ମେଷ: କାର୍ଯ୍ୟଭାର ଦ୍ୱାରା ଅଧିକ ଭାରାକ୍ରାନ୍ତ ଏବଂ ଭାଙ୍ଗି ପଡିବେ । କାମରେ ଅଳସୁଆ ହୁଅନ୍ତୁ ନାହିଁ । ଧ୍ୟାନଚ୍ୟୁତ ହୁଅନ୍ତୁ ନାହିଁ ନଚେତ ଏହାର କୁପ୍ରଭାବ ନିଜ ଜୀବନ ଓ କାର୍ଯ୍ୟକ୍ଷେତ୍ରରେ ପଡିବ । ମନ ଓ ଚିନ୍ତା ଦୂର ପାଇଁ ଦେବାଳୟକୁ ବୁଲିଯାଆନ୍ତୁ ।
ବୃଷ: ଯୋଗ ଓ ଧ୍ୟାନ ଦ୍ୱାରା ନିଶ୍ଚିତ ଭାବରେ ଚିନ୍ତାଦୂର ହେବ। ଏହି ସମସ୍ତ କିଛି ଜୀବନରେ ବହୁତ ପ୍ରଭାବ ପକାଇଥାଏ । କୌଣସି କଥାରେ ଅଧୈର୍ଯ୍ୟ ଓ ଅସହାୟ ମନେକରନ୍ତୁ ନାହିଁ । ବିଶ୍ରାମ ନିଅନ୍ତୁ । ଖାଦ୍ୟ ଓ ସ୍ୱାସ୍ଥ୍ୟ ପ୍ରତି ଅଧିକ ସାବଧାନ ହୁଅନ୍ତୁ । ଯାତ୍ରା ପରିତ୍ୟାଗ କରନ୍ତୁ ।
ମିଥୁନ: ଆଜି ସାରା ଦିନଟି ଭଲ ଖାଦ୍ୟ ଖାଇବାରେ କଟିପାରେ । ଆପଣ ଖାଦ୍ୟ,ପାନୀୟ ଏବଂ ଆଗ୍ରହୀ ବନ୍ଧୁଙ୍କ ଗହଣରେ ମୌଜମଜଲିସରେ ଲିପ୍ତ ରହିବେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସଫଳ ହେବ । ସହକର୍ମୀ, ପ୍ରିୟତମା ଏବଂ ପିଲାଦିନର ବନ୍ଧୁଙ୍କ ସଙ୍ଗେ ଭ୍ରମଣ ଜନିତ ଆମୋଦପ୍ରମୋଦରେ ସମୟ କାଟିବେ ଏବଂ ପ୍ରଫୁଲ୍ଲ ହୋଇ ରହିବେ । ଆଜି ଦିନଟି କିଣାକିଣି, ପ୍ରଣୟ, ଖାଇବା ପିଇବାରେ ଜୀବନକୁ ରଙ୍ଗାୟିତ କରିପାରନ୍ତି ।
କର୍କଟ: ଶତ୍ରୁଙ୍କ ଉପରେ ବିଜୟଲାଭ କରିବେ, ବାନ୍ଧବୀଙ୍କ ସହ ସାକ୍ଷାତ ଆପଣଙ୍କୁ ଉଲ୍ଲସିତ କରିବ । ନିଜ ବୃତ୍ତିଗତ କାର୍ଯ୍ୟରେ ସହକର୍ମୀ ଓ ସହଯୋଗୀଙ୍କ ସହଯୋଗରେ କଠିନ କାର୍ଯ୍ୟ କରିବାରେ ସକ୍ଷମ ହେବେ । ଆଜିପରି ଅଶାପ୍ରଦ ଶାନ୍ତିମୟ ଦିନ କ୍ୱଚିତ ଆସିଥାଏ । ତେଣୁ ଜୀବନକୁ ମଧୁମୟ କରିବାକୁ ପରିବାରର ସଦସ୍ୟଙ୍କ ସହିତ ମୌଜମଜଲିସରେ ସମସ୍ତ ଦିନଟିକୁ ଉପଭୋଗ କରିବା ଉଚିତ୍ ।
ସିଂହ: ଦିନଟି ଖୁସିରେ କଟିବ । ନୂତନ କବିତା ଲେଖିବା ପାଇଁ ପ୍ରେରଣା ପାଇବେ । ପ୍ରେମାଳାପ ମଧୁର ଓ ଫଳଯୁକ୍ତ ହେବ । ପିଲାଙ୍କ ପ୍ରଗତିରେ ସୁଫଳ ପ୍ରାପ୍ତି ହେବ । ପିଲାମାନେ ପାଠପଢାରେ ଉଚ୍ଚ ଫଳ ଯୁକ୍ତ ହେବେ । ସାଙ୍ଗ ତଥା ସ୍ତ୍ରୀଙ୍କ ଠାରୁ ଲାଭ ହେବ ।
କନ୍ୟା: ଆଜି ଦିନ ଆପଣଙ୍କ ସପକ୍ଷରେ ନାହିଁ । ଶାରିରୀକ ଭାବରେ ଆପଣ ଆଶାବାଦୀ ଅନୁଭବ କରି ନପାରନ୍ତି । ବ୍ୟସ୍ତତା ଆପଣଙ୍କ ମନକୁ ଗ୍ରାସ କରିବ । ଆପଣଙ୍କ ଜୀବନସାଥୀଙ୍କ ସହିତ ଯୁକ୍ତିତର୍କ ଏବଂ କଳହ ସୃଷ୍ଟି ହୋଇପାରେ । ମାଆଙ୍କର ସ୍ୱାସ୍ଥ୍ୟ ଆପଣଙ୍କୁ ବ୍ୟସ୍ତ କରିପାରେ । ଜମି ଏବଂ ସମ୍ପତ୍ତି ବିଷୟରେ ଅତ୍ୟନ୍ତ ଯତ୍ନଶୀଳ ହୁଅନ୍ତୁ ।
ତୁଳା: ସାରା ଦିନ ଖୁସୀରେ କଟିବ । ପ୍ରତିଯୋଗୀଙ୍କ ପାଖରୁ ହିଁ ଆପଣ ସୁଯୋଗ ଛଡାଇ ନେଇପାରିବେ । ଆପଣ ଆଜି ଯାହା କରିବେ ସଫଳତା ସୁନିଶ୍ଚିତ ହେବ । ପ୍ରୀୟଜନଙ୍କ ସହିତ ମିଳନ ହେବ । ଆପଣଙ୍କ ମନ ବ୍ୟସ୍ତ ଏବଂ ବ୍ୟାକୁଳତା ମୁକ୍ତ ରହିବ । ତୀର୍ଥଯାତ୍ରାରେ ଯାଇ ଆପଣ ଅନ୍ତିମ ଖୁସୀ ଅନୁଭବ କରିବେ । ସମ୍ପର୍କରେ ଭାବ ପ୍ରବଣତା ଆପଣଙ୍କୁ ଦ୍ୱନ୍ଦରେ ପକାଇବ ।
ବିଛା: ଆଜି ନିଜର ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କର ଅସାଧାରଣ ବ୍ୟବହାର ପାଇଁ କୌଣସି ବ୍ୟକ୍ତିଙ୍କୁ ମାନସିକ ଭାବରେ ଆଘାତ କରିପାରନ୍ତି । ଆପଣଙ୍କ ମନରେ ପ୍ରତିକୂଳ ଭାବନା ରଖନ୍ତୁ ନାହିଁ । ସ୍ୱାସ୍ଥ୍ୟ ସମସ୍ୟା ରହିପାରେ ।
ଧନୁ: ନିଜ ଦେହର ଜତ୍ନ ନିଅନ୍ତୁ । କରୁଥିବା କାର୍ଯ୍ୟରେ ସଫଳତା , ଧନ ପ୍ରାପ୍ତି ହେବ । ଦେବ ଦର୍ଶନ କରିବେ । ବନ୍ଧୁ ବାନ୍ଧବଙ୍କ କାମରେ ସହଯୋଗ କରିବେ । ବିବାହିତ ଜୀବନ ସୁଖମୟ ହେବ । ଭଲ ବ୍ୟବହାର ଦେଖାଇବେ । ନାମ ଓ ଖ୍ୟାତି ଅର୍ଜନ କରିବେ ।
ମକର: ପାଦେ ପାଦେ ସାବଧାନତା ଅବଲମ୍ୱନ କରନ୍ତୁ । କାର୍ଯ୍ୟ ସ୍ଥଳରେ ସାହାଯ୍ୟ ପାଇବେ । ଆୟ ଠାରୁ ବ୍ୟୟ ବଢିବ । ସାମାଜିକ ତଥା ଧାର୍ମିକ ଅନୁଷ୍ଠାନ ପାଇଁ କାର୍ଯ୍ୟ କରିବେ ଏବଂ ବ୍ୟୟ ବହୁଳ ହେବେ । ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । କଠିନ ପରିଶ୍ରମ କରି ସୁଫଳ ପାଇବାର ଆଶା ଅଛି । ଚିନ୍ତା ବଢିବ । ଦୁର୍ଘଟଣାର ସମ୍ମୁଖୀନ ହେବେ ।
କୁମ୍ଭ: ଆଜି ନୂତନ କାର୍ଯ୍ୟାରମ୍ଭ ପାଇଁ ପ୍ରକୃଷ୍ଟ ସମୟ ଅଟେ । ସରକାରୀ ତଥା ବ୍ୟବସାୟୀ ଦୃଷ୍ଟିରୁ ସୁଫଳ ମିଳିବ । ସ୍ତ୍ରୀଙ୍କ କାର୍ଯ୍ୟରେ ବ୍ୟସ୍ତ ରହିବେ । ସାମାଜିକ ପ୍ରତିଷ୍ଠା ବଢିବ । ସ୍ତ୍ରୀ ପିଲାଙ୍କ ଠାରୁ ସୁସମ୍ୱାଦ ମିଳିବ । ବିବାହ ଆଦି କାର୍ଯ୍ୟ ସମ୍ପର୍ଣ୍ଣ ହେବ । ସୁନ୍ଦର ଯାତ୍ରାର ସୁଯୋଗ ଅଛି ।
ମୀନ: ଆଜି ଦିନଟି ସଫଳ ଯୁକ୍ତ ହେବ । ମନ ପ୍ରଫୁଲ ରହିବ ଏବଂ ବ୍ୟବସାୟ ଭଲ ହେବ । କରଜ ମିଳିବ । ପିତା ତଥା ବୟସ୍କ ମାନଙ୍କ ଦ୍ୱାରା ଉପକୃତ ହେବେ । ପାରିବାରିକ ସମ୍ପର୍କରେ ମଧୁରତା ଭରିଜିବ । ସରକାରୀ ସହାୟତା ମିଳିବ । ପ୍ରତିଷ୍ଠା ପାଇବେ । ସାମାଜିକ ଜୀବନ ସୁଖମୟ ହେବ ।