ETV Bharat / bharat

ହସ୍ପିଟାଲରୁ ଫେରିଥିବା ବାପାଙ୍କୁ ଘଣ୍ଟିଲା ସିବିଆଇ, ଝିଅ କହିଲେ କିଛି ହେଲେ କାହାକୁ ଛାଡିବିନି

author img

By

Published : Mar 7, 2023, 8:41 PM IST

ବାପା ଲାଲୁଙ୍କ ଘାଣ୍ଟିଲା ସିବିଆଇ । ଝିଅ ରୋହିଣୀ ଆଚାର୍ଯ୍ୟ କହିଲେ, ବାପାଙ୍କର କିଛି ହେଲେ କାହାକୁ ଛାଡିବିନି, ଦିଲ୍ଲୀ ଦୋହଲାଇ ଦେବି । ଅଧିକ ପଢନ୍ତୁ

ବାପାଙ୍କୁ ଘଣ୍ଟିଲା ସିବିଆଇ, ଝିଅ କହିଲେ କିଛି ହେଲେ କାହାକୁ ଛାଡିବିନି

ନୂଆଦିଲ୍ଲୀ: ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ପୂର୍ବତନ ରେଳମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଆଜି ଘଣ୍ଟାଧିକ କାଳ ଜେରା କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ତେବେ ଏଥିରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଚେତାବନୀ ଦେଇଛନ୍ତି ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ । ତାଙ୍କ ବାପାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଇଛି । ବାପାଙ୍କର କିଛି ହେଲେ ସେ କାହାକୁ ଛାଡିବେ ନାହିଁ ବୋଲି ରୋହିଣୀ ଟ୍ବିଟ କରି ଚେତାବନୀ ଦେଇଛନ୍ତି ।

  • पापा को लगातार परेशान किया जा रहा है। अगर उन्हें कुछ हुआ तो मैं किसी को नहीं छोड़ूंगी।

    पापा को तंग कर रहे हैं यह ठीक बात नहीं है। यह सब याद रखा जाएगा। समय बलवान होता है, उसमें बड़ी ताकत होती है। यह याद रखना होगा।

    — Rohini Acharya (@RohiniAcharya2) March 7, 2023 " class="align-text-top noRightClick twitterSection" data=" ">

ଟ୍ବିଟରରେ ରୋହିଣୀ ପୋଷ୍ଟ କରିଛନ୍ତି, ‘‘ବାପାଙ୍କୁ ନିରନ୍ତର ହଇରାଣ କରାଯାଉଛି । ଯଦି ତାଙ୍କର କିଛି ହୁଏ, ତେବେ ମୁଁ କାହାକୁ ଛାଡିବି ନାହିଁ । ତାଙ୍କୁ ସମସ୍ୟାରେ ପକାଇବା ଉଚିତ ନୁହେଁ । ଏହି ସମସ୍ତ ଘଟଣା ମନେ ରହିବ । ସମୟ ଶକ୍ତିଶାଳୀ, ଏକଥା ମନେ ରଖିବାକୁ ହେବ ।’’ ଅନ୍ୟ ଏକ ଟ୍ବିଟରେ ରୋହିଣୀ ଲେଖିଛନ୍ତି, ‘‘ଏମାନେ ବାପାଙ୍କୁ ହଇରାଣ କରୁଛନ୍ତି । ଏହି କାରଣରୁ ଯଦି ତାଙ୍କର କିଛି ସମସ୍ୟା ଦେଖାଯାଏ, ତାହାଲେ ମୁଁ ଦିଲ୍ଲୀ ଆସନ ମଧ୍ୟ ଦୋହଲାଇ ଦେବି ।’’ ନିକଟରେ ଅସୁସ୍ଥ ପିତାଙ୍କୁ କିଡନୀ ଦାନ କରି ଚର୍ଚ୍ଚାରେ ଥିଲେ ଲାଲୁଙ୍କ ସାନ ଝିଅ ରୋହିଣୀ ଆଚାର୍ଯ୍ୟ । ସିଙ୍ଗାପୁରର ଏକ ହସ୍ପିଟାଲରେ ଦୀର୍ଘ ଦିନର ଚିକିତ୍ସା ପରେ ଲାଲୁଙ୍କ ସଫଳ କିଡନୀ ପ୍ରତିରୋପଣ କରାଯାଇଥିଲା । ନିକଟରେ ଲାଲୁ ଓ ରୋହିଣୀ ସିଙ୍ଗାପୁରରୁ ଫେରିଛନ୍ତି ।

  • CBI has today video-recorded the questioning of RJD chief Lalu Yadav in connection with the land-for-job case, in Delhi: Sources

    — ANI (@ANI) March 7, 2023 " class="align-text-top noRightClick twitterSection" data=" ">

ଆଜି ପୂର୍ବାହ୍ନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଲାଲୁ ପ୍ରସାଦ ଓ ତାଙ୍କ ରାଜ୍ୟସଭା ସାଂସଦ ଝିଅ ମିଶା ଭାରତୀଙ୍କୁ ଜେରା କରିଥିଲା । ଉଭୟ ବାପ-ଝିଅଙ୍କୁ ଏକାଧିକ ଘଣ୍ଟା ଜେରା କରିଥିଲା କେନ୍ଦ୍ରୀୟ ସଂସ୍ଥା । ଗତକାଲି ମା’ ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀଙ୍କୁ ମଧ୍ୟ ଜେରା କରିଥିଲା କେନ୍ଦ୍ରୀୟ ସଂସ୍ଥା । ଲାଲୁଙ୍କ ପରିବାର ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ।

ତେବେ ଏହି ‘‘ଲ୍ୟାଣ୍ଡ ଫର ଜବ’’ ଘୋଟାଲା ମାମଲାରେ ଗତବର୍ଷ ଅକ୍ଟୋବରରେ ଚାର୍ସସିଟ ଦାଖଲ କରିସାରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ପୂର୍ବତନ ରେଳମନ୍ତ୍ରୀ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ପତ୍ନୀ ରାବିଡି ଦେବୀ, ସାଂସଦ ଝିଅ ମିଶା ଭାରତୀ, ରେଳବାଇର ତତ୍କାଳୀନ ଜେନେରାଲ ମ୍ୟାନେଜରଙ୍କ ସମେତ ମୋଟ 13 ଜଣଙ୍କୁ ଏହି ଚାର୍ଜସିଟରେ ଅଭିଯୁକ୍ତ ଦର୍ଶାଇଥିଲା ସିବିଆଇ । 2004 ରୁ 2009 ମଧ୍ୟରେ ଲାଲୁ ମନମୋହନ ସିଂ ସରକାରରେ ରେଳ ମନ୍ତ୍ରୀ ଦାୟିତ୍ବରେ ଥିଲେ । ତାଙ୍କ କାର୍ଯ୍ୟକାଳରେ ଏହି ଘୋଟାଲା ହୋଇଥିବା ସିବିଆଇ ଅଭିଯୋଗ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.