ETV Bharat / bharat

ଶାହଙ୍କୁ ଭେଟିଲେ ଜିତନ ରାମ ମାଞ୍ଝୀ, NDA ମିଶିବା ଚର୍ଚ୍ଚାକୁ କଲେ ଖଣ୍ଡନ

author img

By

Published : Apr 13, 2023, 10:23 PM IST

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀ । ଏନଡିଏରେ ମିଶିବେନି, କି ନୀତିଶଙ୍କ ସାଥ୍‌ ଛାଡିବେନି ବୋଲି କଲେ ସ୍ପଷ୍ଟ । କହିଲେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ନୀତିଶ ସମ୍ପୂର୍ଣ୍ଣ ଯୋଗ୍ୟ । ଅଧିକ ପଢନ୍ତୁ

ଶାହଙ୍କୁ ଭେଟିଲେ ଜିତନ ରାମ ମାଞ୍ଝୀ, NDA ମିଶିବା ଚର୍ଚ୍ଚାକୁ କଲେ ଖଣ୍ଡନ
ଶାହଙ୍କୁ ଭେଟିଲେ ଜିତନ ରାମ ମାଞ୍ଝୀ, NDA ମିଶିବା ଚର୍ଚ୍ଚାକୁ କଲେ ଖଣ୍ଡନ

ପାଟନା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚା(HAM) ପ୍ରତିଷ୍ଠାତା ମୁଖ୍ୟ ଜିତନ ରାମ ମାଞ୍ଜୀ । ଆଜି(ଗୁରୁବାର) ଦିଲ୍ଲୀରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ଓ ଆଲୋଚନା ହୋଇଛି । 2024 ସଧାରଣ ନିର୍ବାଚନ ଗୋଟି ଚାଳନା ଆରମ୍ଭ ହୋଇସାରିଥିବା ବେଳେ ଏହା ପୂର୍ବରୁ ଏହି ଭେଟଘାଟକୁ ନେଇ ତାଙ୍କ ଦଳ ବିଜେପି ନେତୃତ୍ବାଧୀନ ଏନଡିଏରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା । ହେଲେ ଏହାକୁ ଦୃଢ ଭାବେ ଖଣ୍ଡନ କରିଛନ୍ତି ନିଜେ ଜିତନ ରାମ । ଏନଡିଏରେ ତାଙ୍କ ଦଳ ସାମିଲ ହେବାର ପ୍ରଶ୍ନ ନାହିଁ ଓ ସେ ସବୁବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ରହିବେ ବୋଲି ସ୍ପଷ୍ଟ କରିଛନ୍ତି ।

ତେବେ ନୀତିଶ କୁମାରଙ୍କ ଟିମ ଗତକାଲି(ବୁଧବାର) ଦିଲ୍ଲୀ ଗସ୍ତ କରି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିଥିଲେ । ଏହାର ଗୋଟିଏ ଦିନ ପରେ ଶାହ-ମାଞ୍ଝୀ ଆଲୋଚନା କରିବା ଭିନ୍ନ ପ୍ରଶ୍ନ ସୃଷ୍ଟି କରିଥିଲା । ହେଲେ ନୀତିଶଙ୍କ ସାଥ ନଛାଡିବାକୁ ସେ ପ୍ରତିଶୃତିବଦ୍ଧ ବୋଲି ମାଞ୍ଝୀ କହିଛନ୍ତି । ଆହୁରି ନୀତିଶ କୁମାରଙ୍କ ବିରୋଧୀଙ୍କ ତୃତୀୟ ସାମୁଖ୍ୟରେ ପ୍ରଧାନମନ୍ତ୍ରୀ ସମ୍ଭାବ୍ୟ ପ୍ରାର୍ଥୀତ୍ବକୁ ମଧ୍ୟ ପ୍ରଶଂସା କରିଛନ୍ତି । ଗଣମାଧ୍ୟମର ପ୍ରଶ୍ନରେ କହିଛନ୍ତି, ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ନୀତିଶ ସମ୍ପୂର୍ଣ୍ଣ ଯୋଗ୍ୟ । ହେଲେ ବିରୋଧୀ ମେଣ୍ଟରେ ନୀତିଶ ପ୍ରାର୍ଥୀ ହେବା କୌଣସି ଗୋଟିଏ ଦଳର ନିଷ୍ପତ୍ତିରେ ହୋଇପାରିବ ନାହିଁ । ଏନେଇ ମିଳିତ ବିରୋଧୀଙ୍କ ସମର୍ଥନର ଆବଶ୍ୟକତା ରହିଛି ।

ସେହିପରି ବିଜେପି ନେତୃତ୍ବାଧୀନ ଏନଡିଏ ପାଇଁ ତାଙ୍କ ଦଳର କୌଣସି ଆବଶ୍ୟକତା ନଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । କହିଛନ୍ତି, ବିଜେପି ଦେଶରେ ଛୋଟ ଦଳଙ୍କର ଆବଶ୍ୟକତା ନଥିବା କଥା ପୂର୍ବରୁ କହିଆସିଛି । ଏପରି ସ୍ଥିତିରେ ଏନଡିଏ ସହ ତାଙ୍କ ନେତୃତ୍ବାଧୀନ ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚା ଯିବାର କୌଣସି ପ୍ରଶ୍ନ ହିଁ ନାହି । ତେଣୁ ତାଙ୍କର ଏପରି ମନ୍ତବ୍ୟ ପରେ ଆଜିର ଆଲୋଚନା ସମ୍ପର୍କରେ କିଛି ସ୍ପଷ୍ଟ ହୋଇପାରିନାହିଁ । ହେଲେ 2024 ସାଧାରଣ ନିର୍ବାଚନରେ ସେ ନୀତିଶଙ୍କ ସହ ରହିବେ ବୋଲି ଜୀତନ ରାମ ଗଣମାଧ୍ଯମରେ ସ୍ପଷ୍ଟ କରିଛନ୍ତି । ଗତକାଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପମୁଖ୍ୟମନ୍ତ୍ରୀ ତଥା ତେଜସ୍ବୀ ଯାଦବ ଦିଲ୍ଲୀ ଗସ୍ତ କରି କଂଗ୍ରେସ ଶିବିର ସହ ଆଲୋଚନା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.