ETV Bharat / bharat

Horoscope News: ଡିସେମ୍ବର ୧୮ ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

author img

By

Published : Dec 18, 2022, 12:01 AM IST

Updated : Dec 18, 2022, 6:24 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope News
Horoscope News

ମେଷ: ଆଜି ଏକ ଆନନ୍ଦ ଉଲ୍ଳାସର ଦିନ ଅଟେ। ଆପଣଙ୍କ ବିନିଯୋଗ ଅର୍ଥରୁ ପ୍ରଚୁର ଲାଭ ମିଳିବ । ଆପଣ ଅର୍ଥ ସମ୍ପନ୍ଧୀୟ ସେମିନାରରେ ଯୋଗ ଦେବେ କିମ୍ୱା ପରିଚାଳନା କରିବେ । ତେଣୁ ଆପଣ ନିଜ ଧନ୍ଦା ସମ୍ପର୍କିତ ଜଡିତ ଥିବା ଲୋକଙ୍କ ସଙ୍ଗେ ମିଶିବାର ସୁଯୋଗ ପାଇବେ । ନିଜର ବୁଦ୍ଧି ଖଟାଇ ପ୍ରଜ୍ଞାଶାଳୀ ଯୋଜନା ପାଇଁ କାମ କରି ନିଜକୁ ଭାଗ୍ୟବାନ ମଣିବେ । ଅଳ୍ପଦିନ ପାଇଁ ପରିଭ୍ରମଣରେ ଯାଇ ପାରନ୍ତି ।

ବୃଷ: ମିଠା କଥାରେ ସମସ୍ତଙ୍କୁ ବଶ କରିବେ । ବନ୍ଧୁଙ୍କର ସଂଖ୍ୟା ବୃଦ୍ଧି ପାଇପାରେ । ଅନେକ ଘଟଣାରେ ସଫଳ ବ୍ୟକ୍ତିତ୍ୱ ଭାବେ ପରିଚିତ ହେବେ । ନୂତନ କାର୍ଯ୍ୟର ଶୁଭାରମ୍ଭ କରିପାରନ୍ତି । ନିଜର କାର୍ଯ୍ୟ ଦକ୍ଷତା ବଳରେ ନିଜ କାର୍ଯ୍ୟରେ ମଧ୍ୟ ସଫଳତା ପାଇବେ । ଆର୍ଥିକ ସ୍ଥିତି ସ୍ୱଛଳ ରହିବ । ଆଜି ଆପଣ ଯାହା ଇଛା କରିବେ ତାହା ଅକ୍ଲେଶରେ ପାଇପାରିବେ ।

ମିଥୁନ: ଆଜି ମନ ବିଚଳିତ ରହିବ । ମନରେ ଦ୍ୱନ୍ଦ ଓ ଦୁର୍ବଳ ଚିନ୍ତାଧାରା ପାଇଁ ଆପଣ କ୍ଲାନ୍ତି ଅନୁଭବ କରିବେ । କୌଣସି ଅନୈତିକ ସମ୍ପର୍କ ଆପଣଙ୍କ ପରିବାରରେ କଳହ ଆଣିବ । ଆଜି ଯାତ୍ରା ନକରି ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖନ୍ତୁ । ଖଳ ପ୍ରକୃତିର ଲୋକଙ୍କଠାରୁ ଦୂରେଇ ରୁହନ୍ତୁ । ଧ୍ୟାନ କଲେ ମାନସିକ ଶାନ୍ତି ମିଳିପାରେ ।

କର୍କଟ: ନୂତନ କାର୍ଯ୍ୟ୍ୟ କରିବାକୁ ଦିନଟି ଶୁଭ ଅଟେ । ଆପଣ ଯେକୌଣସି କାର୍ଯ୍ୟହାତକୁ ନେବେ ସେଥିରେ ସଫଳତା ମିଳିବ । ବ୍ୟବସାୟୀଙ୍କର ଆର୍ଥିକ ସ୍ଥିତି ବୃଦ୍ଧି ପାଇବାର ସମ୍ଭାବନା ଅଛି । ପରିବାରର ସଦସ୍ୟ ଓ ବନ୍ଧୁଙ୍କୁ ସାଙ୍ଗରେ ଧରି ବଣଭୋଜି କରିବାକୁ ଯିବେ । ଆମୋଦ ପ୍ରମୋଦରେ ସମୟ କାଟିବେ । ସାମାଜିକ ସମ୍ମାନ ମିଳିବା ସହ ଅର୍ଥଲାଭ ହୋଇପାରେ ।

ସିଂହ: ଆପଣଙ୍କର ଆର୍ଥିକ ସ୍ଥିତି ସ୍ୱଛଳ ଥିଲେ ମଧ୍ୟ ଖର୍ଚ୍ଚର ପରିମାଣ ବଢିଯାଇପାରେ । ସମ୍ପର୍କୀୟଙ୍କ ସଙ୍ଗେ ବନ୍ଧୁତ୍ୱ ଲାଭଦାୟକ ହୋଇପାରେ । ପରିବାରର ସଦସ୍ୟ ଏବଂ ବାନ୍ଧବୀ ଆପଣଙ୍କୁ ସହାୟତା ପ୍ରଦାନ କରିବେ । ଚକ୍ଷୁରୋଗ କିମ୍ୱା ଦାନ୍ତବିନ୍ଧାର ଯନ୍ତ୍ରଣା ଆପଣ ଭୋଗିପାରନ୍ତି । ତେଣୁ ରୋଗ ବଢିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ସୁଖାଦ୍ୟ ପ୍ରାପ୍ତି ଯୋଗ ରହିଛି ।

କନ୍ୟା: ଆଜି ଦିନଟି ଶୁଭ ଫଳଦାୟକ ଅଟେ ଅଟେ । ମାନସିକ ତଥା ଶାରିରୀକ ସୁସ୍ଥତା ବଜାୟ ରହିବ । ଆର୍ଥିକ ସ୍ଥିତି ସୁଦୃ଼ଢ ହେବ । ନିଜର ବନ୍ଧୁ ଓ ପ୍ରିୟନଙ୍କ ସହ ଆମୋଦ ପ୍ରମୋଦରେ ସମୟ କଟାଇବେ । ଯେକୌଣସି ଯାତ୍ରା ପାଇଁ ଦିନଟି ଶୁଭ ଅଟେ ।

ତୁଳା: ଆପଣ ନିଜର କ୍ରୋଧ ପରିହାର କରିବାକୁ ଚେଷ୍ଟା କରନ୍ତୁ । ନହେଲେ ଆପଣଙ୍କ କ୍ରୋଧ ବନ୍ଧୁଙ୍କଠାରୁ ଆପଣଙ୍କୁ ଦୂରେଇ ଦେବ । ବ୍ୟବସାୟ ମାନ୍ଦା ହେବ । କର୍ମଚାରୀଙ୍କ ସଙ୍ଗେ ସଙ୍ଗେ ବଚସା କରନ୍ତୁ ନାହିଁ । କୋର୍ଟ କଚେରୀ ମାମଲାରୁ ନିଜକୁ ଦୂରେଇ ରଖନ୍ତୁ । ନିଜର ଅନ୍ତରଙ୍ଗ ବନ୍ଧୁବାନ୍ଧବଙ୍କ ସଙ୍ଗେ ତିକ୍ତତା ସୃଷ୍ଟି ହୋଇପାରେ । ଶରୀରର ଯତ୍ନ ନିଅନ୍ତୁ । ଦୁର୍ଘଟଣାର ଶିକାର ହୋଇପାରନ୍ତି ।

ବିଛା: ଆଜି ଏକ ଲାଭଜନକ ଦିନ ଅଟେ । ଆପଣ ଆଜି ଦିନଟିକୁ ଯେମିତି ଚାହିଁବେ ସେମିତି ଉପଭୋଗ କରିପାରିବେ । ଅବିବାହିତ ଯୁବକ ଯୁବତୀ ମାନଙ୍କ ପାଇଁ ବିବାହ ସୁତ୍ରରେ ବାନ୍ଧି ହେବାର ଆଜି ଏକ ଶୁଭ ଦିନ ଅଟେ । ବ୍ୟବସାୟ ପରିଚାଳନା ଓ ବୁଦ୍ଧିରେ ଅତି ଆଗ୍ରହୀ ବ୍ୟକ୍ତି ପ୍ରଚୁର ଅର୍ଥଲାଭ କରିବେ । ଚାକିରୀଆ ମାନଙ୍କ କ୍ଷେତ୍ରରେ ସେମାନେ ସେମାନଙ୍କର ହାକିମଙ୍କ ଶୁଭ ଦୃଷ୍ଟିରେ ରହିପାରନ୍ତି । ଆପଣଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିବେ । ଆପଣ ନିଜର ବନ୍ଧୁଙ୍କ ସହ ସକ୍ଷାତ କରିବେ ।

ଧନୁ: ଆଜି ଦିନଟି ସୁଖପୂର୍ଣ୍ଣ ରହିବ । ବିବାହିତମାନେ ଆନନ୍ଦ ଉଲ୍ଳାସରେ ରହିବେ । ଗ୍ରହ ନକ୍ଷତ୍ରଙ୍କ ଉପସ୍ଥିତି ପାରିବାରିକ ଶାନ୍ତି ପରିବେଶକୁ ସୁଦୃଢ କରିବ । କାର୍ଯ୍ୟ ତଥା ଆର୍ଥିକ ସ୍ଥିତି ପାଇଁ ସମସ୍ତ ଦିଗରୁ ସଫଳତା ପ୍ରାପ୍ତ ହେବ । ନିଜ କାର୍ଯ୍ୟ ଦ୍ୱାରା ସଫଳତା ତଥା ଆତ୍ମ ସନ୍ତୋଷ ମିଳିବ । ବାପା ଭାଇଙ୍କ ଠାରୁ କିଛି ଉପହାର ପାଇବେ । ଆର୍ଥିକ ଦୃଷ୍ଟିରୁ ଦିନଟି ଅତି ଉତ୍ତମ ।

ମକର: ଆଜି ଦିନଟିରେ ମିଶ୍ରିତ ଫଳ ମିଳିବ । ବ୍ୟବସାୟ ଭଲ ହେବ । ତୁମର ଚିନ୍ତାଧାରା ତଥା କଥାବାର୍ତ୍ତା ଦ୍ୱାରା ଲୋକେ ପ୍ରଭାବିତ ହେବେ । ସମୟ ନଷ୍ଟ କରନ୍ତୁ ନାହିଁ । ସରକାରୀ କାମ ଅଟକି ରହିବ । ବ୍ୟର୍ଥ ଯୁକ୍ତିତର୍କ ହୋଇପାରେ ।

କୁମ୍ଭ: ଆଜି ଖରାପ ଚିନ୍ତା କରନ୍ତୁ ନାହିଁ । ପରିବାରରେ ଅଶାନ୍ତି ଦେଖା ଦେବ । ଚିନ୍ତାରେ ରହିବେ ଏବଂ ଖରାପ ଚିନ୍ତା ମନକୁ ଘାରିବ । ନିଜର ଇଚ୍ଛା ଓ ଚିନ୍ତାକୁ ନିୟନ୍ତ୍ରଣ କରନ୍ତୁ । ଖର୍ଚ୍ଚ କରି ମଧ୍ୟ ତାର ମୂଲ୍ୟ ପାଇବ ନାହିଁ । ନିଜ ଭୁଲ ପାଇଁ ଅନ୍ୟକୁ ଦୋଷାରୋପ କରନ୍ତୁ ନାହିଁ ।

ମୀନ: ଆଜି ଭାଗ୍ୟ ଉଜ୍ଜଳ ଅଟେ । କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ । କିଛି ସମୟ ମଜାରେ ଅତିବାହିତ କରନ୍ତୁ । ପରିବାର ବର୍ଗଙ୍କ ସହ ଆନନ୍ଦ ଉଲ୍ଳାସରେ ବୁଲନ୍ତୁ । ଭଲ ପାଉଥିବା ବ୍ୟକ୍ତିଙ୍କ ସାଙ୍ଗରେ ସୁଖଦ ମୂହୁର୍ତ୍ତ ବିତାଇ ପାରନ୍ତି । ମାନସିକ ଶାନ୍ତି ତଥା ଶାରୀରିକ କ୍ଳାନ୍ତି ଦୂରେଇ ଯିବ ।

Last Updated : Dec 18, 2022, 6:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.