ETV Bharat / bharat

ଶୁଭେନ୍ଦୁ ଅଧିକାରୀଙ୍କ ଗଡ ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ ମମତା

ଚଳିତ ଥର ବିଧାନସଭା ନିର୍ବାଚନରେ ମମତା ଗୋଟିଏ ନୁହେଁ, ବରଂ ଦୁଇ ଦୁଇଟି ଆସନରୁ ନିର୍ବାଚନ ଲଢିବା ନେଇ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ସମେତ ନିଜ ପାରମ୍ପରିକ ଆସନ ଭବାନୀପୁରରୁ ମଧ୍ୟ ନିର୍ବାଚନ ଲଢିବା ନେଇ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ଶୁଭେନ୍ଦୁ ଅଧିକାରୀଙ୍କ ଗଡ ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ ମମତା
ଶୁଭେନ୍ଦୁ ଅଧିକାରୀଙ୍କ ଗଡ ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ ମମତା
author img

By

Published : Jan 18, 2021, 4:31 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ଉଷ୍ମ ହେଉଛି ରାଜନୈତିକ ପାଣିପାଗ । ଏହାରି ମଧ୍ୟରେ ବଡ ରାଡଜନୈତିକ ଗୋଟି ଚାଳନା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନନ୍ଦିଗ୍ରାମ ରାଲିରୁ ବଡ ଘୋଷଣା କରିଛନ୍ତି ମମତା । ସେ ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ ବୋଲି କହିଛନ୍ତି । ଚଳିତ ଥର ବିଧାନସଭା ନିର୍ବାଚନରେ ମମତା ଗୋଟିଏ ନୁହେଁ, ବରଂ ଦୁଇ ଦୁଇଟି ଆସନରୁ ନିର୍ବାଚନ ଲଢିବା ନେଇ ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ସମେତ ନିଜ ପାରମ୍ପରିକ ଆସନ ଭବାନୀପୁରରୁ ମଧ୍ୟ ନିର୍ବାଚନ ଲଢିବା ନେଇ ଘୋଷଣା କରିଛନ୍ତି । ନନ୍ଦିଗ୍ରାମ ଶୁଭେନ୍ଦୁ ଅଧିକାରୀଙ୍କ ଗଡ ରୂପେ ବିବେଚନା କରାଯାଏ । ନିକଟରେ ଶୁଭେନ୍ଦୁ ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିଲେ ।

ବିଜେପିକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି ଯେ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ପଶ୍ଚିମବଙ୍ଗକୁ ବିକ୍ରି କରିବାକୁ ଦେବି ନାହିଁ । ରାଲିରେ ମମତା ଶୁଭେନ୍ଦୁ ଅଧିକାରୀଙ୍କ ନାଁ ନ ନେଇ କହିଛନ୍ତି, ନନ୍ଦିଗ୍ରାମ ଆନ୍ଦୋଳନ କିଏ କରିଥିଲା, ଏଥିରୁ କୌଣସି ଜ୍ଞାନ ନେବାକୁ ଚାହୁଁନାହିଁ । ଚିନ୍ତାର କୌଣସି ବିଷୟ ନାହିଁ । ବିଜେପି ପ୍ରତି ଆକ୍ରାମକ ଆଭିମୁଖ୍ୟ ଆପଣାଇ ମମତା କହିଛନ୍ତି, ବିଜେପି ୱାସିଙ୍ଗ୍‌ ମେସିନ । ବିଜେପି ପାଖରେ କଳା ଧନକୁ ଧଳା କରିବାର ୱାସିଙ୍ଗ୍‌ ପାଉଡର ରହିଛି ।

ରାଲିରେ ମମତା ବାନାର୍ଜୀ 2007 ସିଙ୍ଗୁର ଆନ୍ଦୋଳନରୁ ନିଜ ଭାଷଣ ଆରମ୍ଭ କରିଥିଲେ । ସେ କହିଛନ୍ତି, ଆନ୍ଦୋଳନ ସିଙ୍ଗୁରରୁ ଆରମ୍ଭ ହୋଇଥିଲା । ଏହାପରେ ଆନ୍ଦୋଳନ ନନ୍ଦିଗ୍ରାମରେ ହୋଇଥିଲା । ମୁଁ 26 ଦିନ ଅନଶନରେ ଥିଲି ଓ ଏହାପରେ ଆଇନରେ ପରିବର୍ତ୍ତନ ଅଣାଯାଇଥିଲା । ଯେତେବେଳେ ମୁଁ ଏଠାରେ ପହଞ୍ଚିଲି, ପେଟ୍ରୋଲ ବମରେ ମୋତେ ଜଳାଇବାକୁ ଚେଷ୍ଟା କରାଯାଇଥିଲା । ତେବେ ଆନ୍ଦୋଳନ ସମୟରେ ରାଜ୍ୟପାଳ ମୋତେ ଫେରିଯିବାକୁ କହିଥିଲେ ବୋଲି ନିଜ ସମ୍ବୋଧନରେ କହିଛନ୍ତି ମମତା ।

2007ରେ ନନ୍ଦିଗ୍ରାମ ଆନ୍ଦୋଳନ ପରେ 2009ରେ ହୋଇଥିବା ବିଧାନସଭା ଉପନିର୍ବାଚନରେ ଟିଏମସି ପ୍ରଥମଥର ନନ୍ଦିଗ୍ରାମରେ ନିଜ ଖାତା ଖୋଲିଥିଲା । ଟିଏମସିର ଫିରୋଜା ବିବି ଏହି ବିଜୟ ହାସଲ କରିଥିଲେ । ଶୁଭେନ୍ଦୁ ଅଧିକାରୀ 2016ରେ ନନ୍ଦିଗ୍ରାମରୁ ବିଧାୟକ ହେଲେ ଓ ମମତା ସରକାରରେ ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲା । ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ନନ୍ଦିଗ୍ରାମ ଆନ୍ଦୋଳନର ସୂତ୍ରଧର ରୂପେ ବିବେଚନା କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.