ETV Bharat / bharat

Hyderabad Gang Rape: 4 ନାବାଳକ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

author img

By

Published : Jul 27, 2022, 4:58 PM IST

ବହୁ ଚର୍ଚ୍ଚିତ ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଜାମିନ ପାଇଲେ 4 ନାବାଳକ ଅଭିଯୁକ୍ତ । ଗିରଫ ହୋଇଥିଲେ ମୋଟ 6 ଅଭିଯୁକ୍ତ । ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ବିଧାୟକଙ୍କ ପୁଅ । ଅଧିକ ପଢନ୍ତୁ

Hyderabad gang rape: 4 ନାବାଳକ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ହାଇଦ୍ରାବାଦ: ବହୁ ଚର୍ଚ୍ଚିତ ହାଇଦ୍ରାବାଦ ଜୁବିଲି ହିଲ ନାବାଳିକା ଗଣଦୁଷ୍କର୍ମ ମାମଲାରେ 4 ନାବାଳାକ ଅଭିଯୁକ୍ତଙ୍କୁ ଜାମିନ୍‌ ମିଳିଛି । ଜୁଭିନାଇଲ ଜଷ୍ଟିସ ବୋର୍ଡ ଏହି 4 ବାଳ ଅଭିଯୁକ୍ତଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି । ଅଭିଯୁକ୍ତ ନାବାଳକମାନେ ଗିରଫ ହୋଇ ସଇଦାବାଦ ବାଳ ସୁଧାର ଗୃହରେ ଥିବା ବେଳେ ଆଜି ଘରକୁ ଫେରିଛନ୍ତି । ସେହିପରି ମାମଲାର ଅନ୍ୟତମ ତଥା 5ମ ନାବାଳକ ଅଭିଯୁକ୍ତ ଏବେ ମଧ୍ୟ ସୁଧାର ଗୃହରେ ରହିଛି । ଏହି 5ମ ଅଭିଯୁକ୍ତ ରାଜ୍ୟର ଜଣେ ବିଧାୟକଙ୍କ ପୁଅ ମଧ୍ୟ । ତେବେ ତାଙ୍କ ଜାମିନ ଆବେଦନ ତେଲେଙ୍ଗାନା ହାଇକୋର୍ଟରେ ବିଚାର ହେବା ନେଇ ସୂଚନା ମିଳିଛି ।

ଘଟଣାରେ 5 ନାବାଳକ ଅଭିଯୁକ୍ତଙ୍କ ସହ ଜଣେ ମାତ୍ର ପ୍ରାପ୍ତବୟସ୍କ ଅଭିଯୁକ୍ତ ମଧ୍ୟ ରହିଛି । ଏକ ମାତ୍ର ପ୍ରାପ୍ତବୟସ୍କ ଅଭିଯୁକ୍ତ ସଦୁଦ୍ଦିନ ମଲ୍ଲିକର ବେଲ ଆବେଦନ ପୂର୍ବରୁ ଖାରଜ ହୋଇସାରିଥିବା ବେଳେ ସେ ଏବେ ଜେଲରେ ଅଛି । ଏହି ବହୁଚର୍ଚ୍ଚିତ ଘଟଣାର ଗିରଫଦାରୀର ପ୍ରାୟ 50 ଦିନ ପରେ 4 ନାବାଳକ ଅଭିଯୁକ୍ତଙ୍କୁ ବେଲ ମିଳିଛି । ସେହିପରି ଅନ୍ୟ ଜଣେ ନାବାଳକ ଅଭିଯୁକ୍ତଙ୍କୁ ମଧ୍ୟ ଆସନ୍ତାକାଲି ବେଲ ମିଳିବା ନେଇ ଅନୁମାନ କରାଯାଉଛି ।

ଏହି ବହୁଚର୍ଚ୍ଚିତ ଘଟଣାରେ ରାଜନେତା ତଥା ବିଧାୟକଙ୍କ ପୁଅ ସାମିଲ ଥିବାରୁ ରାଜ୍ୟ ସମେତ ଦେଶରେ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ସହରର ଜୁବିଲହିଲ ଅଞ୍ଚଳରେ ଜଣେ 17 ବର୍ଷୀୟା ନାବାଳିକାକୁ କାରରେ ଲିଫ୍ଟ ଦେବା ବାହାନାରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ 5 ନାବାଳକଙ୍କ ସମେତ ମୋଟ 6 ଅଭିଯୁକ୍ତଙ୍କୁ ଗିରଫ କରିଥିଲା ତେଲେଙ୍ଗାନା ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.