ETV Bharat / bharat

Horoscope Today: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

author img

By

Published : Feb 4, 2023, 12:00 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope Today
Horoscope Today

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଫଳ ଦାୟକ ନୁହେଁ , ତେଣୁ ନିଜକୁ ଶାନ୍ତ ରଖି ସମୟକୁ ଅପେକ୍ଷା କରନ୍ତୁ ସୁଫଳ ପାଇପାରନ୍ତି । ଆପଣଙ୍କ ମାନସିକ ଉତ୍ତେଜନା ବୃଦ୍ଧି ଯୋଗୁଁ ଆପଣ ଏହି ସମୟରେ ଆଘାତ ପାଇପାରନ୍ତି । ତେଣୁ ସତର୍କତା ଅବଲମ୍ୱନ କରନ୍ତୁ । ନିଜ ମାଆଙ୍କର ସ୍ୱାସ୍ଥ୍ୟ ତଥା ଅନ୍ୟାନ୍ୟ ନିର୍ଣ୍ଣାୟକ ସମସ୍ୟା ଯୋଗୁଁ ବିଚଳିତ ହୋଇପାରନ୍ତି । ନିଜକୁ ଦଳର ଉତ୍ସଠାରୁ ଦୂରେଇ ରଖିବା ଉଚିତ । ନିଜର ସମ୍ମାନ ହାନି ଘଟିଲା ପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ । ନିଜର ସମ୍ପତି ସମ୍ପନ୍ଧୀୟ କୌଣସି ସିଦ୍ଧାନ୍ତ ଆଜି ଆପଣ ନିଅନ୍ତୁ ନାହିଁ । ଆଜି ଆପଣ ପ୍ରତି ପଦକ୍ଷେପରେ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଉଛି ।

ବୃଷ: ପୂର୍ବର ଦୁଃଖ କଷ୍ଟକୁ ଚିନ୍ତା ନ କରି ଆଜି ନିଜକୁ କର୍ମ ଚଞ୍ଚଳ ରଖିଲେ ଦିନଟି ଖୁସିରେ କଟିପାରେ । ଆପଣଙ୍କର ସୃଜନଶୀଳ ପ୍ରତିଭା ଆପଣଙ୍କୁ ସାହିତ୍ୟ ଚର୍ଚ୍ଚା ପାଇଁ ଉତ୍ସୁକତା ପ୍ରଦାନ କରିପାରେ । ନିଜ ମାଆଙ୍କ ସଙ୍ଗେ ମଧୁର ଆଳାପ ଆଲୋଚନା ତାଙ୍କ ପ୍ରତି ସ୍ନେହଶ୍ରଦ୍ଧା ବୃଦ୍ଧି କରିବାରେ ସାହାଯ୍ୟ କରିବ । ଭୋଜିରେ ସୁଖାଦ୍ୟ ଭୋଜନ ମନକୁ ତୃପ୍ତି ପ୍ରଦାନ କରିବ । ଗୋଟିଏ ଲଘୁଯାତ୍ରାରେ ଯାଇପାରନ୍ତି । ପରିବାର ଓ ଆର୍ଥିକ ସମସ୍ୟା ପ୍ରତି ସଜାଗ ରୁହନ୍ତୁ ଓ ଖୁସିରେ ଦିନଟିକୁ କାଟନ୍ତୁ ।

ମିଥୁନ: ବିଭିନ୍ନ ଚିନ୍ତାଧାରା ଆପଣଙ୍କୁ ଭାରାକ୍ରାନ୍ତ କରିପାରେ । ଆପଣ ଯେତେ କ୍ଳାନ୍ତ ଓ ଅବସାଦ ଅନୁଭବ କରୁଥିଲେ ମଧ୍ୟ ଆପଣଙ୍କର ପ୍ରିୟଜନଙ୍କୁ ଦେଖି ହର୍ଷତୋଫୁଲ ହେବେ । ଆପଣଙ୍କର ଦୃଢ ମନୋବଳ ଏବଂ ଦକ୍ଷତା ଆପଣ କରୁଥିବା କାର୍ଯ୍ୟରେ ପରିଲକ୍ଷିତ ହେବ ଏବଂ ସହକର୍ମୀ ବନ୍ଧୁମାନେ ଆପଣଙ୍କୁ ସହଯୋଗ କରିବା ସଙ୍ଗେ ସଙ୍ଗେ ଉତ୍ସାହିତ କରିବେ । ଆପଣଙ୍କର ଆର୍ଥିକ ସ୍ଥିତି ଆସ୍ତେ ଆସ୍ତେ କମିଯାଇପାରେ । ତେଣୁ ଆପଣ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ । ପାରିବାରିକ ଜୀବନ ଅତ୍ୟନ୍ତ ଶାନ୍ତିଦାୟକ ହୋଇପାରେ ।

କର୍କଟ: ବନ୍ଧୁମାନଙ୍କ ଗହଣରେ ଆଜିର ଦିନଟିକୁ ମୌଜ ମଜଲିସରେ କଟିବେ । ଆପଣ ଦିନ ତମାମ ଚଳଚଞ୍ଚଳ ରହି ଆମୋଦ ପ୍ରମୋଦରେ ସମୟ କଟାଇବେ । ନିଜ ପରିବାରର ସଦସ୍ୟ ଓ ବନ୍ଧୁମାନଙ୍କ ଗହଣରେ ବାହାରକୁ ଭ୍ରମଣରେ ଯାଇ ନିଜକୁ ପ୍ରମୋଦିତ କରିବା ଯୋଜନା କରିପାରନ୍ତି । ନିଜର ଧର୍ମପତ୍ନୀଙ୍କ ସହ ମୌଜ ମଜଲିସ କରିପାରନ୍ତି ଏବଂ ତାଙ୍କ ଠାରୁ ଶୁଭ ଖବର ପାଇପାରନ୍ତି ।

ସିଂହ: ଆଜି ଦିନଟି ସେତେ ଶୁଭଫଳ ପ୍ରଦାନ କରିବ ନହିଁ । ଦିନସାରା ଆପଣ ଚିନ୍ତାଗ୍ରସ୍ତ ରହିବେ । ଏହା ଆପଣଙ୍କ ଶାରୀରିକ ଓ ମାନସିକ ଅସ୍ଥିରତାର କାରଣ ହୋଇପାରେ । କାହା ସଙ୍ଗେ ଯୁକ୍ତିତର୍କ କରନ୍ତୁ ନାହିଁ କିମ୍ୱା ଅସତ ବ୍ୟବହାର କରନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ ଶତୃତାକୁ ଆମନ୍ତ୍ରଣ କରିପାରେ । ତେଣୁ ଭୁଲ ବୁଝାମଣାର ସମାଧାନ କରିଦିଅନ୍ତୁ । ନ୍ୟାୟାଳୟ ଏବଂ ବୈଧାନିକ କାର୍ଯ୍ୟ କରିବାକୁ ଥିଲେ ତାହା ଅନ୍ୟ କେଉଁ ଦିନକୁ ଘୁଞ୍ଚାଇ ଦେଇପାରନ୍ତି । ବିଦେଶରୁ ଆସିଥିବା ଶୁଭ ଖବର ଆଜିର ଦିନଟିକୁ ଆମୋଦ ପ୍ରମୋଦରେ କଟାଇବାକୁ ପ୍ରେରଣା ଯୋଗାଇପାରେ ।

କନ୍ୟା: ଆପଣ ନିଜର ବନ୍ଧୁ ଓ ପରିବାର ସଦସ୍ୟଙ୍କ ଗହଣରେ ମୌଜ ମଜଲିସ କରି ସମୟ କଟାଇବେ । ସାମାଜିକ ଜୀବନରେ ନିଜର ପ୍ରତିଷ୍ଠା ଓ ପ୍ରଗତିର ବୃଦ୍ଧି ଘଟିପାରେ , ତେଣୁ ଆପଣ ଉଲ୍ଳସିତ ହେବେ । ଅର୍ଥ ଲଗାଣ ଏବଂ ଅର୍ଥଲାଭ ଯୋଗ ଅଛି । ବ୍ୟବସାୟୀମାନେ ନିଜର ବ୍ୟବସାୟରେ ଉନ୍ନତି କରିବେ ଏବଂ ଅର୍ଥଲାଭ କରିବେ । ଗୋଟିଏ ରମଣୀୟ ଦର୍ଶନୀୟ ସ୍ଥାନକୁ ପରିଭ୍ରମଣରେ ଯାଇପାରନ୍ତି । ଦାମ୍ପତ୍ୟ ଜୀବନରେ ଆପଣ ନିଜକୁ ସୁଖୀମନେ କରିବେ ଏବଂ ନିଜକୁ ଭାଗ୍ୟଶାଳୀ ମନେକରିବେ ।

ତୁଳା: ଆଜି ଦିନଟି ସୌଭାଗ୍ୟବାନ ଦିନ ଅଟେ। ଗୃହର ପରିବେଶ ସୁଖପ୍ରଦ ହୋଇପାରେ । କାର୍ଯ୍ୟରେ ଆପଣଙ୍କ ଉତ୍ସାହ ବଢିପାରେ । ଆପଣଙ୍କର ବରିଷ୍ଠ କର୍ମଚାରୀମାନେ ଆପଣଙ୍କର କର୍ମରେ ସନ୍ତୋଷ ପ୍ରକାଶ କରିପାରନ୍ତି । ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି । ସରକାରୀ ଏବଂ ବୈଧାନିକ କାମ କରିବା ପାଇଁ ଆଜି ଶୁଭଦିନ ଅଟେ। ଲୋକମାନଙ୍କ ସହ ମିଳିମିଶି ବନ୍ଧୁତ୍ୱ ସ୍ଥାପନ କରନ୍ତୁ ,ଏହା ଆପଣଙ୍କୁ ସାହାଯ୍ୟ କରିବ । ମାଆଙ୍କ ସାନିଧ୍ୟ ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ ।

ବିଛା: ଆଜି ଆପଣ ଶାରୀରିକ ଓ ମାନସିକ ସ୍ତରରେ ନିଜକୁ ଦୁର୍ବଳ ଓ ଅଳସୁଆ ବୋଲି ଅନୁଭବ କରିବେ । ବ୍ୟବହାରରେ ଆପଣ ସ୍ୱଳ୍ପସମୟ ପାଇଁ କିଛି ତୃଟି ଲକ୍ଷ୍ୟ କରିପାରନ୍ତି , ଏହା ଆପଣଙ୍କୁ ଉତ୍ତେଜିତ କରିପାରେ । ତେଣୁ ଆପଣଙ୍କ ସହକର୍ମୀ କିମ୍ୱା ବରିଷ୍ଠ ଅଧିକାରୀଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହି। ନିଜର ସନ୍ତାନମାନଙ୍କ ସ୍ୱାସ୍ଥ୍ୟ ପ୍ରତି ନଜର ଦିଅନ୍ତୁ ଏବଂ ସେମାନଙ୍କର ଅସୁବିଧା କଥା ବୁଝନ୍ତୁ । ନିଜର ଆର୍ଥିକ ସମାସ୍ୟାକୁ ଆଖି ଆଗରେ ରଖି ଖର୍ଚ୍ଚକୁ ସୀମିତ କରନ୍ତୁ । କୌଣସି ଜରୁରୀ ସିଦ୍ଧାନ୍ତ ନେବା ପାଇଁ ଆଜି ଶୁଭ ଦିନ ନୁହେଁ । ଆପଣ କିଛି ରାଜନୈତିକ ଘଟଣାରେ ସଂପୃକ୍ତ ହୋଇପାରନ୍ତି । ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତୁ । ସବୁ ଠିକ୍‍ ହୋଇଯିବ ।

ଧନୁ: ଆଜି ବହୁ ସତର୍କତା ଅବଲମ୍ୱନ କରିବାକୁ ପଡିପାରେ । ଆପଣଙ୍କ ମାନସିକ ଉତ୍ତେଜନା କୌଣସି ସିଦ୍ଧାନ୍ତରେ ପହଞ୍ଚିବାରେ ବାଧା ସୃଷ୍ଟି କରିବ । ତେଣୁ କୌଣସି ନୂତନ ଯୋଜନା ହାତକୁ ନିଅନ୍ତୁ ନାହିଁ । ଆପଣଙ୍କର ତିକ୍ତ ଭାବ ପ୍ରଦର୍ଶନ ଏବଂ ବାକ୍ୟାଳାପରେ ଅସଞ୍ଜମତା ଆପଣଙ୍କୁ ଅସୁବିଧାରେ ପକାଇବ । ତେଣୁ ଶାନ୍ତ ରହିବାକୁ ପଡିବ । ମୂଲ୍ୟହୀନ ଚିନ୍ତାକୁ ମନରୁ ଦୂର କରିଦିଅନ୍ତୁ । ଅନୈତିକ ଓ ଅବୈଧାନିକ କାର୍ଯ୍ୟକଳାପରୁ ନିଜକୁ ଦୂରେଇ ରଖନ୍ତୁ , ନଚେତ୍‍ ସମାଜରେ ଆପଣଙ୍କର ସମ୍ମାନହାନି ଘଟିବ । ବାହାରୁ ପାଟିସୁଆଦିଆ ଖାଦ୍ୟ ଖାଇ ଶରୀରକୁ ବ୍ୟାଧିଗ୍ରସ୍ତ କରନ୍ତୁ ନାହିଁ ,କି ଅଯଥା ଖର୍ଚ୍ଚ କରନ୍ତୁ ନାହିଁ ।

ମକର: ଆଜି ଦିନଟି ଶୁଭଫଳ ଦେବ ବୋଲି ଅନୁମାନ କରାଯାଉଅଛି । ସଫଳତା, ଭୌତିକ ଲାଭ, ଏବଂ ଆର୍ଥିକ ସ୍ଥିତି ଓ ବ୍ୟବସାୟରେ ଉନ୍ନତି ହେବ। ଆପଣ ଲଟେରୀ ମଧ୍ୟ ଜିତିପାରିବେ, ତେବେ ଏହା ଆପଣଙ୍କ ପାଇଁ ଅସ୍ୱାଭାବିକ ହୋଇପାରେ । ତେଣୁ, ନିଜର କାର୍ଯ୍ୟଦକ୍ଷତାର ପରିଣାମସ୍ୱରୂପ ଲାଭ ମିଳିବ ଏବଂ ଏପରିକି ଯେଉଁ ଉତ୍ସକୁ ଆପଣ ଉତ୍ପାଦନକ୍ଷମ ନୁହେଁ ବୋଲି ଘୋଷଣା କରିସାରିଛନ୍ତି, ସେଠାରୁ ମଧ୍ୟ ଲାଭ ମିଳିପାରେ । କୌଣସି କାର୍ଯ୍ୟ ପାଇଁ ଚୁକ୍ତି ପତ୍ର ସ୍ୱାକ୍ଷରିତ ହେଲେ କିମ୍ବା କମିଶନ ଭାବରେ ବିପୁଳ ପରିମାଣର ଅର୍ଥ ଲାଭ ହେଲେ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । ମଉଜ ମଜଲିସ କରନ୍ତୁ । ଜଣେ ଭିନ୍ନ ସଂସ୍କୃତି ସମ୍ପନ୍ନ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ ଏବଂ ଏହି ସମ୍ପର୍କ ଦୀର୍ଘସ୍ଥାୟୀ ହେବାର ସମ୍ଭାବନା ରହିଛି । ଭଲ ପୋଷାକ ପିନ୍ଧନ୍ତୁ ଏବଂ ଆନନ୍ଦରେ ମଜ୍ଜି ରୁହନ୍ତୁ ।

କୁମ୍ଭ: ଆପଣ ଆଜି ନିଜ କାର୍ଯ୍ୟରେ ସଫଳତା ପାଇବା ସଙ୍ଗେ ସଙ୍ଗେ ନିଜର ପ୍ରତିଷ୍ଠା ଲାଭ କରିବେ । ଆପଣ ଅତ୍ୟନ୍ତ ଅଭିମାନି ହେଲେ ମଧ୍ୟ ଆପଣଙ୍କ ମାନସିକ ସ୍ଥିତି ସ୍ଥିର ରହିବ । ଆପଣ ନିଜର କାର୍ଯ୍ୟର ଚରମ ସଫଳତା ଲାଭ କରିବା ପାଇଁ ସହକର୍ମୀ ବନ୍ଧୁଙ୍କ ସହାଚର୍ଯ୍ୟ ଲୋଡିପାରନ୍ତି । ଏଥି ପାଇଁ ଆପଣଙ୍କ ମନ ଉତଫୁଲିତ ହୋଇପାରେ । ଆପଣଙ୍କ ସମ୍ମାନ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ପ୍ରଶଂସିତ ହେବେ । ବନ୍ଧୁ ଓ ପରିବାର ସହିତ ମୌଜ ମଜଲିସ କରିବେ। ଏହା ଆପଣଙ୍କ ଶରୀର ଓ ମନକୁ ସୁସ୍ଥ ଓ ସତେଜ ରଖିପାରେ । କୌଣସି କାରଣରୁ ଆପଣଙ୍କର ଖର୍ଚ୍ଚ ବୃଦ୍ଧି ପାଇପାରେ ।

ମୀନ: ଆପଣ ସେମାନଙ୍କ ସହ ମିଶିବା ପାଇଁ ଆଦୌ ଅପେକ୍ଷା କରିପାରିବେ ନାହିଁ କିମ୍ବା ଅଫିସରୁ ଘରକୁ ଯାଇ ପାରିବେନି କିମ୍ବା ଫୋନ୍ ରେ ପ୍ରେମାଳାପ କରିବାରୁ ନିବୃତ୍ତ ରହିପାରିବେନି, ତେଣୁ ଆଜି ଦିନଟି ଶୁଭଙ୍କର ଅଟେ। ନୂଆ କାମ ଆରମ୍ଭ ପାଇଁ ସୁଯୋଗ ପାଇବେ । ଆପଣଙ୍କ ବୃତ୍ତିଗତ କାର୍ଯ୍ୟ ପାଇଁ ଏହା ଭଲ ଦିନ ଏବଂ ଆପଣଙ୍କୁ ନୂଆ କ୍ୟାରିଅର୍ ଆରମ୍ଭ କରିବାର ସୁଯୋଗ ମିଳିପାରେ । ଆପଣଙ୍କର ସମ୍ବେଦନଶୀଳ ଏବଂ ଉତ୍ସର୍ଗୀକୃତ ସ୍ୱଭାବ ଯୋଗୁଁ ଆଜି ସନ୍ଧ୍ୟାରେ ପ୍ରିୟଜନଙ୍କ ସହ ବିତାଇଥିବା ମୁହୂର୍ତ୍ତଗୁଡ଼ିକ ସ୍ମରଣୀୟ ହେବ । ଯଦି ଆପଣ ଏକ ସ୍ଥିର ସମ୍ପର୍କରେ ନାହାଁନ୍ତି, ଆପଣଙ୍କୁ ଅନେକ ସୁଯୋଗ ମିଳିବ । ଦେଖିଚାହିଁ ଖର୍ଚ୍ଚ କରିବା ପାଇଁ ପରାମର୍ଶ ଦିଆଯାଉଛି । ଏହା ସୃଜନଶୀଳ କାର୍ଯ୍ୟ କରିବାର ଉପଯୁକ୍ତ ସମୟ ଅଟେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.