ETV Bharat / bharat

ହାଇଦ୍ରାବାଦରେ ଚାଞ୍ଚଲ୍ୟ, ସ୍ତ୍ରୀ ଓ ଦୁଇ ଶିଶୁକୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା - ସ୍ତ୍ରୀ ଓ ଦୁଇ ଶିଶୁକୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା

ହାଇଦ୍ରାବାଦର ଚନ୍ଦନଗର ଅଞ୍ଚଳର ପାପିରେଡ୍ଡି କଲୋନୀରେ ଅଭାବନୀୟ ଘଟଣା । ସ୍ତ୍ରୀ ଓ ଦୁଇ ଶିଶୁକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ସ୍ବାମୀ । ଅଧିକ ପଢନ୍ତୁ

ସ୍ତ୍ରୀ ଓ ଦୁଇ ଶିଶୁକୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା

author img

By

Published : Oct 17, 2022, 5:44 PM IST

ହାଇଦ୍ରାବାଦ: ହାଇଦ୍ରାବାଦରେ ଚାଞ୍ଚଲ୍ୟ । ସ୍ତ୍ରୀ ଓ ଦୁଇ ଶିଶୁକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ସ୍ବାମୀ( Hyderabad Man Kills Wife and Two Kids Hangs Self ) । ହାଇଦ୍ରବାଦର ଚନ୍ଦନଗର ଅଞ୍ଚଳର ପାପିରେଡ୍ଡି କଲୋନୀରେ ଘଟିଛି ଏହି ଅଭାବନୀୟ ଘଟଣା । ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ନାଗାରାଜୁ , ତାଙ୍କ ସ୍ତ୍ରୀ ସୁଜାତା ଓ ତାଙ୍କ ଦୁଇ ନାବାଳକ ସିଦାପା ଓ ରାମୟାସାରି, ଜଣଙ୍କ ବୟସ ୧୧ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୬ବର୍ଷ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ମୃତକ ନାଗାରାଜୁଙ୍କ ଘରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋରେ ପୋଲିସରେ ଅଭିଯୋଗ କରିଥିଲେ, ଘଟଣାସ୍ଥଳରେ ପୋଲିସ ପହଞ୍ଚି କବାଟ ଖୋଲିବା ପରେ ୪ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା । ଗତ ଶୁକ୍ରବାର ଦିନ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଅନୁମାନ କରୁଛି । ନାଗାରାଜୁ କୌଣସି କାରଣକୁ ନେଇ ତାଙ୍କ ପତ୍ନୀ ଓ ଶିଶୁଙ୍କୁ ଟେଲରିଂରେ ବ୍ୟବହୃତ କଇଁଚିରେ ଆକ୍ରମଣ କରି ହତ୍ୟା କରିବା ପରେ ନିଜେ ଫ୍ୟାନରେ ଝୁଲିପଡିଥିବା ପୋଲିସ ତରଫରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-ଭୁଲ ଭୁଲେୟା ପ୍ରେମ: ଡାକ୍ତର ସ୍ବାମୀକୁ ଇଞ୍ଜେକସନ ଦେଇ ହତ୍ୟାକରି ତୃତୀୟ ପ୍ରେମିକ ସହ ଫେରାର

ନାଗାରାଜୁ ସାଙ୍ଗାରେଡି ଜିଲ୍ଲାର ହୋଇଥିବାବେଳେ, ଗତ କିଛି ବର୍ଷ ହେଲା ସେ ହାଇଦ୍ରାବାଦରେ ନିଜ ପରିବାର ସହ ରହୁଥିଲେ । ଅନେକ ସମୟରେ ପତ୍ନୀଙ୍କ ସହ ତାଙ୍କର ବଚସା ହୋଇଥାଏ । ତେବେ ଗତ ଶୁକ୍ରବାର ମଧ୍ୟ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଏହି ହତ୍ୟାକାଣ୍ଡ ଭିଆଇବା ପରେ ନିଜେ ନାଗାରାଜୁ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛନ୍ତି ପରିବାର ଲୋକେ । ତିନି ଦିନ ଧରି ନାଗାରାଜୁଙ୍କ ଘର ବନ୍ଦ ରହିଥିବାବେଳେ ଦୁର୍ଗନ୍ଧ ବାହାରିବାରୁ ଆଜି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ ।

ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠଇଛି । ତେବେ କେଉଁ କାରଣକୁ ନେଇ ତିନିଜଣଙ୍କୁ ହତ୍ୟା କରିବା ପରେ ନିଜେ ନାଗାରାଜୁ ଆତ୍ମହତ୍ୟା କଲେ ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ନାଗାରାଜୁ ହାଇଦ୍ରାବାଦରେ ବ୍ୟବସାୟ କରୁଥିବାବେଳେ ତାଙ୍କ ପତ୍ନୀ ଟେଲରିଂ କାମ କରୁଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.