ETV Bharat / bharat

ପଶ୍ଚିମବଙ୍ଗରେ ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ଘୋଷଣା କଲେ ମମତା ବାନାର୍ଜୀ

author img

By

Published : May 3, 2021, 4:46 PM IST

ଗୋଟିଏ ପରେ ଗୋଟିଏ ରାଜ୍ୟ ସାମ୍ବାଦିକ ମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କଲେ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗରେ ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ଘୋଷ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ପଶ୍ଚିମବଙ୍ଗରେ ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ଗୋଟିଏ ପରେ ଗୋଟିଏ ରାଜ୍ୟ ସାମ୍ବାଦିକଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିବାରେ ଲାଗିଛନ୍ତି । ଏହି କ୍ରମରେ ସାମିଲ ହୋଇଛି ପଶ୍ଚିମବଙ୍ଗ । ମମତା ବାନାର୍ଜୀ ଆଜି ରାଜ୍ୟର ସମସ୍ତ ସାମ୍ବାଦିକମାନଙ୍କୁ କୋଭିଡ ଯୋଦ୍ଧା ଭାବେ ମାନ୍ୟତା ଦେଇଛନ୍ତି ।

ପୂର୍ବରୁ ଦେଶରେ ଅନେକ ସାମ୍ବାଦିକ କୋରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବାବେଳେ ସାମ୍ବାଦିକମାନେ ମହାମାରୀ ସମୟରେ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ ଜାରି ରଖିଛନ୍ତି । ମହାମାରୀରେ ଟିକିନିଖି ତଥ୍ୟ ଓ ଖବର ପ୍ରଶାରିତ କରିବା ସହ କୋଭିଡ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ସୂଚନା ଦ୍ବାରା ଜନ ସଚେତନତା ସୃଷ୍ଟି ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ସମ୍ବାଦିକ ।କେବଳ ଏତିକି ନୁହେଁ ସେମାନଙ୍କ ମଧ୍ୟରୁ ଅନେକ ଆକ୍ରାନ୍ତ ହୋଇ ପ୍ରାଣ ମଧ୍ୟ ହରାଇ ସାରିଛନ୍ତି । ତେଣୁ ବିଭିନ୍ନ ଆଡୁ ସାମ୍ବାଦିକଙ୍କୁ ମଧ୍ୟ କୋରୋନା ଯୋଦ୍ଧା ଭାବେ ଘୋଷଣା କରିବା ପାଇଁ ଦାବି ହୋଇ ଆସୁଥିଲା । ପ୍ରଥମେ ଓଡିଶା ସରକାର ସାମ୍ବାଦିକ ମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ମାନ୍ୟତା ଦେବା ପରେ ଗୋଟିଏ ଗୋଟିଏ ରାଜ୍ୟ ଏବେ ଏହି କ୍ରମରେ ସାମିଲ ହେବାରେ ଲାଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.