ETV Bharat / bharat

ବଞ୍ଚିଲା ରୋଗୀ ଜୀବନ: ୧୪ ମିନିଟ୍‌ରେ ଗ୍ରୀନ କରିଡର ମାଧ୍ୟମରେ ପହଞ୍ଚିିଲା ହାର୍ଟ - ତେଲେଙ୍ଗାନା ନ୍ୟୁଜ

ମଲକପେଟ(Malakpet)ରୁ ଜୁବଲିହିଲ୍ସ(Jubilee hills)କୁ ଅଣାଯାଉଥିବା ହାର୍ଟ ପାଇଁ ଗ୍ରୀନ କରିଡର । ତାହା ପୁଣି ୧୪ ମିନିଟରେ । ଜଣେ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ତେଲେଙ୍ଗାନାରେ କରାଯାଇଥିଲା ଗ୍ରୀନ କରିଡର । ଅଧିକ ପଢନ୍ତୁ

ମଲକପେଟରୁ ଜୁବଲିହିଲ୍ସ ଅଣାଯାଉଥିବା ହାର୍ଟ ପାଇଁ ଗ୍ରୀନ କରିଡର

author img

By

Published : May 12, 2022, 6:29 PM IST

ହାଇଦ୍ରାବାଦ : ମଲକପେଟ(Malakpet)ରୁ ଜୁବଲିହିଲ୍ସ(Jubilee hills)କୁ ଅଣାଯାଉଥିବା ହାର୍ଟ ପାଇଁ ଗ୍ରୀନ କରିଡର । ତାହା ପୁଣି ୧୪ ମିନିଟରେ । ଜଣେ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ତେଲେଙ୍ଗାନାରେ କରାଯାଇଥିଲା ଗ୍ରୀନ କରିଡର ।

ହାଇଦ୍ରାବାଦ ଟ୍ରାଫିକ ପୋଲିସର ପରିଚାଳନାରେ ସୁଗମ ବ୍ୟବସ୍ଥା ପାଇଁ ଏହା ସମ୍ଭବ ହୋଇପାରିଛି। ସୂଚନା ଅନୁସାରେ ମଲକପେଟରେ ଥିବା ୟଶୋଦା ହସପିଟାଲ (Yashoda Hospital)ରୁ ଏକ ହାର୍ଟ ଜୁବଲିହିଲ୍ସରେ ଥିବା ଆପୋଲୋ ହସପିଟାଲକୁ ଅଣାଯିବାର ଥିଲା । ସକାଳ 10.27 ମିନିଟ ସମୟରେ ହାର୍ଟକୁ ଧରି ଡାକ୍ତରୀ ଦଳ ଏକ ଭ୍ୟାନରେ ୟଶୋଦା ହସପିଟାଲରୁ ବାହାରି 10.41 ମିନିଟରେ ଆପୋଲୋ ହସପିଟାଲରେ ପହଞ୍ଚିଥଲେ । ଦୁଇ ହସପିଟାଲ ମଧ୍ୟରେ ଥିବା 13.46 କିମି ଦୂରତାକୁ ମାତ୍ର 14 ମିନିଟରେ ଅତିକ୍ରମ କରିଥିଲା ମେଡିକାଲ ଟିମ ।

ଏନେଇ ୟଶୋଦା ହସପିଟାଲ ଏବଂ କିମସ୍ସ ହସ୍ପିଟାଲ(KIMS) ମ୍ୟାନେଜମେଣ୍ଟ ହାଇଦ୍ରାବାଦ ଟ୍ରାଫିକ ପୋଲିସକୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସୁଗମ ଟ୍ରାଫିକ ପରିଚାଳନା ଯୋଗୁଁ ଏକ ମୂଲ୍ୟବାନ ଜୀବନ ବଞ୍ଚି ଯାଇଛି । ଚଳିତ ବର୍ଷ ହାଇଦ୍ରାବାଦରେ ଗ୍ରୀନ କରିଡର ମାଧ୍ୟମରେ ୧୭ଟି ଅଙ୍ଗ ପରିବହନ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.