ମେଷ: ଆପଣଙ୍କ ଭାବ ପ୍ରବଣତା ଲୁଚାଇବା କିମ୍ୱା ନିୟନ୍ତ୍ରଣ କରିବା ଆଜି ଆପଣଙ୍କ ପାଇଁ ଏକ ପରୀକ୍ଷା ସ୍ୱରୁପ ହେବ । ଏହା ଆପଣଙ୍କର ପ୍ରବୃତି ନୁହେଁ ଯେ ଆପଣ ନିଜର ଭିତର ଭାବନାକୁ ସହଜରେ ତ୍ୟାଗ କରିପାରିବେ କିନ୍ତୁ ଆପଣ ଏଥିରେ କିଛି କରିପାରିବେ ନାହିଁ । ନିଜର ଯତ୍ନ ନିଅନ୍ତୁ । ଏହି ଖରାପ ଦୁନିଆଁ ଏଭଳି ଏକ ସ୍ଥାନ ନୁହେଁ ଯେଉଁଠାରେ ଆପଣ ନିଜର ଦୁର୍ବଳତା ପ୍ରଦର୍ଶନ କରିବେ ।
ବୃଷ: ଆପଣ ଦିନସାରା ହାଲୁକା ଏବଂ ଖୁସୀ ଅନୁଭବ କରିବେ । ଆପଣଙ୍କ ହୃଦୟ ଭାବନାରେ ଭରା ରହିବ । କିନ୍ତୁ ଅନୁକୂଳ ଭାବନାରେ ଆପଣ ଭବିଷ୍ୟତର ସ୍ୱପ୍ନ ଦେଖିବେ । ଆପଣ ପ୍ରେମରେ ବୁଡି ରହିଛନ୍ତି କି ? ସ୍ୱପ୍ନ ରାଇଜର ଅଦ୍ଭୁତ ଦୂନିଆଁରେ ଆପଣ ଘୁରି ବୁଲିବେ । ଏହା ସମସ୍ତ ସ୍ୱପ୍ନ ଭରା ରହିବ ।
ମିଥୁନ: ଆଜି ଦିନ ଧୀର ଏବଂ ମନ୍ଥର କିନ୍ତୁ ଲଗାତାର ରହିବ । ତେଣୁ ବ୍ୟସ୍ତ ହୁଅନ୍ତୁ ନାହିଁ ଯଦି କାର୍ଯ୍ୟ ସମାପ୍ତ କରିବା ପାଇଁ ସାଧାରଣରୁ ଅଧିକ ସମୟ ନେଉଛି ତାହାଲେ ଧୈର୍ଯ୍ୟ ରଖନ୍ତୁ । ଏହା ସମାପ୍ତ ହେବ । ଯଦିଓ କିଛି ସମୟ ବିଳମ୍ବ ହେବ, ଫଳ ନିଶ୍ଚୟ ମିଳିବ । ନେଇଥିବା କାର୍ଯ୍ୟ ଏବଂ ଆର୍ଥିକ କାରବାର ମଧ୍ୟ ସଫଳ ହେବ ।
କର୍କଟ: ଆପଣଙ୍କର ଆତ୍ମବିଶ୍ୱାସ ଉଚ୍ଚ ସ୍ତରରେ ଅଛି । ଏହା ପ୍ରତ୍ୟେକ କାରବାରରେ ପ୍ରତିଫଳିତ ହେଉଛି । ଆପଣ ଏହି ଶୁଭ ଦିନ ବନ୍ଧୁ ଏବଂ ପ୍ରୀୟଜନଙ୍କ ଗହଣରେ ବିତାଇବାକୁ ଚାହୁଁଛନ୍ତି । ସାଙ୍ଗମାନଙ୍କ ସହିତ ଭ୍ରମଣ କରିବା ପାଇଁ ଆପଣ ସଫଳ ଯୋଜନା ପ୍ରସ୍ତୁତ କରି ପାରନ୍ତି । ଆଜି ଦିନରେ ଆପଣ ଅନେକ ସୁଯୋଗ ପାଇବେ ଯେତେବେଳେ ଆପଣ ପ୍ରଦର୍ଶନ କରିବେ ଯେ ଆପଣଙ୍କର ବିଶେଷ ଏକ ସମ୍ବେଦନଶୀଳ ଏବଂ କବିତ୍ୱ ଗୁଣ ରହିଛି ।
ସିଂହ: ଅନ୍ୟଜଣକ ମନ୍ତବ୍ୟ ପ୍ରତି ଅଧିକ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ । ଆପଣଙ୍କ ରାଗ ନିୟନ୍ତ୍ରଣ କରନ୍ତୁ । ଯେହେତୁ ଅନ୍ୟ ସମ୍ବେଦନଶୀଳ ସଙ୍କେତ ମଧ୍ୟ ଦେଖା ଦେଉଛି । ତେଣୁ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇ ପରିସ୍ଥିତିକୁ ଜଟିଳ କରିବାକୁ ଚାହାଁନ୍ତୁ ନାହିଁ । ଅତ୍ୟଧିକ ଯୂକ୍ତିତର୍କରୁ ଦୁରେଇ ରୁହନ୍ତୁ । ନହେଲେ ନିଃସନ୍ଦେହରେ ଆଇନଗତ ସମସ୍ୟା ସୃଷ୍ଟି କରିବ ।
କନ୍ୟା: ଆପଣଙ୍କ ରାଶି ଚକ୍ର ପାଇଁ ଏହି ଭାବପ୍ରବଣତା ଭରା ଦିନ ବିଶେଷ ଭାବରେ ସ୍ୱପ୍ନ-ଭଳି ଗୁଣ ପ୍ରତିଫଳନ କରୁଛି । ଆପଣଙ୍କ କୌଶଳ ପ୍ରତି ଅଧିକ ପ୍ରତିକ୍ରିୟାଶୀଳ ହେଉଥିବା ବ୍ୟକ୍ତିଙ୍କ ବ୍ୟତିତ, ଆପଣ ଜଣକ ପାଇଁ ଅତ୍ୟଧିକ ପ୍ରେମ ପ୍ରକାଶ କରିପାରନ୍ତି । ଆଗକୁ ଚାଲନ୍ତୁ ଏହା ଆପଣଙ୍କ ପାଇଁ ଭାଗ୍ୟଶାଳୀ ହୋଇପାରେ ।
ତୁଳା: ଆପଣଙ୍କ ଜୀବନର ପ୍ରତ୍ୟେକ କ୍ଷେତ୍ର ପାଇଁ ଆଜି ଦିନ ଭାଗ୍ୟଶାଳୀ ରହିବ । ବର୍ତ୍ତମାନ ସୁଦ୍ଧା ଆପଣ ହୁଏତ ସବୁଠାରୁ ଅଧିକ ସନ୍ତୁଳନ ପ୍ରାପ୍ତ କରିଥାଇ ପାରନ୍ତି । ଆପଣଙ୍କ ପାଇଁ ଆଜି ସହଜ ଦିନ ରହିବ । କାରଣ କୌଣସି କାର୍ଯ୍ୟ କରିବା ପାଇଁ ଆପଣ ସଂଘର୍ଷ କରିବାକୁ ପଡିବ ନାହିଁ । ତେଣୁ ଆଶା କରନ୍ତୁ ଯେ ସମସ୍ତ କାର୍ଯ୍ୟ ସହଜରେ ଶେଷ ହେବ କିମ୍ୱା ସମାଧାନ ହେବ । ଘରେ ପ୍ରିୟଜନଙ୍କ ସହିତ ପ୍ରେମଭରା ଏବଂ ଖୁସୀଭରା ସମୟ କଟିବ ।
ବିଛା: ଆଜି ସକାଳେ ସମସ୍ତ ଘଣ୍ଟାକୁ ଆପଣ ଅତିକ୍ରମ କରିବା ପାଇଁ ଚାହିଁବେ ଏବଂ ଆପଣ ଛୁଟି ସହଜରେ ପାଇପାରିବେ ନାହିଁ । ଆଜି ସହଜରେ କାମ କରିପାରିବେ ନାହିଁ କିମ୍ୱା ସହଜରେ କାମରେ ଧ୍ୟାନ ଦେଇପାରିବେ ନାହିଁ । ସଂକ୍ଷେପରେ କହିବାକୁ ଗଲେ ସଂଘର୍ଷ କରିବାକୁ ପଡିବ । ଆପଣ ମାନ୍ଦା ଅନୁଭବ କରିପାରନ୍ତି ଏବଂ ଦିନସାରା ବ୍ୟସ୍ତ ରହିବେ ।
ଧନୁ: ଭାବପ୍ରବଣତା ଏବଂ ଆବେଗତା,ଦୁର୍ଭାଗ୍ୟବସତଃ, ଆଜି ଆପଣଙ୍କୁ ଘେରି ରହିବ । ସାଧାରଣ ଭାବରେ ଏହାର ଅର୍ଥ ଯେ ଆପଣଙ୍କର ଭାବ ପ୍ରବଣତା ପ୍ରଦର୍ଶନ କରି କିଛି ଲାଭ ହେବ ନାହିଁ । କାରଣ ଏହାର କୌଣସି ଅନ୍ତ ନାହିଁ । ଏହାକୁ ନିୟନ୍ତ୍ରଣ ରଖନ୍ତୁ ।
ମକର: ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦିଗରୁ ଶୁଭଙ୍କର ହେବ । ଆପଣଙ୍କର ଆୟ ବୃଦ୍ଧି ଘଟିବା ସହିତ ଆପଣ ଯେମିତି ଚାହିଁବେ ସେମିତି ଖର୍ଚ୍ଚ କରିବେ । ବ୍ୟବସାୟରେ ଆପଣ ବିଭିନ୍ନ ସଂସ୍ଥାମାନଙ୍କର ବିଶ୍ୱାସଭାଜନ ହେବେ । ଏହା ଦ୍ୱାରା ବହୁ ସଫଳତା ଲାଭ କରି ସମାଗରେ ପ୍ରତିଷ୍ଠିତ ହେବେ । ଆପଣଙ୍କର ସୃଜନଶୀଳ ପ୍ରତିଭା ବଳରେ ଆପଣ ନିଜର ଦକ୍ଷତାକୁ ଆପଣଙ୍କ ପସନ୍ଦଯୋଗ୍ୟ କାର୍ଯ୍ୟରେ ବିନିଯୋଗ କରିପାରିବେ । ଏହା ଦ୍ୱାରା ଆପଣ ଅତୀତରେ ହରାଇଥିବା ସମ୍ମାନ ଫେରିପାଇବେ । ମୌଜ ମଜଲିସରେ ସମୟ କାଟିବା ସହ ବହୁ ଜିନିଷ କିଣିପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । ସବୁ ଦିଗ ପାଇଁ ଦିନଟି ଆନନ୍ଦଦାୟକ ରହିବ ।
କୁମ୍ଭ: ଆପଣ ଆନନ୍ଦ ଅନୁଭବ କରିବେ ଏବଂ ନିଜର ସଫଳତା ଏବଂ ଉତ୍ତମ ଜୀବନର ଝଲକ ପ୍ରତିଫଳିତ ହେବ । କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ, ଆପଣଙ୍କ ଖ୍ୟାତି ଏବଂ ସହକର୍ମୀମାନଙ୍କ ମଧ୍ୟରେ ସମ୍ମାନ ମଧ୍ୟ ବୃଦ୍ଧି ହେବ । ଆପଣଙ୍କ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ ଏବଂ ଆପଣଙ୍କ ଗୃପରେ ନିର୍ଭରଶୀଳ ହେବେ । ଘରେ ମଧ୍ୟ ଭଲ ସମୟ ଅତିବାହିତ ହେବ । ପରିବାର ସହିତ ପ୍ରେମଭାବ ଏବଂ ହସଖୁସୀରେ ସମୟ ବିତିବ ।
ମୀନ: ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ ଯଦି ଆପଣ ଏକ ଗୀତ ଲେଖିପାରିଲେ କିମ୍ୱା ବ୍ଲଗ୍ରେ ଏକ ପ୍ରଭାବଶୀଳ ପ୍ରବେଶ କଲେ । ଆପଣ ଏପରିକି ଏକ ନୁଆ କ୍ଷେତ୍ରକୁ ପ୍ରବେଶ କରିପାରନ୍ତି । ଏବଂ ଆପଣଙ୍କ ପାଖରେ ଥିବା ଏକ ସୁନ୍ଦର କଳ୍ପନାତ୍ମକ ସୃଷ୍ଟି ଦୁନିଆକୁ ଉପକାର ସଦୃଶ ଦେଇପାରନ୍ତି । ଆପଣଙ୍କ ପ୍ରେମିକା ମନମୁଗ୍ଧକର ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେତେବେଳେ ଆପଣ ତାଙ୍କର ପ୍ରଶଂସା କରିଚାଲିବେ । ଛାତ୍ର ଏବଂ ସେମାନଙ୍କର ଶିକ୍ଷା ପାଇଁ ଏକ ଉତ୍କୃଷ୍ଟ ସମୟ ଅଟେ ।