ETV Bharat / bharat

'ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କୁ ପରାସ୍ତ କରି କୋଲକାତା ପଠାଇବି'

author img

By

Published : Mar 6, 2021, 10:39 PM IST

ନନ୍ଦିଗ୍ରାମ ମୋ ପାଇଁ କୌଣସି ଚ୍ୟାଲେଞ୍ଜ ନୁହେଁ । ମୁଁ ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିବି ଏବଂ ତାଙ୍କୁ କୋଲକାତା ପଠାଇବି । ଏହି ନିର୍ବାଚନରେ ମମତା ବାନାର୍ଜୀ 50 ହଜାର ଭୋଟ ବ୍ୟବଧାନରେ ହାରିବାକୁ ଯାଉଛନ୍ତି ବୋଲି ଶୁଭେନ୍ଦୁ ଅଧିକାରୀ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

BJP leader Suvendu Adhikari
'ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କୁ ପରାସ୍ତ କରି କୋଲକାତା ପଠାଇବି'

କୋଲକାତା: ନିର୍ବାଚନୀ ରାଲିରେ ଗର୍ଜିଲେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ନନ୍ଦିଗ୍ରାମ ମୋ ପାଇଁ କୌଣସି ଚ୍ୟାଲେଞ୍ଜ ନୁହେଁ । ମୁଁ ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିବି ଏବଂ ତାଙ୍କୁ କୋଲକାତା ପଠାଇବି ବୋଲି ସେ କହିଛନ୍ତି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତି ସେତେ ସରଗରମ ହେବାରେ ଲାଗିଛି । ପଶ୍ଚିମବଙ୍ଗର ମୁଚିପାରାରେ ଏକ ନିର୍ବାଚନ ରାଲିରେ ଯୋଗଦେଇ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଜନସଂଘର ପ୍ରତିଷ୍ଠାତା ସଦସ୍ୟ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ପ୍ରଶଂସା କରିଛନ୍ତି । ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଅବଦାନ ବିନା ଭାରତ ଏକ ଇସଲାମିକ ଦେଶ ହୋଇଥାନ୍ତା । ତାଙ୍କର ଲଢେଇ ଯୋଗୁଁ ଆଜି ଆମର ଅସ୍ଥିତ୍ବ ରହିଛି ନଚେତ ଆମେ ବାଂଲାଦେଶରେ ବାସ କରିଥାନ୍ତୁ ବୋଲି ଅଧିକାରୀ କହିଛନ୍ତି ।

ନନ୍ଦିଗ୍ରାମ ମୋ ପାଇଁ କୌଣସି ଚ୍ୟାଲେଞ୍ଜ ନୁହେଁ । ମୁଁ ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିବି ଏବଂ ତାଙ୍କୁ କୋଲକାତା ପଠାଇବି ବୋଲି କହିଛନ୍ତି । ବିଜେପି ଆଜି ନିଜ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ଶୁଭେନ୍ଦୁ ଅଧିକାରୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି ଏହାକୁ ନେଇ ସେ କହିଛନ୍ତି ଏ ଭଳି ଦାୟିତ୍ବ ଦେଇଥିବା ଯୋଗୁଁ ନିଜ ଦଳ ନେତୃତ୍ବକୁ ଓ ନେତାଙ୍କୁ ଧନ୍ୟବାଦ ଦେଇଛନ୍ତି । ମୁଁ ନନ୍ଦିଗ୍ରାମ ଓ ସାରା ପଶ୍ଚିମବଙ୍ଗରେ ପଦ୍ମଫୁଲ ଫୁଟାଇବି । ଏହି ନିର୍ବାଚନରେ ମମତା ବାନାର୍ଜୀ 50 ହଜାର ଭୋଟ ବ୍ୟବଧାନରେ ହାରିବାକୁ ଯାଉଛନ୍ତି ବୋଲି ଶୁଭେନ୍ଦୁ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେପଟେ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ପଦବୀଙ୍କୁ ନେଇ ପଚାରା ଯାଇଥିବା ଏକ ପ୍ରଶ୍ନରେ ସେ କହିଛନ୍ତି ଆମ ଦଳ ହେଉଛି ଏକ ଜାତୀୟ ଦଳ । ମୁଁ ଦଳର ଏକ ଶୃଙ୍ଖଳିତ ସିପାହୀ ଆମେ ସମସ୍ତେ ଟିମରେ କାର୍ଯ୍ୟକରୁ । ମୁଁ ବର୍ତ୍ତମାନ ଏ ଭଳି କୌଣସି ପ୍ରଶ୍ନର ଉତ୍ତର ଦେବାକୁ ଚାହୁଁନାହିଁ ବୋଲି କହିଛନ୍ତି ।

ସୂଚନାଥାଉକି ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଆଠଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଟିଏମସି ନିଜର ସମସ୍ତ ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେପି ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏହି ତାଲିକାରେ ବିଜେପିରୁ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟକ୍କର ଦେବେ । ଯାହା ପଶ୍ଚିମବଙ୍ଗ ରାଜନୀତି ଉପରେ ବେଶ ପ୍ରଭାବ ପକାଇବାର ସମ୍ଭାବନା ରହିଛି । ସାରା ଦେଶର ନିଜର ବର୍ତ୍ତମାନ ପଶ୍ଚିମବଙ୍ଗ ରାଜନୀତି ଉପରେ ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.