ETV Bharat / bharat

ନାଁ ନ ନେଇ ମୋଦି-ଶାହଙ୍କ ଉପରେ ବର୍ଷିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ

author img

By ETV Bharat Odisha Team

Published : Dec 17, 2023, 7:21 AM IST

Babul Supriyo On BJP Quit: ଦୁର୍ଗାପୁର ମହୋତ୍ସବରେ ନିଜର 54ତମ ଜନ୍ମଦିନ ପାଳନ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକପ୍ରିୟ ଗାୟକ ବାବୁଲ ସୁପ୍ରିୟୋ । ବିଜେପିକୁ ସମାଲୋଚନା ସହ ନାଁ ନ ନେଇ ମୋଦି-ଶାହଙ୍କ ଉପରେ ବର୍ଷିଲେ । ଅଧିକ ପଢ଼ନ୍ତୁ

ନାଁ ନ ନେଇ ମୋଦି-ଶାହଙ୍କ ଉପରେ ବର୍ଷିଲେ  ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ
ନାଁ ନ ନେଇ ମୋଦି-ଶାହଙ୍କ ଉପରେ ବର୍ଷିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ

କୋଲକାତା: "ଭାରତର ବାଦଶାହ କିମ୍ବା ଶେହେନଶାହ ମୋ ଜୀବନକୁ ପରିବର୍ତ୍ତନ କରିପାରିବେନି ।" ଏପରି କହି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ବିଜେପି ନେତା ବାବୁଲ ସୁପ୍ରିୟୋ ବିଜେପି ଉପରେ ବର୍ଷିଛନ୍ତି । ଗତ ଶୁକ୍ରବାର ରାତିରେ ଦୁର୍ଗାପୁର ମହୋତ୍ସବରେ ଲୋକପ୍ରିୟ ଗାୟକ ବାବୁଲ ସୁପ୍ରିୟୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନାଁ ନନେଇ ସର୍ବସାଧାରଣରେ ସମାଲୋଚନା କରିଛନ୍ତି ଏବଂ ସେହି ମଞ୍ଚରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ କରିଛନ୍ତି । ସୂଚନାଯୋଗ୍ୟ ଯେ ବାବୁଲ ସୁପ୍ରିୟୋ ବର୍ତମାନ ପଶ୍ଚିମବଙ୍ଗ ସରକାରରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଛନ୍ତି ।

ଦୁର୍ଗାପୁର ମହୋତ୍ସବରେ ବାବୁଲ ସୁପ୍ରିୟୋ ନିଜର ଲୋକପ୍ରିୟ ଗୀତଗୁଡିକୁ ଗାଇ ଉପସ୍ଥିତ ଜନତାଙ୍କ ମନକୁ ଜିଣିଥିଲେ । ଏତଦ ବ୍ୟତୀତ ବାବୁଲ ସୁପ୍ରିୟୋଙ୍କ 54 ତମ ଜନ୍ମଦିନ ଅବସରରେ ସେହି ମଞ୍ଚରେ ଏକ ବିରାଟ ଉତ୍ସବ ଆୟୋଜିତ ହୋଇଥିଲା । ଦର୍ଶକଙ୍କ ସମ୍ମୁଖରେ ମଞ୍ଚ ଉପରେ ଏକ ବାର୍ଥ ଡେ' କେକ୍‌ କାଟିଥିଲେ । ଏହି ଅବସରରେ ସେ କହିଥିଲେ, "ସଙ୍ଗୀତ ମୋର ବେଟର ହାଫ୍‌ ଏକଥା ମୁଁ ମୋର ଧର୍ମପତ୍ନୀଙ୍କୁ ମଧ୍ୟ କହିଛି । ତେଣୁ ମୁଁ ଏପରି ଏକ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଲି ।" ଏହା ପରେ ମୋଦି ଏବଂ ଶାହଙ୍କ ନାଁ ମନ ନେଇ ସେ ସମାଲୋଚନା କରିଥିଲେ । "ମୁଁ ମୋର ଜାବନର ସମ୍ରାଟ । ଦେଶର କୌଣସି ସମ୍ରାଟ କିମ୍ବା ରାଜା ମୋର ଜୀବନକୁ ବଦଳାଇ ପାରିବ ନାହିଁ । ମୋର ସଙ୍ଗୀତ ପ୍ରତି ଆଗ୍ରହକୁ ପ୍ରେରଣା ଯୋଗାଇଥିବାରୁ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଉଛି ।" କହିଛନ୍ତି ବାବୁଲ ସୁପ୍ରିୟୋ । ଏହି ଅବସରରେ ସେ ମଞ୍ଚ ତଳେ ଥିବା ଲୋକଙ୍କ ସହିତ କିଛି ସମୟ କଥା ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ ... ଶ୍ରୀମନ୍ଦିର ସିଂହଦ୍ବାରରେ ଅଦ୍ଭୁତ ଦୃଶ୍ୟ; ମୂଷା କହୁଛି ଜୟ ଜଗନ୍ନାଥ

"ଯେହେତୁ ମୁଁ ଜଣେ ମନ୍ତ୍ରୀ ତେଣୁ ମୁଁ ନାଚି ପାରିବି ନାହିଁ କି ଗାଇ ପାରିବି ନାହିଁ କିନ୍ତୁ ଏହା ହୋଇ ପାରିବ ନାହିଁ ।" ସଙ୍ଗୀତ ପ୍ରତି ନିଜର ଅହେତୁକ ଭଲପାଇବାକୁ ସର୍ବ ସାଧାରଣ ରେ ପ୍ରକାଶ କରିବା ସହ ନିଜର ବିଜେପି ଛାଡିବା ଓ ଟିଏମସିରେ ଯୋଗ ଦେବା କଥା କହିଥିଲେ । ଟିଏମସିରେ ଯୋଗ ଦେବା ପରେ ସେ ସଙ୍ଗୀତ ସାଧନା କରି ପାରିବେ ବୋଲି ମତ ଦେଇଥିଲେ, ଯେଉଁଥିରେ ବିଜେପି ମୁଖ୍ୟ ବାଧକ ସାଜିଥିଲା । ଏହି ଅବସରରେ ସେ କହିଥିଲେ ଯେ ଆସନ୍ତା ସପ୍ତାହରେ ନିଜ ୟୁଟ୍ୟୁବ ଚ୍ୟାନେଲରେ ସେ ନିଜର ନୂଆ ଆଲବମ ରିଲିଜ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.