ମେଷ: ବିଦ୍ରୋହ ମନୋଭାବ, ଧର୍ଯ୍ୟବାନ ହେବା , ତୀବ୍ର ପ୍ରତିକ୍ରିୟା ଏବଂ ନିର୍ଣ୍ଣୟକୁ ନିଜ ଅଧିନରେ କରନ୍ତୁ। ଆପଣ ମାନସିକ ଭାବେ କ୍ଳାନ୍ତି ଅନୁଭବ କରିବେ । ଇଚ୍ଛା ମୁତାବକ ଫଳ ପ୍ରାପ୍ତି ପାଇଁ ସଂଘର୍ଷ ସମାପ୍ତ ହେବା ଦେଖାଯାଉ ନାହିଁ । ଯଦିଓ ଅମଲାତନ୍ତ୍ର ସମ୍ୱଦ୍ଧୀୟ କାର୍ଯ୍ୟ ଆପଣଙ୍କୁ ଲାଭବାନ କରାଇବ । ବନ୍ଧୁ ଦୃଢ ରଖନ୍ତୁ । ନକ୍ଷତ୍ରମାନେ ସଂପୂର୍ଣ୍ଣ ଭାବେ ଆଜି ଉଦାର ନାହାଁନ୍ତି । କାର୍ଯ୍ୟଳୟରେ ପ୍ରଚୁର କାମ ଆପଣଙ୍କୁ ଅପେକ୍ଷା କରୁଛି। ଏହା ସାମାନ୍ୟ ସମୟ ଅପେକ୍ଷା ଅଧିକ ଲାଗିପାରେ । ଫଳ ସ୍ୱରୁପ ସଂନ୍ଧ୍ୟା ଯୋଜନା ସ୍ଥଗିତ ହୋଇପାରେ । ନିଜର ଯତ୍ନ ନିଅନ୍ତୁ ।
ବୃଷ: ଆପଣଙ୍କର ଆତ୍ମବିଶ୍ୱାସ ବାସ୍ତବିକ ଚତୁରତା ସହିତ ପୂର୍ଣ୍ଣ ରହିବ। ଗତକାଲିର ଉଜ୍ୱଳ ଗ୍ରହ ପକ୍ଷ ବାସ୍ତବିକ ସୌଭାଗ୍ୟଶାଳୀ ଅଟେ। ଦୃଢ ଇଚ୍ଛାଶକ୍ତି ଏବଂ ନୀର୍ଭିକତା ଆପଣଙ୍କୁ କାର୍ଯ୍ୟରେ , ବ୍ୟବସାୟରେ ଏବଂ ବ୍ୟକ୍ତିଗତ ଜୀବନରେ ଏକ ନୂତନ ପରାକାଷ୍ଠା ପ୍ରାପ୍ତ କରିବାରେ ସାହାଯ୍ୟ କରିବ । ସମସ୍ତ କାର୍ଯ୍ୟ କ୍ଷେତ୍ରରେ ବର୍ତ୍ତମାନ ସଫଳତାର ଗ୍ୟାରେଣ୍ଟି ଅଛି । ଆପଣଙ୍କର ବାପାଙ୍କ ତରଫରୁ ଲାଭ ମିଳିପାରେ । ଯଦି ଆପଣ ନିଜେ ବାପା ହୋଇଥିବେ , ଆପଣ ନିଜର ପିଲାମାନଙ୍କ ଭବିଷ୍ୟତ ପାଇଁ ସାବଧାନତା ସହ ନିବେଶ କରିବେ । ଆର୍ଥିକ ଲାଭ ଅର୍ଜନ କରିବେ। ବିଶେଷତଃ ଯଦି ଆପଣ କୌଣସି ସାର୍ବଜନିକ କ୍ଷେତ୍ର ସମ୍ୱର୍ଦ୍ଧିତ ବ୍ୟବସାୟ କରିଛନ୍ତି । ଛାତ୍ର ମାନଙ୍କ ପାଇଁ ଏହା ଏକ ମହାନ୍ ସମୟ ବିଶେଷତଃ ଯେଉଁମାନେ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଛନ୍ତି । ଏହା ଯେତେ ପର୍ଯ୍ୟନ୍ତ ଅଛି ଉପଭୋଗ କରନ୍ତୁ ।
ମିଥୁନ: ଆଜି ସମସ୍ତ ନୂତନ ବ୍ୟବସାୟ ପାଇଁ ଅନୁମତି ଦିଆଯାଉଛି । ଅଗ୍ରସର ହୁଅନ୍ତୁ ଏବଂ ଏକ ଗୌରବମୟ ପିଚ ନିର୍ମାଣ କରନ୍ତୁ । କାରବାର ଦୃଢ ଭାବେ ଧରି ରଖିବା ଆବଶ୍ୟକ । ପବ୍ଳିକ ସେକ୍ଟର କାର୍ଯ୍ୟରେ ଉଚ୍ଚ ଅଧିକାରୀମାନେ ଲାଭାନ୍ୱିତ ଏବଂ ଉପଯୋଗୀ ହେବେ । କିନ୍ତୁ ସତର୍କତା ତ୍ୟାଗ କରନ୍ତୁ ନାହିଁ। ଏହି ଲାଭଗୁଡିକ ହ୍ରାସ ପ୍ରାପ୍ତ ହେବାକୁ ଦିଅନ୍ତୁ। ଆପଣଙ୍କ ସହୋଦର କିମ୍ୱା ପଡୋଶୀଙ୍କର ଅଶିଷ୍ଟ ବ୍ୟବହାର ଯୋଗୁଁ ଆପଣଙ୍କୁ ଆଘାତ ଲାଗିବ। ଯଦି ସମ୍ଭବ ହେଉଛି ବିବାଦରୁ ଦୂରେଇ ରୁହନ୍ତୁ । କିଛି ବ୍ୟକ୍ତି କିମ୍ୱା କିଛି ବିଷୟରେ ନିଜର ମନ୍ତବ୍ୟ ବଦଳାଇବା ପାଇଁ ବାଧ୍ୟ କରାଇବେ । କୌଣସି ଅବିଶ୍ୱାସନୀୟ ଆର୍ଥିକ ଯୋଜନାରୁ ସାବଧାନ ରହନ୍ତୁ । ଟଙ୍କା ପଇସା ମାମଲାରେ ସାବଧାନ ରହନ୍ତୁ।
କର୍କଟ: ନକାରାତ୍ମକ ଏବଂ ନିନ୍ଦକ ଭାବନାରୁ ଦୂରେଇ ରହନ୍ତୁ । ଏହା ଏକ ଭଲ ବିଚାର ନୁହେଁ ,ଏହା ଆପଣଙ୍କ ପାଇଁ ଖରାପ ଜିନିଷ । ଆପଣଙ୍କ ଶାରୀରିକ ମାନସିକ ସ୍ୱାସ୍ଥ୍ୟର କାର୍ଯ୍ୟ ରୁପେ ଏକ ବାଧା ଅଟେ । ଯଦି ଆପଣଙ୍କର ପ୍ରିୟଜନ ଠାରୁ କିଛି ଆଘାତ ପାଇଛନ୍ତି ତେବେ ନିରବରେ ଜିଦ ଧରି ପୃଥକ ରହିବା ଅପେକ୍ଷା ଗ୍ରହଣ କରି ଦିଅନ୍ତୁ ବହୁତ ଭଲ ହେବ । ପରିବାର ସଦସ୍ୟମାନଙ୍କ ସହ ଭୁଲ ବୁଝାମଣା ହେବାର ସମ୍ଭାବନା ରହିଛି । ଯାହା ଘରର ପରିବେଶ ଉତ୍ତେଜନାପୂର୍ଣ୍ଣ ରହିବ । କଥାବାର୍ତ୍ତା ମାଧ୍ୟମରେ ଆପଣଙ୍କ କଥା ପରିପ୍ରକାଶ କରନ୍ତୁ । ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା କିମ୍ୱା ଫଳାଫଳ ପାଇଁ ଅପେକ୍ଷା କରିବା ପାଇଁ ଏହି ଦିନଟି ଭଲ ନୁହେଁ । ତଥାପି ନିରାଶ ହୁଅନ୍ତୁ ନାହିଁ । ମନ୍ଦ ବିଚାର ଦୂର କରନ୍ତୁ , ଭଲ ଭାବନାରେ ରହନ୍ତୁ ।
ସିଂହ: ଶକ୍ତିମାନ ସିଂହ ଆଜି ତାଙ୍କର ପ୍ରକୃତ ରୂପରେ ଅଛନ୍ତି । ଆପଣ ସ୍ୱଂୟ ଭରସା ଯୋଗ୍ୟ ହେବା ସହିତ ନିର୍ଭୀକ ଏବଂ ଅତ୍ୟାଧିକ ଭାବୁକ ହେବେ । ଆଜି ଆପଣଙ୍କର ନିର୍ଣ୍ଣୟ କୌଶଳ ମଧ୍ୟ ଚରମ ସୀମାରେ ପହଞ୍ଚିବ। କ୍ଷିପ୍ର ଗତିରେ ନେଉଥିବା ଦୃଢ ନିଶ୍ଚୟ ସମତଳ ହୋଇପାରେ । ମାଆ ବାପାଙ୍କ ଏବଂ ଗୁରୁଜନମାନଙ୍କ ତରଫରୁ ଲାଭ ପ୍ରାପ୍ତ କରିବେ । ବର୍ତ୍ତମାନ ଶ୍ରଦ୍ଧା ଏବଂ ସମାଜରେ ମର୍ଯ୍ୟଦା ରୂପେ ଉପରକୁ ଉଠିବା କାର୍ଡରେ ଅଛି । କଠୋରତା ସହ ଆପଣଙ୍କର ଅଂହକାରକୁ ଦୂର କରନ୍ତୁ । ଆପଣଙ୍କର ବ୍ୟକ୍ତବ୍ୟ ଏବଂ କ୍ରୋଧକୁ ସଞ୍ଜତ କରନ୍ତୁ ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ଯତ୍ନ ନିଅନ୍ତୁ ।
କନ୍ୟା: ଦୁନିଆକୁ ଆପଣଙ୍କର ବିଶ୍ୱାସ ପ୍ରଦର୍ଶନ କରିବା ପାଇଁ ବର୍ତ୍ତମାନ ସମୟ ନୁହେଁ । ବହୁତ ଅଧିକ ଉପରକୁ ନ ପହଁଞ୍ଚିବା ପାଇଁ ଖବରଦାର ରୁହନ୍ତୁ । ଆଚରଣରେ ଅଂହକାରତାକୁ ଦୂର କରନ୍ତୁ । ଆପଣ ମାନସିକ ଭାବେ ଅସ୍ଥିର ହେବେ । ପ୍ରତିକୂଳ ଭାବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିବ । ଆପଣ ତରତର ଭାବେ କାର୍ଯ୍ୟ କରିବେ ଏବଂ ଆବଶ୍ୟକତା ଠାରୁ ଅଧିକ କଥା କହିବେ । ଯାହା ଆପଣଙ୍କ ପୁରୁଣା ବନ୍ଧୁତ୍ୱ ଉପରେ ଚିନ୍ତାର କାରଣ ହୋଇପାରେ । ପରେ ନିଜକୁ ଦୋଷୀ ଅନୁଭବ କରିବେ। ତେଣୁ ସାବଧାନ ରୁହନ୍ତୁ । ଆପଣଙ୍କ ସମୟ ପ୍ରାର୍ଥନାରେ ବ୍ୟତିତ କରନ୍ତୁ ।
ତୁଳା: ଭାଗ୍ୟଶାଳୀ ଦିନ ଥିବା ଦେଖାଯାଉଛି । ଯାହା କରୁଛ ଏବଂ ଯାହା କରିବ ତାହା ଭଲ ଫଳ ପ୍ରଦାନ କରିବ । ବନ୍ଧୁ ସାକ୍ଷାତ ହୋଇପାରେ । ବନ୍ଧୁମାନଙ୍କ ସହ ଯୋଜନା କରିପାରନ୍ତି । ଏହାକୁ ଉପଭୋଗ କରନ୍ତୁ । ତୁମର ବାନ୍ଧବିଙ୍କ ସହ ମିଶିବାର ପରିଣାମ ଆପଣଙ୍କୁ ଲାଭବାନ କରିପାରେ । ବ୍ୟବସାୟରେ ପ୍ରଚୁର ଲାଭ ସହ ଆନନ୍ଦିତ ହେବେ । ଗ୍ରହ ଆପଣଙ୍କର ଅର୍ଥ ଓ ସମ୍ପର୍କ ସପକ୍ଷରେ । ସ୍ତ୍ରୀ ଙ୍କ ସହ ମଧୁର ସମ୍ପର୍କ ରହିବ |
ବିଛା: ଗୃହସ୍ଥ ଜୀବନ ବର୍ତ୍ତମାନ ଠାରୁ ଉଜ୍ୱଳ ଅଟେ । ବୈବାହିକ ସମ୍ପର୍କ ଉପଭୋଗ କରିବେ ଏବଂ ଜୀବନ ସାଥି ସହ ଭଲ ସମ୍ପର୍କ ହେବ । ପିତା ମାତା ଓ ବନ୍ଧୁ ବାନ୍ଧବଙ୍କ ଠାରୁ ମଧୁର ସମ୍ପର୍କ ଲାଭ କରିବେ । ପିଲାଙ୍କ କୃତ କାର୍ଯ୍ୟରେ ବିଭୋର ହେବେ । ସବୁ କାମ ବିନା ଦ୍ୱିଧାରେ ପୂର୍ଣ୍ଣ ହେବ । ଗ୍ରହ ଆପଣଙ୍କ କାର୍ଯ୍ୟ ସପକ୍ଷରେ ରହିବ । ଆପଣ ପ୍ରଶଂସା , ଲାଭବାନ , ପଦୋନ୍ନତି ପାଇପାରନ୍ତି । ଧନ ଧାନ୍ୟ ପାଇଁ ସମୟ ଅନୁକୂଳ ଅଟେ । ବ୍ୟବସାୟୀ ମାନେ ବାଣିଜ୍ୟଭିତ୍ତିକ ହୋଇ ଫଳପ୍ରଦ ହେବେ । ସ୍ୱାସ୍ଥ୍ୟ ସ୍ଥିର ରହିବ ।
ଧନୁ: ପୁରାପୁରି ଭାବରେ ଠିକ୍ ରହିବ ନାହିଁ । ଶାରୀରିକ ପିଡା ଓ ଆଳସ୍ୟ ଲାଗିବ । ଶାନ୍ତି ମିଳିବା ଆଶା କମ ରହିଛି । ଦୁଃଚିନ୍ତା ବଢିବ। ସାବଧାନତାର ସହ କାମ କରନ୍ତୁ । ଉଚ୍ଚ ପଦସ୍ଥମାନଙ୍କ ସହ ମନମାଲିନ୍ୟ ହେବାର ସମ୍ଭାବନା ରହିଛି । ଯଥା ସମ୍ଭବ ନିଜ ପ୍ରତିଯୋଗୀ ତଥା ଶତୃମାନଙ୍କ ସହ ଯୁକ୍ତି ତର୍କରୁ ନିବୃତ ରୁହନ୍ତୁ ।
ମକର: ସବୁ କାର୍ଯ୍ୟ ଠିକ୍ ଠାକ୍ ଚାଲିଥିବା ସତ୍ୱେ ଆପଣ ସନ୍ତୁଷ୍ଟ ନୁହନ୍ତି । ନାକାରାତ୍ମକ ଚିନ୍ତା ଛାଡନ୍ତୁ । ଅସହାୟ ହୋଇପାର କିନ୍ତୁ ତୁମର ଅଭ୍ୟାସ ଦ୍ୱାରା କାର୍ଯ୍ୟ ହାସଲ ହେବ । ତୁମ କାର୍ଯ୍ୟ ଦକ୍ଷତାକୁ ଲୋକମାନେ ପ୍ରଶଂସା କରିବେ । କାର୍ଯ୍ୟଳୟ କାର୍ଯ୍ୟରେ ଦୂର ଯାତ୍ରା ହେବ । ଖର୍ଚ୍ଚ ବଢିବ । ଗଣ୍ଠି ଜନିତ ଯନ୍ତ୍ରଣା ଅନୁଭବ ହେବ । ପୁଷ୍ଟିକର ଖାଦ୍ୟ ଖାଆନ୍ତୁ । ନିଜ ବ୍ୟବସାୟୀ ସାଥି ସହିତ ଶତୃତା ହୋଇପାରେ ।
କୁମ୍ଭ: ତୁମର ଗ୍ରହ ତୁମ କାର୍ଯ୍ୟ ଦକ୍ଷତା ପାଇଁ ଉତ୍ସାହିତ ହେବେ । ଆଜି ଆପଣ ଉଭୟ ପରିସ୍ଥିତି ଅନୁସାରେ ସଜାଗ ହୁଅନ୍ତୁ । ଆପଣଙ୍କ ପ୍ରିୟଜନ ସହ ଅନ୍ତରଙ୍ଗତା ହେବାର ଆଶା କରାଯାଏ । ବସ୍ତ୍ର , ଖାଦ୍ୟ , ଭ୍ରମଣ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଆପଣ ଖୁସି ରହିବେ । ବିବାହ ଜୀବନ ସୁଖମୟ ହେବ । ଅନ୍ୟମାନେ ଆପଣଙ୍କର ସାଂସ୍କୃତିକ କାର୍ଯ୍ୟ ଓ ବନ୍ଧୁତ୍ୱରୁ ଉପକୃତ ହେବେ । କାର୍ଯ୍ୟ ପାଇଁ ଦିନଟି ଭଲ ରହିଛି ।
ମୀନ: ଆପଣଙ୍କୁ ଗ୍ରହମାନଙ୍କ ଉପସ୍ଥିତି ଉତ୍ସାହିତ କରିବ । ଯଦି ନିର୍ବିଘ୍ନରେ ଆଗକୁ ବଢିବେ ସବୁ କୁଶଳ ହେବ । ନିଜେ ଆଶ୍ଚର୍ଯ୍ୟ ହେବେ ଯଦି ଅବ୍ୟବସ୍ଥ ଚିତ୍ତରେ କିଛି ଗ୍ରହଣ କର । ଅନ୍ୟକୁ ବଞ୍ଚାଇବା ପାଇଁ ନିଜର ବଳ ପ୍ରୟୋଗ କରନ୍ତୁ ନାହିଁ । ଗ୍ରହ ଆପଣଙ୍କୁ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ସହଯୋଗ କରିବେ | ସ୍ୱାସ୍ଥ୍ୟ ଭଲ ରହିବ | ମାଆଙ୍କ ଠାରୁ ସୁଖବର ପାଇବେ।