ମେଷ : ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିପାରେ । ନିଜକୁ ଏକାଗ୍ର ଚିତ୍ତ ଏବଂ ସ୍ଥିର ନରଖିପାରନ୍ତି । ଏଥିପାଇଁ ଆପଣ ଧ୍ୟାନ ଓ ଯୋଗର ସାହାଯ୍ୟ ନେଲେ ଏଥିରୁ ମୁକ୍ତି ପାଇପାରିବେ । ପୁଞ୍ଜିବିନିଯୋଗକାରୀ ମାନେ ନିଜର ପୁଞ୍ଜିକୁ ବହୁ ଯାଗାରେ ବିନିଯୋଗ କରି ମଧ୍ୟ କୌଣସି ସଫଳ ପାଇବେନାହିଁ । ଆଜି କୌଣସି ଆଇନ ସମ୍ପର୍କିତ କାଗଜରେ ଦସ୍ତଖତ କରିବାବେଳେ ସତର୍କତା ଅବଲମ୍ଵନ କରନ୍ତୁ । ସନ୍ଧ୍ୟାରେ ସମସ୍ୟାର ପରିବର୍ତ୍ତନ ହୋଇ ସୁଖଶାନ୍ତି ମିଳିପାରେ । ପାରିବାରିକ ପରିବେଶ ଅତ୍ୟନ୍ତ ପ୍ରୀତିକର ଓ ମଧୁମୟ ହେବ । ଯଦି କିଛି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଚାହୁଁଥାନ୍ତି କିମ୍ଵା ନୂତନ କାର୍ଯ୍ୟର ଶୁଭାରମ୍ଭ କରିବାକୁ ମନସ୍ଥ କରିଛନ୍ତି, ତାହାହେଲେ ଏହି ସନ୍ଧ୍ୟାଟି ଆପଣଙ୍କ ପାଇଁ ସର୍ବୋତ୍କୃଷ୍ଟ । ଆପଣ ନିଜର ଖର୍ଚ୍ଚ ପ୍ରତି ସଜାଗ ରୁହନ୍ତୁ । ଅତ୍ୟଧିକ ଖର୍ଚ୍ଚ ଆର୍ଥିକ ସ୍ଥିତିକୁ ଦୁର୍ବଳ କରିପାରେ ।
ବୃଷ : ଆଜି ଆପଣଙ୍କୁ ଦୁଇପ୍ରକାରର ସ୍ୱାଦ ଚାଖିବାକୁ ପଡ଼ିପାରେ । ଦିବସର ପ୍ରଥମାର୍ଦ୍ଧରେ ସାମାଜିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । ବ୍ୟବସାୟୀ ବନ୍ଧନରେ ବାନ୍ଧି ହୋଇପାରନ୍ତି । ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ବଣଭୋଜି କରିବାକୁ ଯାଇ ମୌଜ ମଜଲିସରେ ସମୟ କାଟିପାରନ୍ତି । ବେଶେଷତଃ ପିଲାମାନଙ୍କ ସହ ମିଶି ଅଧିକ ଉତ୍ଫୁଲ୍ଳିତ ହେବେ । ଦିବସର ଦ୍ୱିତୀୟାର୍ଦ୍ଧରେ ଗ୍ରହମାନଙ୍କର ଶୁଭଫଳ ଅଭାବରୁ ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ । ନିଜକୁ ଦୁର୍ବଳ ଓ ଶିଥିଳ ଅନୁଭବ କରିବେ । ଉତ୍କଣ୍ଠା ବୃଦ୍ଧି ପାଇପାରେ । ପରିବାରର ସଦସ୍ୟଙ୍କ ସହ ମନୋମାଳିନ୍ୟ ପରିବାରର ବାତାବରଣକୁ ନଷ୍ଟ କରିପାରେ । ଏହି ପରିସ୍ଥିତିରୁ ନିଜକୁ ରକ୍ଷା କରିବା ପାଇଁ ଏବଂ ଶାନ୍ତ ବାତାବରଣକୁ ପୁନର୍ବାର ଫେରାଇ ଆଣିବାକୁ କ୍ରୋଧରେ ସଞ୍ଜମତା ରଖନ୍ତୁ ।
ମିଥୁନ : ଆଜି ଦିନଟି ବ୍ୟବସାୟୀ ଓ ସେମାନଙ୍କ ବ୍ୟବସାୟ ପାଇଁ ସର୍ବୋତ୍କୃଷ୍ଟ । ଆଜି ସେମାନଙ୍କର ପ୍ରଚୁର ଲାଭ ହେବ । କର୍ମଜୀବିଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭଦାୟକ । ଅଫିସ୍ରେ ଆପଣଙ୍କର କାର୍ଯ୍ୟଦକ୍ଷତା ଓ କଠିନ ପରିଶ୍ରମର ଫଳ ସ୍ୱରୁପ ହାକିମଙ୍କ ପ୍ରିୟପାତ୍ର ହୋଇପାରିବେ । ଏହି ଖୁସିରେ ସେ ପଦୋନ୍ନତି ଦେଇ ପାରନ୍ତି । ଦିନଟିକୁ ମଧୁମୟ କରିବାକୁ ଆଜି ସନ୍ଧ୍ୟାରେ ନିଜ ବନ୍ଧୁମାନଙ୍କ ସହ ବାହାରକୁ କିମ୍ଵା ବଣଭୋଜି କରିବାକୁ ଯାଇପାରନ୍ତି । ଅର୍ଥଲାଭ ହୋଇପାରେ । ଭବିଷ୍ୟତରେ ଆହୁରି ଅଧିକ ଅର୍ଥଲାଭ ହେବାର ସମ୍ଭାବନା ମଧ୍ୟ ରହିଛି ।
କର୍କଟ : ଦିନର ପ୍ରଥମାର୍ଦ୍ଧ ଭଲରେ ନକଟିଲେ ମଧ୍ୟ ପ୍ରତି ଘଣ୍ଟାରେ ଏହା କ୍ରମଶଃ ଶୁଭଫଳ ଦେବାରେ ସକ୍ଷମ ହେବ । ଉତ୍କଣ୍ଠିତ ହୋଇ ରହିବେ । ପାକସ୍ଥଳୀ ଜନିତ ଯନ୍ତ୍ରଣା ଭୋଗିପାରନ୍ତି | ଶରୀର ପାଇଁ ହିତକାରୀ ଖାଦ୍ୟ ଖାଆନ୍ତୁ । ମାନସିକ ଶାନ୍ତି ପାଇବାକୁ ଧ୍ୟାନ ଓ ଯୋଗର ଆଶ୍ରୟ ନିଅନ୍ତୁ । କଠିନ ପରିଶ୍ରମ କରି କାର୍ଯ୍ୟ କଲେ ମଧ୍ୟ ସଫଳତା ମିଳିବନି । ମଧ୍ୟାହ୍ନ ପରେ ଅସୁସ୍ଥ ଶରୀର ଧିରେ ଧିରେ ସୁସ୍ଥ ହେବ । ଭାଙ୍ଗି ପଡ଼ିଥିବା ମନ ଓ ସାହାସ ପୁନର୍ବାର ଯୋଡ଼ି ହୋଇଯିବ । ଆତ୍ମବିଶ୍ୱାସ ମଧ୍ୟ ଦୃଢ଼ ହେବ । ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ଓ ସମ୍ମାନ ମଧ୍ୟ ବୃଦ୍ଧି ପାଇବ । ବ୍ୟବସାୟୀମାନେ ସେମାନଙ୍କର ବ୍ୟବସାୟରୁ ଯଥେଷ୍ଟ ଲାଭ ପାଇପାରନ୍ତି ।
ସିଂହ : ଆଜିର ଦିନ ମିଶ୍ରିତ ଫଳ ପ୍ରଦାନ କରିବ । ଆଜି ନିଜକୁ ବେଆଇନ ଓ ଅନୈତିକ କାର୍ଯ୍ୟକଳାପରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ନଚେତ୍ ଅସୁବିଧାରେ ପଡ଼ିପାରନ୍ତି । ଆଜି ଅଫିସରେ ମନ ଲଗାଇ କାମ କରନ୍ତୁ ଏବଂ ପ୍ରତି ଘଣ୍ଟାରେ ଅଜସ୍ର କାମ ଆସିପାରେ । ତେଣୁ ମଝିରେ ମଝିରେ ବିଶ୍ରାମ ନିଅନ୍ତୁ | ନଚେତ୍ ଏପରି ଅନବରତ କାର୍ଯ୍ୟରେ ମନନିବେଶ କଲେ ସ୍ୱାସ୍ଥ୍ୟରେ ଅବନ୍ନତି ଘଟିପାରେ । ଅପ୍ରତ୍ୟାସିତ ଭାବରେ ଅର୍ଥଲାଭ ହୋଇପାରେ । ନିଜର ପ୍ରତିଦ୍ୱନ୍ଦୀଙ୍କ ସଙ ଯୁକ୍ତିତର୍କ କରନ୍ତୁନାହିଁ । ନିଜର କ୍ରୋଧ ସମ୍ଵରଣ ନକଲେ ଦିନଟିର ମାଧୁର୍ଯ୍ୟ ନଷ୍ଟ ହୋଇଯିବ । ସବୁବେଳେ ନମ୍ର ଓ ଶାନ୍ତ ରୁହନ୍ତୁ ।
କନ୍ୟା: ନିଜକୁ କଳା ଜଗତରେ ସକ୍ରିୟ ଭାବରେ ବ୍ୟସ୍ତ ରଖିବେ ଓ ସାମାଜିକ ଜୀବନରେ ବହୁ ଅନୁଷ୍ଠାନ ସହିତ ଜଡ଼ିତ ରହି ସମୟ କାଟିବେ । ଏହାଦ୍ୱାରା ସମ୍ମାନ ବୃଦ୍ଧି ପାଇବା ସହିତ ସ୍ୱୀକୃତି ମିଳିପାରେ । ବୃତ୍ତିରେ ଆପଣଙ୍କ ଅଂଶୀଦାର ବ୍ୟବସାୟୀ ମାନେ ସହଯୋଗର ହାତ ବଢାଇବେ ଓ ଅର୍ଥଲାଭ କରିବେ | ଆଜି ଦିନର ଅଧିକାଂଶ ସମୟ ମନୋରଞ୍ଜନ ଓ ଆମୋଦ ପ୍ରମୋଦରେ କାଟିପାରନ୍ତି । ମଧ୍ୟାହ୍ନ ପରେ ଆପଣଙ୍କର ସ୍ୱାସ୍ଥ୍ୟର ଅବନ୍ନତି ମଧ୍ୟ ଘଟିପାରେ, ତେଣୁ ଶରୀର ପ୍ରତି ଯତ୍ନବାନ ହୁଅନ୍ତୁ । ଧ୍ୟାନ, ପ୍ରାର୍ଥନା ଓ ଯୋଗ କଲେ ମାନସିକ ଶାନ୍ତି ପାଇବେ ।
ତୁଳା : ଆଜି ଦିନଟି ଶୁଭଫଳ ପ୍ରଦାନ କରିବ । ଆପଣ ନିଜର ଆତ୍ମବିଶ୍ୱାସ ଓ ଦୃଢ଼ ମନୋବଳ ଯୋଗୁଁ ସବୁକାର୍ଯ୍ୟରେ ସଫଳତା ଅର୍ଜନ କରିବେ । ଆପଣ ଅତ୍ୟଧିକ ଖୁସି ହୁଅନ୍ତୁ ନାହିଁ । କାରଣ ଏହା ହାନିକାରକ ହୋଇପାରେ । ପାରିବାରିକ ପରିବେଶ ଶାନ୍ତ ଓ ପ୍ରୀତିଦାୟକ ହୋଇପାରେ, କିନ୍ତୁ ନିଜର ଉତ୍ତେଜନା ଓ ବାର୍ତ୍ତାଳପର ଶୈଳୀକୁ ଆୟତ୍ତ ରଖିବାକୁ ଚେଷ୍ଟା କରନ୍ତୁ । ଆଜି ଦିନଟି ଶିଳ୍ପୀମାନଙ୍କ ନିମନ୍ତେ ସର୍ବୋତ୍କୃଷ୍ଟ ଦିନ ସେମାନେ ନିଜର ଆକର୍ଷଣୀୟ କଳାକୃତ୍ତିକୁ ଦର୍ଶକଙ୍କ ନିକଟରେ ପ୍ରଦର୍ଶନ କରି ନିଜକୁ ଗୌରବନ୍ୱିତ ମନେ କରିପାରନ୍ତି | ବନ୍ଧୁମାନଙ୍କ ଗହଣରେ ଦିନଟିକୁ ଆମୋଦ ପ୍ରମୋଦରେ ସମୟ କାଟିବେ ।
ବିଛା : ଆପଣ ଆଜି ଅତ୍ୟନ୍ତ ଭାବବିହ୍ୱଳ ହୋଇପାରନ୍ତି । ମାନସିକ ସନ୍ତୁଳନକୁ ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅଧିକ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ । ଛାତ୍ରମାନେ ସେମାନଙ୍କ ପାଠପଢ଼ାରେ ଅତି ଉତ୍ତମ ଫଳାଫଳ ନେଇ ବାହାରିବେ । ସେମାନଙ୍କ କ୍ୟାରିଅର୍ରେ ଅତି ଉତ୍ତମ ପରିବର୍ତ୍ତନ ଆଣିବାରେ ସକ୍ଷମ ହେବେ । ସୃଜନାତ୍ମକ କାର୍ଯ୍ୟକଳାପ ପ୍ରବାହିତ ହେବ ଏବଂ ଏହାକୁ ଆହୁରି ଭଲ କରନ୍ତୁ ।
ଧନୁ: ଆପଣ ଘରେ ସୁଖ ଏବଂ ଶାନ୍ତି ବଜାୟ ରଖିବେ । ଘରର ପରିବେଶ ପରିସ୍ଥିତି ପ୍ରତିକୂଳ କୌଣସି କାମ ଆପଣ କରିବେ ନାହିଁ । ଆପଣଙ୍କ ମାଆଙ୍କ ଦେହ ଅସୁସ୍ଥ ହୋଇପାରେ । ତାଙ୍କର ଯତ୍ନ ନେବା ପାଇଁ ପରାମର୍ଶ ଅଛି । ଆର୍ଥିକ ଏବଂ ସାମାଜିକ ପରିସ୍ଥିତି ପ୍ରତିକୂଳ ଭାବରେ ପ୍ରଭାବ ପକାଇବ । ତେଣୁ ସତର୍କ ରୁହନ୍ତୁ ।
ମକର : ଆଜି କୌଣସି ଜିନିଷରେ ଲକ୍ଷ୍ୟ ଏବଂ ଏକାଗ୍ରତା ରଖିବେ । ଗୋଟିଏ ସ୍ଥିର ମସ୍ତିସ୍କକୁ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ନେବା ଆବଶ୍ୟକ ପଡ଼ିଥାଏ । ଏହା ହେଉଛି ସମୟ ଯେଉଁଠି ଆପଣ ବନ୍ଧୁ, ଭାଇ ଭଉଣୀମାନଙ୍କ ସହ ଏକାଠି ହୋଇପାରିବେ । ସହରର ସୀମାରେ ଏକ ବହୁତ ବଡ଼ ଦୃଶ୍ୟମୟ ସ୍ଥାନ ଭ୍ରମଣରେ ଯାଇପାରନ୍ତି । ଏହା ଆପଣଙ୍କ ସାନ ଭାଇ ଭଉଣୀମାନଙ୍କୁ ନିକଟତର କରିବ ।
କୁମ୍ଭ : ଆଜି ସାବଧାନତାର ସହ ବ୍ୟାୟାମ କରିବେ । ରାଗ ମନୋଭାବ ଏବଂ ପ୍ରତିକୂଳ ଭାବନା ଦିନଟିକୁ କଠିନ କରିପାରେ । ସୁନିଶ୍ଚିତ ହୁଅନ୍ତୁ ଯେ ସେମାନେ କିଛି କ୍ଷତି କରିବେ ନାହିଁ । ଆଜି ଯାହା ଖାଉଛନ୍ତି ସେଥିପ୍ରତି ସଜାଗ ରହିବେ । ଅସୁସ୍ଥକର ଖାଦ୍ୟ ଶରୀରକୁ ଖରାପ କରିପାରେ । ଆପଣଙ୍କର ସୃଜନଶୀଳ କାର୍ଯ୍ୟକଳାପ ଆଡ଼କୁ ଗତି ନାମ ଏବଂ ଯଶ ବଢାଇବ । ଦିନଟିକୁ ଅଧିକରୁ ଅଧିକ ଖୁସିବାସିରେ ପରିପୂର୍ଣ୍ଣ କରନ୍ତୁ ।
ମୀନ : ଆଜି ଦିନରେ ଅନୁକୂଳ ବାତାବରଣ ଦେଖାଦେବ ତେଣୁ ଅତ୍ୟନ୍ତ ଆନନ୍ଦ ଏବଂ ଆଗ୍ରହ ଅନୁଭବ କରିବେ । ଏହା ହେଉଛି ନୂତନ କାର୍ଯ୍ୟ ଆରମ୍ଭ କରିବାର ଉପଯୁକ୍ତ ମନୋଭାବ ଏବଂ ସମୟ । ଘରେ ନିଜ ଲୋକମାନଙ୍କ ସହ ଭଲ ଭାବରେ ସମୟ ବିତାଇବେ । ମନର ଶାନ୍ତି ପାଇଁ କିଛି ଧର୍ମାର୍ଥ କାର୍ଯ୍ୟ କରିପାରନ୍ତି କିନ୍ତୁ ଧ୍ୟାନ ରଖନ୍ତୁ ଆପଣଙ୍କ ଖର୍ଚ୍ଚ ଯେପରି ଅତ୍ୟଧିକ ହୋଇ ନଯାଏ ।