ETV Bharat / bharat

ଶାହଙ୍କୁ ଦିଦିଙ୍କ ଚ୍ୟାଲେଞ୍ଜ, ପ୍ରଥମେ ଅଭିଷେକ ବିରୋଧରେ ନିର୍ବାଚନ ଲଢି ଦେଖାଅ..

ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଦି-ପୁତୁରା ବୟାନକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କରିଛନ୍ତି କଟାକ୍ଷ । ତେବେ ଏହାକୁ ନେଇ ଶାହଙ୍କୁ ଟାର୍ଗେଟ କରିଛନ୍ତି ଦିଦି । ଅଧିକ ପଢନ୍ତୁ...

author img

By

Published : Feb 18, 2021, 9:05 PM IST

ଶାହଙ୍କୁ ଦିଦିଙ୍କ ଚ୍ୟାଲେଞ୍ଜ, ପ୍ରଥମେ ଅଭିଷେକ ବିରୋଧରେ ନିର୍ବାଚନ ଲଢି ଦେଖାଅ...

କୋଲକାତା: ନିର୍ବାଚନ ସମୟ ଯେତେ ପାଖେଇ ଆସୁଛି, ସେତେ ବଢି ବଢି ଚାଲିଛି ପଶ୍ଚିମବଙ୍ଗ ରାଜନୀତିର ପାରଦ । ଶୁଣିବାକୁ ମିଳୁଛି ନେତାଙ୍କ ବୟାନବାଜି । ତେବେ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଦି-ପୁତୁରା ବୟାନକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କରିଛନ୍ତି କଟାକ୍ଷ । ତେବେ ଏହାକୁ ନେଇ ଶାହଙ୍କୁ ଟାର୍ଗେଟ କରିଛନ୍ତି ଦିଦି ।

ଗୁରୁବାର ଅମିତ ଶାହଙ୍କୁ ଚ୍ୟାଲେଞ୍ଜ କରି ମମତା କହିଛନ୍ତି, ପ୍ରଥମେ ତାଙ୍କ ପତୁରା ଅଭିଷକ ବାନାର୍ଜୀଙ୍କ ବିରୋଧରେ ନିର୍ବାଚନ ଲଢି ଦେଖାନ୍ତୁ ପରେ ମୋ ସହ ଲଢିବା ନେଇ ବିଚାର କରିବେ । ଦକ୍ଷିଣ 24 ପ୍ରଗଣା ଜିଲ୍ଲାରେ ଏକ ରାଲିକୁ ସମ୍ବୋଧିତ କରି ମମତା କହିଛନ୍ତି, ଯଦି ଅଭିଷେକ ଚାହିଁଥାନ୍ତେ, ତାହେଲେସେ ରାଜ୍ୟସଭା ସଦସ୍ୟ ହୋଇ ସାଂସଦ ହେବାର ସହଜ ରାସ୍ତା ବାଛିପାରିଥାନ୍ତେ । ହେଲେ ସେ ଲୋକସଭା ନିର୍ବାଚନ ଲଢିଲେ ଓ ଜନାଦେଶ ମଧ୍ୟ ପାଇଲେ ।

ଦିଦି କହିଛନ୍ତି, ଅମିତ ଶାହ ସର୍ବପ୍ରଥମେ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ମୁକାବିଲା କରିବା ପାଇଁ ଚ୍ୟାଲେଞ୍ଜ କରୁଛି । ପରେ ସେ ମୋ ବିରୋଧରେ ଲଢିପାରନ୍ତି । ସିଏମ ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି, ଅଭିଷେକ ବାନାର୍ଜୀ ଜନତାଙ୍କ ଦ୍ବାରା ନିର୍ବାଚିତ ପ୍ରତିନିଧି । ତେବେ ଅମିତ ଶାହଙ୍କୁ ନିଜ ପୁଅକୁ ପ୍ରଥମେ ରାଜନୀତିକୁ ଆଣିବାକୁ ଚ୍ଯାଲେଞ୍ଜ କରିଛନ୍ତି ମମତା ।

ବାନାର୍ଜୀ କହିଛନ୍ତି, ଦିନରାତି ଶାହ କେବଳ ଦିଦି-ପୁତୁରା ବିଷୟରେ କଥା ହେଉଛନ୍ତି । ମୁଁ ଅମିତ ଶାହଙ୍କୁ ଚ୍ୟାଲେଞ୍ଜ କରୁଛି ଯେ ସେ ପ୍ରଥମେ ଅଭିଷକ ବିରୋଧରେ ନିର୍ବାଚନ ଲଢନ୍ତୁ ପରେ ମୋ ସହ । ଏହାସହ ଦିଦି ଗୃହମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି, ଆପଣଙ୍କ ପୁଅ କିପରି କ୍ରିକେଟ ପ୍ରଶାସସନର ଅଂଶ ହୋଇ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି ? ତେବେ ଗତ ସବୁ ନିର୍ବାଚନର ରେକର୍ଡ ଭାଙ୍ଗି ଏଥର ଟିଏମସି ସର୍ବାଧିକ ଆସ ଜିତିବ ବୋଲି ଦାବି କରିଛନ୍ତି ଦିଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.