ETV Bharat / bharat

PM-CMଙ୍କୁ ଯୁବତୀଙ୍କ ଚିଠି, ଗାଁରେ ପିଚୁରାସ୍ତା ନ ହେବା ପର୍ଯ୍ୟନ୍ତ କରିବେନି ବିବାହ - କର୍ଣ୍ଣାଟକ ଯୁବତୀ ବିନ୍ଦୁ

କର୍ଣ୍ଣାଟକରେ ଜଣେ ଯୁବତୀ ପିଏମ ଓ ସିଏମଙ୍କୁ ଚିଠି ଲେଖି ସର୍ତ୍ତ ରଖିଛନ୍ତି । ତେବେ ଗ୍ରାମରେ ପିଚୁ ରାସ୍ତା ନ ହେବା ପର୍ଯ୍ୟନ୍ତ ସେ ବିବାହ କରିବେ ନାହିଁ ବୋଲି କହିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...

PM-CMଙ୍କୁ ଯୁବତୀଙ୍କ ଚିଠି, ଗାଁରେ ପିଚୁରାସ୍ତା ନହେବା ପର୍ଯ୍ୟନ୍ତ କରିବେନି ବିବାହ

author img

By

Published : Sep 16, 2021, 5:01 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ଦେବାଙ୍ଗିରି ଓ ଚିତ୍ରଦୁର୍ଗା ସୀମାବର୍ତ୍ତୀ ଅଞ୍ଚଳରେ ଥିବା ରାମପୁର ଗ୍ରାମର ଯୁବତୀ ବିନ୍ଦୁ ଦେଶର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ଚିଠି । ଗ୍ରାମକୁ ପିଚୁ ରାସ୍ତା ନ ହେବା ପର୍ଯ୍ୟନ୍ତ ସେ ବିବାହ କରିବେ ନାହିଁ ବୋଲି ଉଲ୍ଲେଖ କରିଛନ୍ତି । ଗ୍ରାମର ଗମନାଗମନ ସୁବିଧା ନଥିବାରୁ ପିଲାମାନେ ବିଦ୍ୟାଳୟକୁ ପାଠ ପଢିବାକୁ ଯିବାକୁ ଅମଙ୍ଗ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଏହାରି ମଧ୍ୟ ରାଜ୍ୟ ଓ ଦେଶ ମୁଖିଆଙ୍କୁ ବିନ୍ଦୁ ଏପରି ଚିଠି ଲେଖିଛନ୍ତି ।

PM-CMଙ୍କୁ ଯୁବତୀଙ୍କ ଚିଠି, ଗାଁରେ ପିଚୁରାସ୍ତା ନହେବା ପର୍ଯ୍ୟନ୍ତ କରିବେନି ବିବାହ

ରାଜ୍ୟର ଦେବାଙ୍ଗିରି ଓ ଚିତ୍ରଦୁର୍ଗା ସୀମାବର୍ତ୍ତୀ ଅଞ୍ଚଳରେ ରହିଛି ଏହି ଗ୍ରାମ । ଏଠାରେ ପ୍ରାୟ ୪୦ଟି ଘର ରହିଛି । କିନ୍ତୁ ଗ୍ରାମକୁ ଗୋଟିଏ ସୁଗମ ପଥ ନାହିଁ । ଫଳରେ ଲୋକମାନେ ଅନେକ ଅସୁବିଧା ଭୋଗୁଛନ୍ତି । କାଦୁଅ ରାସ୍ତା ଯୋଗୁଁ ଗ୍ରାମର ପିଲାମାନେ ପାଠ ପଢିବାକୁ ମଧ୍ୟ ଯିବାକୁ ଅମଙ୍ଗ ହେଉଛନ୍ତି । କାରଣ ଚାଲି ଚାଲି ସେମାନେ ପ୍ରାୟ ୭ କିଲୋମିଟର ଅତିକ୍ରମ କରି ବିଦ୍ୟାଳୟକୁ ଯାଉଛନ୍ତି । ସେପଟେ ବନ୍ଧୁବାନ୍ଧବ ମଧ୍ୟ ରାସ୍ତା ପାଇଁ ଏହି ଗାଁକୁ ଆସିବାକୁ ପସନ୍ଦ କରୁନାହାନ୍ତି । ଅନ୍ୟ ଅଞ୍ଚଳର ଲୋକମାନେ ଏହି ଗାଁରେ ଝିଅର ବିବାହ କରିବାକୁ ମଧ୍ୟ ମନା କରିଦେଉଥିବା ଏଠାକାର ଗ୍ରାମବାସୀ କହିଛନ୍ତି ।

ଏହି ଗ୍ରାମର ଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ବାହାରକୁ ଯାଇପାରୁନାହାନ୍ତି । କାଦୁଅ ରାସ୍ତା ଯୋଗୁଁ ଗ୍ରାମକୁ ବସ ମଧ୍ୟ ପ୍ରବେଶ କରୁନାହାନ୍ତି । ଝିଅମାନେ ଉଚ୍ଚ ଶିକ୍ଷିତା ନ ହେବା କାରଣରୁ ମଧ୍ୟ ଲୋକମାନେ ଏଠାକାର ଝିଅଙ୍କୁ ବୋହୂ କରିବା ପାଇଁ ମନା କରୁଛନ୍ତି । ଏହାବ୍ୟତୀତ ଗ୍ରାମରେ ମୋବାଇଲ ଟାୱାର ମଧ୍ୟ ସମସ୍ୟା ରହିଛି । ଏହା ସହିତ ଗ୍ରାମର ବିପିଏଲ କାର୍ଡଧାରୀ ସୁବିଧା ପାଇବା ପାଇଁ ୧୨ କିଲୋମିଟର ଚାଲି ଚାଲି ଯାଉଥିବା କହିଛନ୍ତି ।

ତେବେ ଗ୍ରାମର ଏଭଳି ଅନେକ ସମସ୍ୟାକୁ ଦୃଷ୍ଟିରେ ରଖି ଯୁବତୀ ବିନ୍ଦୁ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ବିବାହ ପାଇଁ ଏଭଳି ସର୍ତ୍ତ ରଖିଛନ୍ତି । ଏହାସହିତ ରାସ୍ତା ଯୋଗୁଁ ଗ୍ରାମବାସୀ ଭୋଗୁଥିବା ଅସୁବିଧା ସମ୍ପର୍କରେ ମଧ୍ୟ ସେମାନଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.