ମେଷ: ଆଜି ଦିନଟି ଶୁଭଫଳଦାୟକ ଅଟେ। ସାମାଜିକ ଓ ଅର୍ଥନୈତିକ କର୍ମରେ ଆପଣ ନିଜର ପ୍ରତିଷ୍ଠା ଅର୍ଜନ କରିବା ଯୋଗୁଁ ବନ୍ଧୁ ଓ ପ୍ରିୟଜନଙ୍କ ଦ୍ୱାରା ପଶଂସିତ ହେବେ। ଗୁରୁଜନ ତଥା ପିତାମାତା ଆର୍ଶିବାଦ ଲାଭ କରନ୍ତୁ। ସେମାନଙ୍କ ସ୍ନେହଶ୍ରଦ୍ଧା ପାଇ ଆତ୍ମସନ୍ତୋଷ ପାଇବେ। ପତ୍ନୀଙ୍କ ସହ ଗୋଟିଏ ରମଣୀୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।
ବୃଷ: ନୂଆ ଓ ପୁରୁଣା କାର୍ଯ୍ୟର ଭାର ବହନ କରି ସୁଫଳ ପାଇବେ। ବୃତ୍ତିଧାରୀ ତଥା ବ୍ୟବସାୟୀଙ୍କ ନିମନ୍ତେ ଦିନଟି ଅତ୍ୟନ୍ତ ଶୁଭଙ୍କର। ବୃତ୍ତିରେ ସହକର୍ମୀମାନେ ସହଯୋଗ କରିବେ। ଉପରିସ୍ଥ ହାକିମଙ୍କ ଦ୍ୱାରା ପ୍ରଶଂସିତ ହେବେ ଏବଂ ପଦୋନ୍ନତି ମଧ୍ୟ ସମ୍ଭାବନା ରହିଛି। ଏଥିପାଇଁ ନିଜେ ଏବଂ ଅନ୍ୟମାନେ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ମିଥୁନ: ଦୁଇ ଦିନଯାଏଁ ଯେଉଁ କାମକୁ ହାତକୁ ନେଇ କରି ସାରିଛନ୍ତି, ସେଥିପାଇଁ କ୍ଲାନ୍ତ ଲାଗିପାରେ। ନିଜେ ଅସୁସ୍ଥତା ଭୋଗିପାରନ୍ତି। ଆପଣଙ୍କର ପିଲାମାନଙ୍କ ଯୋଗୁଁ ମନ ବିଚଳିତ ରହିବ। ଶାରୀରିକ କ୍ଲାନ୍ତି ଯୋଗୁଁ ଅବସନ ହୋଇପଡିବେ ଏବଂ ଘରଛାଡି କେଉଁ କାମ କରିବାକୁ ଇଛାହେବ ନାହିଁ। ପେଟ ଯନ୍ତ୍ରଣା ଭୋଗିପାରନ୍ତି। ଆର୍ଥିକ ସ୍ଥିତି ସ୍ୱଛଳ ନଥିବାରୁ ସବୁ ତୁଚ୍ଛ ଲାଗିବ। ନିଜ ବୃତ୍ତିର ସହକର୍ମୀ ମାନେ ଆପଣକୁ ହେୟଜ୍ଞାନ କରିପାରନ୍ତି।
କର୍କଟ: ଶୁଭ ସକାଳ ଡେରିରେ ଆସିପାରେ। ତେଣୁ ଧର୍ଯ୍ୟଧରି ନିଜ କାମରେ ହେଳା କରନ୍ତୁ ନାହିଁ। ଜରୁରୀ କାର୍ଯ୍ୟକ୍ରମକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦିଅନ୍ତୁ। ଡାକ୍ତରୀ ଚିକିତ୍ସା ପାଇଁ ମଧ୍ୟ ଅନ୍ୟକୌଣସି ଦିନ ଯାଇପାରନ୍ତି। ଭଲ ଫଳ ନମିଳିଲେ ମଧ୍ୟ ହତୋତ୍ସାହିତ ହୁଅନ୍ତୁ ନାହିଁ। କିଛି ଅନୈତିକ କାମ କରନ୍ତୁ ନାହିଁ ଯାହାଦ୍ୱାରା ସମାଜରେ ସମ୍ମାନ ଓ ପ୍ରତିପତ୍ତି ହରାଇ ପାରନ୍ତି। ତେଣୁ ସେପରି ଚିନ୍ତାଧାରା ମନରୁ ସମ୍ପୂର୍ଣ୍ଣରୂପେ ପୋଛିଦିଅନ୍ତୁ।
ସିଂହ: ଗତକାଲି ପରି ଆଜି ମଧ୍ୟ ଆପଣଙ୍କ ଦିନଟି ସେତେ ଭଲରେ କଟିବ ନାହିଁ। ସାଙ୍ଗ ହୋଇ କରୁଥିବା ବ୍ୟବସାୟରେ ବନ୍ଧୁଙ୍କ ରୁକ୍ଷ ବ୍ୟବହାର ମନକୁ ଅଶାନ୍ତ କରିପାରେ। ନିଜର ବିଶ୍ୱାସରେ ଅନ୍ୟକୁ ସରଳ ଭାବି ରହିଗଲେ ତାହା ନିଜପାଇଁ ହାନିକାରକ ବୋଲି ସାବ୍ୟସ୍ତ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ, ମାତ୍ର ପତ୍ନୀଙ୍କ କ୍ଷେତ୍ରରେ ବିପରୀତ ଦେଖାଦେଇପାରେ।
କନ୍ୟା: ଆଜି ଦିନଟି ଶୁଭଙ୍କର ଅଟେ। ପରିବାରର ସଦସ୍ୟ ଏବଂ ବନ୍ଧୁବାନ୍ଧବଙ୍କ ଗହଣରେ ଆମୋଦ ପ୍ରମୋଦରେ ସୁଅ ଛୁଟିବ। ଶାନ୍ତ ପରିବେଶ ମଧ୍ୟରେ ଆପଣଙ୍କ ମନ ପ୍ରଫୁଲ୍ଲ ରହିବ। ଶରୀର ପୁର୍ବାବସ୍ଥା ଠାରୁ ଆହୁରି ଭଲ ରହିବ। ଆର୍ଥିକ ଅବସ୍ଥା ଅତି ସ୍ୱଛଳ ସାମାଜିକ ଜୀବନରେ ପ୍ରତିଷ୍ଠିତ ହୋଇପାରନ୍ତି। ସହକର୍ମୀ ମାନଙ୍କ କାର୍ଯ୍ୟରେ ସହଯୋଗ କରିବେ। ସବୁଦିଗରୁ ଶୁଭଖବର ଆପଣଙ୍କୁ ଉଲ୍ଲସିତ କରିବ।
ତୁଳା: ମନଯୋଗ ଦେଇ ଯେଉଁ କାର୍ଯ୍ୟଟିରେ ହାତ ଦେବେ ତାହା ସଫଳତା ଲାଭ କରିବ। ଆପଣଙ୍କର ଚିନ୍ତନଶୀଳ ମନୋବୃତ୍ତି ଏବଂ ଧୀଶକ୍ତି ଯୋଗୁଁ ନିଜକୁ ଗୋଟିଏ ସ୍କୁଲ ବାଳକ ପରି ଭାବିବେ ଏବଂ ଗୋଟିଏ ଆନନ୍ଦଦାୟକ ବାଟରେ ଆଗେଇ ପାରନ୍ତି। ବିଦେଶରୁ ବାନ୍ଧବୀଙ୍କ ଠାରୁ କିମ୍ୱା ନିଜର ସନ୍ତାନ ଠାରୁ ଶୁଭଖବର ପାଇଁ ଆତ୍ମସନ୍ତୋଷ ଲାଭ କରିବେ। ଗ୍ରହର ସୁପ୍ରଭାବରୁ ସବୁ ମଙ୍ଗଳମୟ କାର୍ଯ୍ୟ କରିବାକୁ ଇଛା କରିପାରନ୍ତି।
ବିଛା: ପାରିବାରିକ ଜୀବନରେ ସୁଖଶାନ୍ତି ଫେରିଆସିପାରେ। ଦିନଟି ସୁଖରେ କାଟିବାକୁ ହେଲେ ଧର୍ମପତ୍ନୀଙ୍କ ସହ ଆପୋଷ ବୁଝାମଣା କରିବାକୁ ପଡିପାରେ। ତେଣୁ କୌଣସି ନାଟକୀୟ ଢଙ୍ଗରେ ଗୃହରେ ସୁସ୍ଥ ବାତାବରଣ ସୃଷ୍ଟି କରନ୍ତୁ। କୌଣସି ନାଟକୀୟ ଢଙ୍ଗରେ ଗୃହରେ ସୁସ୍ଥ ବାତାବରଣ ସୃଷ୍ଟି କରନ୍ତୁ। କୌଣସି ବାନ୍ଧବୀଙ୍କ ସହ ବ୍ୟବସାୟିକ କଥାବାର୍ତ୍ତା ପାଇଁ ଅନ୍ୟ ଦିନ ସ୍ଥିର କରନ୍ତୁ। ପହଁରିବାର ଯୋଜନାକୁ ସ୍ଥଗିତ ରଖନ୍ତୁ। ଆଜି ଦିନଟି ଶରୀର ଓ ମନକୁ ବିଶ୍ରାମ ଦିଅନ୍ତୁ।
ଧନୁ: ଆଧ୍ୟାତ୍ମିକ ଚିନ୍ତାଧାରାରେ ଉଦବୁଦ୍ଧ ହୋଇ ଦିନଟିକୁ ଶାନ୍ତ ମାର୍ଗରେ କାଟିପାରନ୍ତି। ଯାହା ବିଷୟରେ ଜାଣିବାକୁ ଆପଣ ଉଦବିଗ୍ନ ସେଇ ବିଷୟରେ ପଢିବା ପାଇଁ ଇଛାମତେ ସମୟ ଦେଇପାରନ୍ତି। ଭାଇ ଭଊଣୀଙ୍କ ସମ୍ପର୍କ ବୃଦ୍ଧି ପାଇବ। ବନ୍ଧୁମାନଙ୍କ ଗହଣରେ ଚା ପାନର ମଜ୍ଜା ନେଇପାରିବେ ଏବଂ ବହୁଦିନରୁ ଦେଖାହୋଇନଥିବା ଏକ ବନ୍ଧୁଙ୍କର ସାକ୍ଷାତ ମିଳିପାରେ। କଥୋପକଥନରେ ବହୁତ ସମୟ ଅତିବାହିତ କରି ଆନନ୍ଦ ଉପଲବ୍ଧ କରିବେ। ଆଜି ଦିନଟି ଶୁଭଫଳ ଦାୟକ ହୋଇଥିବାରୁ ବନ୍ଧୁ ମିଳନରେ ଆତ୍ମସନ୍ତୋଷ ପାଇବେ। ଭ୍ରମଣର ଆନନ୍ଦ ଉପଭୋଗ କରି ଧନୀ ମନେ କରିବେ।
ମକର: ଅର୍ଥ ଲଗାଣକାରୀ ସଂସ୍ଥାରେ ଅର୍ଥ ବିନିଯୋଗ କରି ଲାଭବାନ ହେବେ। ତେଣୁ ଆର୍ଥିକ ଅବସ୍ଥା ଠିକ ରହିବ ନାହିଁ। ପାରିବାରିକ ଜୀବନରେ ଟିକିଏ ବ୍ୟତିକ୍ରମ ଦେଖାଦେଇପାରେ ଯାହାଦ୍ୱାରା ଆପଣ ନିଜକୁ ନ୍ୟୁନ ମନେ କରିବେ। ମହିଳାମାନେ ଘରକାମରେ ଅକ୍ଲାନ୍ତ ପରିଶ୍ରମ କରି ନିଜକୁ ଗୌରବାନ୍ୱିତ ମନେ କରିବେ। ବିଦ୍ୟାର୍ଥୀମାନଙ୍କ ପାଇଁ ଆଜି ଦିନଟି ଶୁଭଙ୍କର ନୁହେଁ। ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ଚକ୍ଷୁରେ ଯନ୍ତ୍ରଣା ପାଇପାରନ୍ତି। ମନରୁ ଦୁଶ୍ଚିନ୍ତା ଦୂର କରିବାକୁ ଚେଷ୍ଟା କରନ୍ତୁ।
କୁମ୍ଭ: ଆଜି ଦିନଟି ଏକ ଭାଗ୍ୟଶାଳୀ ଦିବସ ଅଟେ। ବ୍ୟବସାୟରୁ ଅତ୍ୟନ୍ତ ଆର୍ଥିକ ସହାୟତା ମିଳିପାରେ। ଦିନଟି ନିଜର ବ୍ୟବସାୟୀ ବୁଦ୍ଧିକୁ ଖଟାଇ ମନୋରମ କରିପାରିବେ। ପ୍ରିୟଜନଙ୍କ ଠାରୁ ଉପହାର ପାଇ ନିଜକୁ ଭାଗ୍ୟଶାଳୀ ମନେ କରିବେ। ଶରୀର ସୁସ୍ଥ ରହିବ, ଅବସର କାଳୀନ ଯାତ୍ରା ବନ୍ଧୁମେଳରେ ଖୁସିର ଲହରୀ ଖେଳିବ। ବ୍ୟବସାୟ ସଂକ୍ରାନ୍ତୀୟ ଏକ ବନ୍ଧୁ ମିଳନରେ ଆମୋଦ ପ୍ରମୋଦ କରିପାରନ୍ତି। ମାତାଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣିଦେଇପାରେ।
ମୀନ: ଆଇନ ସମ୍ପର୍କୀୟ ଘଟଣାରୁ ନିଜକୁ ଦୁରେଇ ରହନ୍ତୁ। କମ ସମୟରେ ଉପକୃତ ଆର୍ଥିକ ଯୋଜନା ପଛରେ ଧାଇଁବା ଉଚିତ ନୁହେଁ। କୌଣସି ଆଲୋଚନାରେ ଭାଗ ନିଅନ୍ତୁ ନାହିଁ। ଆପଣ ଘର ଓ ପ୍ରିୟଜନଙ୍କ ଠାରୁ ଦୂରେଇ ଯିବାଦ୍ୱାରା ମନରେ ଅଶାନ୍ତି ସୃଷ୍ଟି ହୋଇପାରେ। ଅର୍ଥ ଲଗାଣକାରୀ ସଂସ୍ଥାରେ ଅର୍ଥ ଲଗାଇବା ଅନୁଚିତ। ସାମାଜିକ କାର୍ଯ୍ୟରେ ନିଜକୁ ବିନିଯୋଗ କରିପାରନ୍ତି କିମ୍ୱା ଧର୍ମକାର୍ଯ୍ୟରେ ନିଜକୁ ଯୋଗ ଦେଇ ପାରନ୍ତି।