ETV Bharat / bharat

ଇସ୍ତଫା ପରେ ମୁହଁ ଖୋଲିଲେ କ୍ୟାପଟେନ, କହିଲେ ଦଳୀୟ ନିଷ୍ପତ୍ତି କରିଛି ଅପମାନିତ - panjab cm

ଇସ୍ତଫା ପରେ ମୁହଁ ଖୋଲିଲେ କ୍ୟାପଟେନ ଅମିରନ୍ଦର ସିଂ। କହିଲେ ଗତ କିଛି ମାସ ମଧ୍ୟରେ ଦଳୀୟ କାର୍ଯ୍ୟକଳାପ ମତେ ଅପମାନିତ କରିଛି । ସକାଳେ ଇସ୍ତଫା ଦେବା ନେଇ ଦଳୀୟ ହାଇକମାଣ୍ଡଙ୍କୁ ଅବଗତ କରିଥିଲି ବୋଲି କହି । ଅଧିକ ପଢନ୍ତୁ...

ରାଜଭବନରେ ପଞ୍ଜାବ ମୁଖ୍ୟମନ୍ତ୍ରୀ, 5 କ୍ୟାବିନେଟ ମନ୍ତ୍ରୀଙ୍କ ସହ ସହଦେଇପାରନ୍ତି ଇସ୍ତଫା

author img

By

Published : Sep 18, 2021, 6:38 PM IST

ଚଣ୍ଡିଗଡ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ପ୍ରତକ୍ରିୟା ରଖିଛନ୍ତି କ୍ୟାପଟେନ ଅମିରିନ୍ଦର ସିଂ। କ୍ୟାପଟେନ ସିଂ କହିଛନ୍ତି ଦଳୀୟ ନିଷ୍ପତ୍ତିରେ ସେ ଖୁସି ନ ଥିଲେ । ଗତ 2 ମାସରେ 3 ଥର ହାଇକମାଣ୍ଡଙ୍କ ପାଖରୁ ସମନ ପାଇବା ଓ CLP ବୈଠକ ତାଙ୍କୁ ଅପମାନିତ କରିଛି । ଆଜିି ଇସ୍ତଫା ଦେବା ନେଇ ସକାଳେ ଦଳୀୟ ହାଇକମାଣ୍ଡଙ୍କୁ ଅବଗତ କରିସାରିଥିଲେ ।

ପରବର୍ତ୍ତୀ କାର୍ଯ୍ୟପନ୍ଥା ଓ ମୁଖ୍ୟମନ୍ତ୍ରୀଙ୍କୁ ଗ୍ରହଣ କରିବା ପ୍ରଶ୍ନରେ କ୍ୟାପଟେନ ସିଂ କହିଛନ୍ତି, ବର୍ତ୍ତମାନ ସେ ସମ୍ପର୍କରେ କିଛି କହିହେବନି। ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଓ ବର୍ତ୍ତମାନ ମଧ୍ୟ ସେ କଂଗ୍ରେସରେ ଅଛନ୍ତି । 52 ବର୍ଷ ରାଜନୈତିକ ଜୀବନରେ 9 ବର୍ଷ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଛନ୍ତି । ତେବେ ତାଙ୍କ ସହଯୋଗୀ ମାନଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବା ନେଇ ସେ ଉତ୍ତର ରଖିଛନ୍ତି। ସେହିପରି ସେ ବିଜେପି ସମ୍ପର୍କରେ ଥିବା ପ୍ରଶ୍ନକୁ ଖଣ୍ଡନ କିରବା ସହ ଏହାକୁ କେବଳ ଏକ ଚର୍ଚ୍ଚା ବୋଲି କହି ଏଡାଇ ଯାଇଛନ୍ତି ।

ଆଜି ଅପରାହ୍ନରେ ରାଜଭବନରେ ପହଞ୍ଚି କ୍ୟାପଟେନ ସିଂ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେଇଥିଲେ। ପରେ ଏ ସମ୍ପର୍କରେ ଗମମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ କିଛି କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଥିବା ସୂଚନା ରହିଛି। ତେବେ କେଉଁମନ୍ତ୍ରୀ ମାନେ ଇସ୍ତଫା ଦେଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.