷ । ମମତା ସରକାରର ଅଭିଯୋଗକୁ କଲେ ଖଣ୍ଡନ । କହିଲେ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୋଣ ଭିନ୍ନ ହେବା ସ୍ବାଭାବିକ । ଅଧିକ ପଢନ୍ତୁ

ମୁଁ ଭାରତୀୟଙ୍କ ପାଇଁ କାମ କରେ, ଭାରତୀୟ ଜନତା ପାର୍ଟି ପାଇଁ ନୁହେଁ : ପଶ୍ଚିମବଙ୍ଗ ରାଜ୍ୟପାଳ

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ଓ ମମତା ସରକାର ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ବିବାଦ ଜାରି ରହିଛି । ଏହାରି ମଧ୍ୟରେ ରାଜ୍ୟପାଳ କିଛି ବିଲକୁ ଅନୁମୋଦନ ମଧ୍ୟ ଦେଇନାହାନ୍ତି । ଏହାକୁ ନେଇ ମମତା ସରକାର ଓ ଶାସକ ଦଳ ଟିଏମସିର କାର୍ଯ୍ୟକର୍ତ୍ତା ରାଜ୍ୟପାଳ ସି.ଭି ଆନନ୍ଦ ବୋଷଙ୍କୁ କ୍ରମାଗତ ଟାର୍ଗେଟ କରିବାରେ ଲାଗିଛନ୍ତି । ରାଜ୍ୟପାଳ ବୋଷ ପୂର୍ବତନ ରାଜ୍ୟପାଳ ତଥା ବର୍ତ୍ତାମାନର ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କର ପଦାଙ୍କ ଅନୁସରଣ କରୁଛନ୍ତି । ଭାରତୀୟ ଜନତା ପାର୍ଟିର ଏଜେଣ୍ଟ ପରି କାମ କରୁଛନ୍ତି ବୋଲି ମମତା ସରକାର ଅଭିଯୋଗ କରିଆସିଛି । ଏହାକୁ ନେଇ ରାଜ୍ୟପାଳ ବୋଷଙ୍କର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ସେ ଏହି ସମାଲୋଚନାର ଉତ୍ତର ରଖି କହିଛନ୍ତି, ସେ ଭାରତୀୟ ଜନତାଙ୍କ ପାଇଁ କାମ କରୁଛନ୍ତି, ଭାରତୀୟ ଜନତା ପାର୍ଟି ପାଇଁ ନୁହେଁ ।

ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣର ଏକ ବର୍ଷ ପୂର୍ତ୍ତି ଅବସରରେ ସେ ଇଟିଭି ଭାରତ ସହ ସାକ୍ଷାତକାରରେ କହିଛନ୍ତି, ‘‘ଆପଣ ବୁଝିବା ଜରୁରୀ ଯେ, ମୁଁ ଜନତାଙ୍କ ପାଇଁ କାମ କରୁଛି, କୌଣସି ଦଳ ପାଇଁ ନୁହେଁ । ଯେତେବେଳେ କୌଣସି ପ୍ରଶାସନିକ ଦାୟିତ୍ବରେ କେହି କାର୍ଯ୍ୟ କରନ୍ତି, ସେତେବେଳେ ମତପାର୍ଥକ୍ୟ ହୋଇପାରେ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଦୁଇଟି ସାମ୍ବିଧାନିକ ସଂସ୍ଥା ମଧ୍ୟରେ ଥିବା ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ । ଏକ ନିର୍ବାଚିତ ସରକାର ରାଜ୍ୟପାଳଙ୍କ ଆଦର୍ଶ ଅନୁସରଣ କରିବେ ବୋଲି ମଧ୍ୟ କେବେ ଆଶା କରାଯାଇ ପାରିବନାହିଁ । ଏହା ଗଣତନ୍ତ୍ରର ପ୍ରକୃତି । ଏହାକୁ ନମ୍ରତାର ସହ ସମ୍ପାଦନ କରିବାର ଆବଶ୍ୟକତା ରହିଛି ।’’

ବିଧାନସଭାରେ ପାରିତ ବିଲକୁ ଅନୁମୋଦନ ନଦେବା ଓ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିବା ଅଭିଯୋଗରେ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳ ବୋଷଙ୍କୁ କଡା ସମାଲୋଚନା କରିଥିଲେ । ସେ ଏହା ବିରୋଧରେ ରାଜଭବନ ସମ୍ମୁଖରେ ଧାରଣାରେ ବସିବେ ବୋଲି ମମତା ଚେତାବନୀ ମଧ୍ୟ ଦେଇଥିଲେ । ମମତାଙ୍କ ଦଳ ଟିଏମସିର କାର୍ଯ୍ୟକର୍ତ୍ତାମାନେ ମଧ୍ୟ ରାଜ୍ୟପାଳଙ୍କୁ ଟାର୍ଗେଟ କରିବା ଜାରି ରଖିଛନ୍ତି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ଓ ତାଙ୍କ ସମ୍ପର୍କ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟପାଳ ବୋଷ । ବୋଷ କହିଛନ୍ତି, ‘‘ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଗତିଶିଳତାକୁ ମୁଁ ବୁଝିଛି । ମାତ୍ର ବ୍ୟକ୍ତିଗତ ଭାବରେ ଆମ ସମ୍ପର୍କ ସୌହାର୍ଦ୍ଧ୍ୟପୂର୍ଣ୍ଣ । ଏହା ପରସ୍ପର ପ୍ରତି ସମ୍ମାନ ଓ ବୁଝାମଣା ଉପରେ ଆଧାରିତ । ମାତ୍ର କାର୍ଯ୍ୟ କରିବା ବେଳେ ପ୍ରତ୍ୟେକ ପ୍ରସଙ୍ଗ ବା ମୁଦ୍ଦାରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଓ ନିଯୁକ୍ତ ରାଜ୍ୟପାଳଙ୍କ ମଧ୍ୟରେ ଗୋଟିଏ ଦୃଷ୍ଟିକୋଣ ହୋଇନପାରେ, ଏ କଥାକୁ ବୁଝିବା ମଧ୍ୟ ଜରୁରୀ ।’’

ଏହା ମଧ୍ୟ ପଢନ୍ତୁ :- ଓଡିଶା-ଛତିଶଗଡ ସୀମାରେ ବଡ ନକ୍ସଲ ଆକ୍ରମଣ ପଣ୍ଡ: 6 ଆଇଇଡି ସହ ବିପୁଳ ବିସ୍ଫୋରକ ଜବତ

ତେବେ ବର୍ତ୍ତମାନର ଉପରାଷ୍ଟ୍ରପତି ଜଗଦୀପ ଧନଖଡ ପଶ୍ଚିମବଙ୍ଗର ରାଜ୍ୟପାଳ ଥିବା ସମୟରେ ମମତା ସରକାର ଓ ରାଜଭବନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା । ଏକାଧିକ ପ୍ରସଙ୍ଗରେ ସରକାର ରାଜ୍ୟପାଳଙ୍କ ମଧ୍ୟରେ ସାମ୍ବିଧାନିକ ଅଚଳାବସ୍ଥା ମଧ୍ୟ ସୃଷ୍ଟି ହୋଇଥିଲା । ଏକାଧିକ କାର୍ଯ୍ୟକ୍ରମରେ ଧନଖଡଙ୍କୁ ବିଜେପି ଏଜେଣ୍ଟ କହି ଟିଏମସି କାର୍ଯ୍ୟକର୍ତ୍ତା ବିରୋଧ ମଧ୍ୟ କରୁଥିବା ଦେଖିବାକୁ ମିଳିଥିଲା । ଏବେ ଧନଖଡଙ୍କ ପରେ ସି.ଭି ଆନନ୍ଦ ବୋଷ ରାଜ୍ୟପାଳ ଦାୟିତ୍ବ ନେବାର ଏକ ବର୍ଷ ପୂର୍ତ୍ତି ହୋଇଛି । ତଥାପି ସେହି ଅବସ୍ଥା ଏବେ ବି ପଶ୍ଚିମବଙ୍ଗରେ ଜାରି ରହିଛି । ଏହା ସହ ଅନ୍ୟ କିଛି ଅଣବିଜେପି ଶାସିତ ରାଜ୍ୟରେ ମଧ୍ଯ ସମାନ ସ୍ଥିତି ଦେଖିବାକୁ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.