ମେଷ: ଆଜି ଦିନଟି ଆପଣଙ୍କ ଉପରେ ମଧ୍ୟମ ପ୍ରଭାବ ପକାଇପାରେ । ଆଜି ଆପଣ ଯୋଜନା କରିଥିବା କାର୍ଯ୍ୟରୁ ଶୁଭାରମ୍ଭ କରିବାର ଏକ ଶୁଭ ଦିବସ ଅଟେ । ନୂଆ କାର୍ଯ୍ୟ ମଧ୍ୟ ହାତକୁ ନେଇପାରନ୍ତି । ମାତ୍ର ତରବରିଆ ଭାବେ କୌଣସି ସିଦ୍ଧାନ୍ତ ନିଅନ୍ତୁ ନାହିଁ । ଅଫିସରେ ଆପଣ ଅତ୍ୟନ୍ତ କଷ୍ଟକର ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରନ୍ତି । ତଥାପି ଆପଣ ବ୍ୟସ୍ତ ନ ହୋଇ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରିବେ । ମହିଳାମାନେ ନିଜର ଆକ୍ରମଣଶୀଳ ମନୋଭାବ ଓ ଜିହ୍ଵାକୁ ନିଜ ଆୟତରେ ରଖନ୍ତୁ ।
ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଆଦୈ ଶୁଭ ନୁହେଁ । ଆପଣ ନିଜର ସିଦ୍ଧାନ୍ତ ନେବାରେ ଏପଟ ସେପଟ ହେଲେ ଆପଣ ବହୁ ସୁଯୋଗକୁ ହାତଛଡା କରିପାରନ୍ତି । ହତାଶ ନହୋଇ ଅତିଶୃଙ୍ଖଳିତ ଉପାୟରେ ପ୍ରବେଶ କରିବାର ବାଟ ଖୋଜନ୍ତୁ । ଆଜି କୌଣସି ନୂଆ ଯୋଜନା ବା ଚୁକ୍ତିପତ୍ର କରିବା ଉଚିତ ନୁହେଁ । ସହକର୍ମୀ, ବନ୍ଧୁ ଓ ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତୁ । ନିଜର କ୍ରୋଧଶୀଳ ପ୍ରକୃତିକୁ ବଦଳାନ୍ତୁ ।
ମିଥୁନ: ବନ୍ଧୁ ଓ ପ୍ରିୟଜନଙ୍କ ସହ ସାମାଜିକ ଜୀବନରେ ମୌଜ ମଜଲିସରେ ସମୟ ବିତାଇବା ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ । ଆପଣ ବନ୍ଧୁମାନଙ୍କୁ ରାତ୍ରି ଭୋଜନ ପାଇଁ ଆମନ୍ତ୍ରଣ କରିପାରନ୍ତି କିମ୍ୱା ବାହାରକୁ ଭ୍ରମଣରେ ଯାଇପାରନ୍ତି । ଅର୍ଥ ଲାଭ ହୋଇପାରେ । ମାତ୍ର ଖର୍ଚ୍ଚର ମାତ୍ରାକୁ ସୀମା ଭିତରେ ରଖି ଅଯଥା ଖର୍ଚ୍ଚରୁ ନିବୃତ ହୁଅନ୍ତୁ । ବନ୍ଧୁ ଓ ପ୍ରିୟଜନଙ୍କ ଠାରୁ ଉପହାରର ସୁଅ ଛୁଟିପାରେ ।
କର୍କଟ: ଗ୍ରହ ମାନଙ୍କ ପ୍ରଭାବରୁ ଆପଣ ସବୁବେଳେ ଚିନ୍ତାଗ୍ରସ୍ତ ରହିବେ । ବିଶ୍ରାମହୀନ ଉତ୍କଣ୍ଠିତ ଚିତ୍ତରେ ଶାନ୍ତି ପାଇବେ ନାହିଁ, ତେଣୁ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ । ନଚେତ ମାନସିକ ଅଶାନ୍ତି ଆପଣଙ୍କୁ କୌଣସି ସିଦ୍ଧାନ୍ତରେ ପହଞ୍ଚିବାକୁ ପ୍ରତିବନ୍ଧକ ସୃଷ୍ଟି କରିପାରେ । ଏହା ଦ୍ୱାରା ଆପଣ ହତୋତ୍ସାହିତ ହୋଇପାରନ୍ତି ।
ସିଂହ: ଆଜି ଦିନଟି ଆପଣଙ୍କୁ ସାଧାରଣ ଭାବେ ଫଳ ପ୍ରଦାନ କରିପାରେ । ଆଜିର ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ମାତ୍ର ଆପଣ ଯଦି ଅନ୍ୟମନସ୍କ ରହିବେ କିମ୍ୱା ଭୁଲ ସିଦ୍ଧାନ୍ତ ନେବେ, ତେବେ ଆପଣ ଏହାର ଲାଭ ଉଠାଇବାକୁ ଅସମର୍ଥ ହେବେ । ଆଜି ଦିନଟି ଶୁଭଙ୍କର ନ ଥିବାରୁ କୌଣସି କାର୍ଯ୍ୟ ନିଜ ହାତକୁ ନିଅନ୍ତୁ ନାହିଁ । ବ୍ୟବସାୟ ଭଲ ଚାଲିବ । ଅର୍ଥ ଲାଭର ସମ୍ଭାବନା ମଧ୍ୟ ଅଛି ।
କନ୍ୟା: ଆଜି ଆପଣ ନିଜର ପେଷାରେ ଏବଂ ଅନ୍ୟ ଦିଗରୁ ଉଚ୍ଚ ପ୍ରଶଂସାର ପାତ୍ର ହେବେ । ପ୍ରିୟଜନଙ୍କ ଗହଣରେ ଆନନ୍ଦ ଉଲ୍ଳାସରେ ସମୟ କଟାଇବେ । ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ରୋମାଞ୍ଚକର ଓ ମଧୁମୟ ହେବ । ମଧ୍ୟାହ୍ନ ଭୋଜନ ପରେ ଆପଣ ନିଜର କଥାବାର୍ତ୍ତା ଓ ବ୍ୟବହାରକୁ ସଂଞ୍ଜତ କରନ୍ତୁ । ଯଦି ପାରନ୍ତି, ଯାତ୍ରା କରନ୍ତୁ ନାହିଁ । ଆଧ୍ୟାତ୍ମିକ କାର୍ଯ୍ୟ ସମ୍ପାଦନ କରିପାରନ୍ତି ।
ତୁଳା: ଆଜି ଆପଣ ନିଜକୁ ଲଳିତ କଳା ପ୍ରତି ଆକର୍ଷିତ ହୋଇପାରନ୍ତି । ଚିତ୍ର କରିବା ଓ ଲେଖାଲେଖିରେ ସମୟ କାଟିବାକୁ ଭଲ ପାଇବେ । ଆଜି ଆପଣ ସମସ୍ତ ଯୋଜନାକୁ ଏକତ୍ରିତ କରି କାର୍ଯ୍ୟର ଶୁଭାରମ୍ଭ କରିବା ଆପଣଙ୍କ ପାଇଁ ଦିନଟି ଶୁଭଙ୍କର ଅଟେ । ନିଜର ବୃତିଗତ ଜୀବନରେ ଆପଣ ନିଜର ସହକର୍ମୀ ତଥା ବରିଷ୍ଠ ସଦସ୍ୟଙ୍କ ଠାରୁ ସହଯୋଗ ଓ ପ୍ରେରଣା ପାଇ ନିଜ କାର୍ଯ୍ୟଟିକୁ ସୁଚାରୁରୁପେ ସମ୍ପନ୍ନ କରିବାରେ ସକ୍ଷମ ହେବେ । ବ୍ୟବସାୟୀଙ୍କ ନିମନ୍ତେ ଲାଭର ପରିମାଣ ବୃଦ୍ଧି ପାଇପାରେ । ତୀର୍ଥଯାତ୍ରା କରିପାରନ୍ତି ।
ବିଛା: ଆଜି ଦିନର ପ୍ରତ୍ୟେକ ମୂହୁର୍ତ୍ତରେ ଆପଣଙ୍କୁ ସତର୍କତା ଅବଲମ୍ୱନ କରିବାକୁ ପଡିବ । କୌଣସି ନୂତନ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ । ଖର୍ଚ୍ଚର ପରିମାଣକୁ କମାଇବାକୁ ଚେଷ୍ଟା କରନ୍ତୁ । ବିଳାସପୂର୍ଣ୍ଣ ଖାଦ୍ୟ ଖାଇ ବିଳାସରେ ଅତ୍ୟାଧିକ ଖର୍ଚ୍ଚ କଲେ ଅତିଶୀଘ୍ର ଆପଣଙ୍କ ଅର୍ଥର ଭଣ୍ଡାର ଶୂନ୍ୟ ହୋଇଯିବ । ବେଆଇନ ଓ ଅନୈତିକ କାର୍ଯ୍ୟକଳାପରୁ ନିଜକୁ ଦୂରେଇ ରଖନ୍ତୁ । ଯୋଗ ଓ ଧ୍ୟାନ କରିବା ଦ୍ୱାରା ଆପଣଙ୍କର ମାନସିକ ଶାନ୍ତି ଅବ୍ୟାହତ ରହିପାରେ ।
ଧନୁ: ଆଜି ଦିନଟି ଶୁଭଫଳ ପ୍ରଦାୟକ ଅଟେ । ଦିନଟିକୁ ଆମୋଦ ପ୍ରମୋଦରେ କଟାଇବେ । ସାମାଜିକ ଉତ୍ସବରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ସଂସ୍କୃତି ସମ୍ପନ୍ନ ଲୋକଙ୍କ ସାଙ୍ଗରେ ସାକ୍ଷାତ ହୋଇପାରେ । ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କ ସହ ସୁଖ ପର୍ଯ୍ୟଟନରେ ଯିବାର ଯୋଜନା କରିପାରନ୍ତି ଏବଂ ଏହା ଏକ ଶୁଭଚିନ୍ତା ଅଟେ । ଆପଣଙ୍କର ଭାଗ୍ୟ ଆଜି ଆପଣଙ୍କ ସୃଜନଶୀଳତାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇପାରେ । ଆଜି ଆପଣ ସମ୍ମାନିତ ହେବେ ।
ମକର: ଏହି ଦିନଟି ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆପଣଙ୍କର ବିଶ୍ୱାସ ଏବଂ ମନୋବଳ ଆପଣଙ୍କୁ ବହୁତ ଉପରକୁ ପହଞ୍ଚାଇ ଦେବ । ଏପରି କି ଆପଣଙ୍କର ଶରୀରର ରକ୍ଷଣାବେକ୍ଷଣ ଆପଣଙ୍କୁ ନିରାଶ କରିବ ନାହିଁ । ପରିବାର ବାତାବରଣ ଆନନ୍ଦମୟ ରହିବ ।
କୁମ୍ଭ: ଆଜି ଦ୍ୱନ୍ଦ୍ୱରେ ରହିବେ । ମନରେ ନକରାତ୍ମକ ଭାବନା ହେତୁ ଭୟ ରହିବ । ପରିବାର ସଦସ୍ୟଙ୍କ ସହିତ ମତଭେଦ କିମ୍ବା ବିବାଦ ହୋଇପାରେ । ଭୁଲ ବାଟରେ ଖର୍ଚ୍ଚ ହେବାର ସମ୍ଭାବନା ଅଛି । ଛାତ୍ରମାନେ ଅଧ୍ୟୟନରେ ଏକାଗ୍ର ହୋଇପାରିବେ ନାହିଁ । କାହା ସହିତ କୌଣସି ବିବାଦ କିମ୍ବା ଆଲୋଚନାରେ ପ୍ରବେଶ କରନ୍ତୁ ନାହିଁ ।
ମୀନ: ପ୍ରତ୍ୟେକ କ୍ଷେତ୍ରରେ ଆପଣ ସମ୍ମୁଖୀନ ହେଉଥିବା ଅସୁବିଧା କମ୍ ହେବାର ଦେଖାଯାଉନାହିଁ । ଫଳରେ ଆପଣଙ୍କ ମନୋବଳ ଦିନସାରା କମ୍ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ସମ୍ପତ୍ତି ଉନ୍ମୟ କ୍ଷତିଗ୍ରସ୍ତ ହୋଇପାରେ । ତେଣୁ ଅନ୍ୟନ୍ତ ଶାନ୍ତ ଏବଂ ନିରବରେ ଏହି ଦିନ କାଟିବା ପାଇଁ ଚେଷ୍ଟା କରନ୍ତୁ ।