ମେଷ: ଆଜି ଆପଣ ଭାରି ନିସ୍ବାର୍ଥପର ହୋଇ କାର୍ଯ୍ୟ କରିବେ। ଏହା ମଧ୍ୟ ଆପଣଙ୍କୁ ମାନସିକ ଶାନ୍ତି ଦେବ। ଆପଣଙ୍କର ସନ୍ତୁଷ୍ଟ ଏବଂ ହସଖୁସୀର ମନୋଭାବରୁ ଆପଣ ଉପକାର ପାଇପାରନ୍ତି। ପରିବାର ସହିତ ମନ୍ଦିର ଯାଇପାରନ୍ତି। ସନ୍ଧ୍ୟାରେ କୌଣସି ସ୍ଥାନରେ ହଠାତ ନିଜ ଲୋକଙ୍କ ସହ ଦେଖା ହୋଇ ଆନନ୍ଦିତ ହେବେ।
ବୃଷ: ଯଦି ଆପଣ ଜନ ସମ୍ପର୍କ ଏବଂ ସର୍ବସାଧାରଣ ବକ୍ତା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ଆଜି ଆପଣ ଶ୍ରୋତାମାନଙ୍କୁ ଉତ୍ସାହିତ କରିବେ ଏବଂ ଆନନ୍ଦ ଉପଭୋଗ କରିବାକୁ ଦେବେ । ଏପରିକି ବ୍ୟକ୍ତି ବିଶେଷଙ୍କ ସହିତ କଥାବାର୍ତ୍ତା ସମୟରେ ମଧ୍ୟ ଆପଣଙ୍କ ଶ୍ରୋତା ଅତ୍ୟନ୍ତ ପ୍ରଭାବିତ ହୋଇ ନିରବ ହୋଇଯିବେ । ଫଳରେ ଦୀର୍ଘକଳୀନ ଭାବରେ ଜଣାଶୁଣା ବ୍ୟକ୍ତିମାନଙ୍କ ସହିତ ଏବ ବିଶେଷ ସମ୍ପର୍କ ରହିବାର ସମ୍ଭାବନା ରହିଛି ।
ମିଥୁନ: ବିଶେଷ ଭାବରେ ମହିଳାମାନଙ୍କ ସହିତ କାରବାର କଲାବେଳେ ଆପଣଙ୍କ ଭାବ ପ୍ରବଣତା ଆପଣଙ୍କୁ ଅତ୍ୟଧିକ ଭାବରେ ପ୍ରଭାବିତ କରିବାକୁ ଦିଅନ୍ତୁ ନାହିଁ। କାହାରିକୁ ଅନ୍ଧ ଭଳି ବିଶ୍ବାସ କରନ୍ତୁ ନାହିଁ। ଆବଶ୍ୟକ ନଥିଲେ ଗାଡି ଚଲାନ୍ତୁ ନାହିଁ।
କର୍କଟ: ଆଜି ପାଇଁ ଆପଣଙ୍କ ଦିନ ଆନନ୍ଦ ଏବଂ ଖୁସୀଭରା ରହିବ । ଏକ ନୂଆ ପ୍ରକଳ୍ପର ଶୁଭାରମ୍ଭ, ବନ୍ଧୁ ଏବଂ ପ୍ରୀୟଜନଙ୍କ ସହିତ ମିଳନ ଆପଣଙ୍କୁ ଅଧିକ ଆନନ୍ଦ ଦେବ । ଆପଣଙ୍କ ପାଖରେ ଯାହା ଅଛି, ତାହା ଆପଣଙ୍କୁ ଭଲ ଭାଗ୍ୟ ଆଡକୁ ଟାଣିନେବ ଏବଂ ଆପଣ ଅଧିକ ଉତ୍ସାହ ଏବଂ ଶକ୍ତିରେ ଫୁଲି ଉଠିବେ।
ସିଂହ: ସମସ୍ତ ଦୃଷ୍ଟିକୋଣରୁ ଆଜିଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ, ପରିବାର ସହିତ ହସଖୁସୀରେ କଟିବ, କିନ୍ତୁ ପରିସ୍ଥିତି ସାଧାରଣ ହିଁ ରହିବ । କୌଣସି ସମସ୍ୟା ଦେଖେଦେଲେ ପରିବାର ଲୋକେ ସାଥ ଦେବେ। ଅନ୍ତିମରେ ଆପଣଙ୍କ ପାଇଁ ଏହା ଏକ ଅନ୍ୟନ୍ତ ଶୁଭ ଦିନ ନୁହେଁ । ଆର୍ଥିକ ଲାଭର ଅଭାବ ରହିବ, ନୂଆ ସମ୍ପର୍କ ସୃଷ୍ଟି କରି ଆପଣ ଏହି ଅଭାବକୁ ଦୂର କରିବାରେ ସମର୍ଥ ହେବେ ।
କନ୍ୟା: ଆପଣ ଅନ୍ୟମାନଙ୍କୁ ନିଜର ନମ୍ର-ବ୍ୟବହାର ଏବଂ ମିଠା କଥାରେ ପ୍ରଭାବିତ କରିପାରିବେ । ଏହା ଆପଣଙ୍କୁ ଅନେକ ପ୍ରକାରରେ ସାହାଯ୍ୟ କରିବ । ବୌଦ୍ଧିକ ଦୃଷ୍ଟିକୋଣରୁ ଆପଣଙ୍କର ବିକାଶ ହେବ। ଆପଣଙ୍କ ଦୃଷ୍ଟିକୋଣରେ ମଧ୍ୟ ହଠାତ୍ ପରିବର୍ତ୍ତନ ହୋଇପାରେ। ଆପଣଙ୍କ ସ୍ୱାସ୍ଥ୍ୟ, ଉଭୟ ଶାରିରୀକ ଏବଂ ମାନସିକ ଭଲ ରହିବ।
ତୁଳା: ଆପଣଙ୍କ ପାଇଁ ଭଲ ଦିନ ନୁହେଁ, ଅଧିକ ସତର୍କ ରହିବା ପାଇଁ ପରାମର୍ଶ ଦିଆହେଉଛି । ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ, ଏଡାନ୍ତୁ ନାହିଁ, ଉପଯୂକ୍ତ ଚିକିତ୍ସା କରନ୍ତୁ ।ନିଶ୍ଚିତ କରନ୍ତୁ ଯେ ଭାବି ଚିନ୍ତି ନ କହି ଆପଣ କାହାକୁ ଅପମାନିତ କରନ୍ତୁ ନାହିଁ । ଆପଣଙ୍କ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜିର ଦିନ ସମସ୍ୟା ବହୁଳ ରହିବ ଯାହାକି ଶୀଘ୍ର ପଦକ୍ଷେପ ଆବଶ୍ୟକ କରିପାରେ ।
ବିଛା: ଏହି ଦିନ ଆପଣଙ୍କ ପାଇଁ ଶୁଭ ଅଟେ । ଆପଣ ବନ୍ଧୁମାନଙ୍କ ସହିତ ମିଶିବେ ଏବଂ ତାଙ୍କ ଉପରେ ବହୁତ ଖର୍ଚ୍ଚ କରିବେ। ଅବଶ୍ୟ, ବର୍ତ୍ତମାନଠାରୁ ଯେ କୌଣସି ସମୟରେ ଆପଣଙ୍କ ଦରମା କିମ୍ବା ଆୟରେ ବୃଦ୍ଧି ଆଶା କରିପାରନ୍ତି। ଆଜି ଭଲ ଦିନ ଭଳି ଜଣା ପଡୁଛି । ଆପଣଙ୍କ ବରିଷ୍ଠମାନେ ଏବଂ ଆପଣଙ୍କ ଜୀବନସାଥୀ ଆପଣଙ୍କ କାର୍ଯ୍ୟରେ ଖୁସି ରହିବେ ।
ଧନୁ: ଆପଣ ଆପଣଙ୍କର ଅର୍ଥ ଭଲ ଭାବରେ ପରିଚାଳନା କରିବେ । ଆପଣଙ୍କ କାର୍ଯ୍ୟ ସଫଳତାର ସହିତ ସମାପ୍ତ କରିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ତାଙ୍କ କାମରେ ସାହାଯ୍ୟ କରିବେ । ଆଜି ଆପଣ ବ୍ୟବସାୟ ସମ୍ପର୍କିତ କେତେକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ବ୍ୟବସାୟ କାମରେ ଭ୍ରମଣ କରିପାରନ୍ତି। ଆପଣଙ୍କ ବୁଦ୍ଧି ଏବଂ ନିପୁଣତା ଦେଖି ଆପଣଙ୍କ ବରିଷ୍ଠ ଅଧିକାରୀ ପ୍ରଭାବିତ ହେବେ ଏବଂ ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି।
ମକର: ଅନ୍ୟ ଦିନ ଭଳି ଏହା ମଧ୍ୟ ଏକ ସାଧାରଣ ଦିନ ରହିବ। ଅବଶ୍ୟ ବୁଦ୍ଧି ଏବଂ କୌଶଳ ଆବଶ୍ୟକ କରୁଥିବା କାର୍ଯ୍ୟ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଲିଖନ ଏବଂ ସାହିତ୍ୟରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କ ପାଇଁ ଆଜି ହେଉଛି ଭଲ ଦିନ। ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ଆପଣଙ୍କୁ ହେବାକୁ ପଡିପାରେ।
କୁମ୍ଭ: ଆପଣଙ୍କ ମନ ଭାବନାରେ ଭରା ରହିବ ଏବଂ ଏହା ଆପଣଙ୍କୁ ସମ୍ପୁର୍ଣ୍ଣ ଭାବରେ କ୍ଳାନ୍ତ କରିଦେବ। ଆପଣ ରାଗିବେ, ଯେତେବେଳେ ନିଜକୁ ଶାନ୍ତ କରିପାରିବେ, ସେତେବେଳେ ହିଁ ଭଲ ଅନୁଭବ କରିବେ। ଚୋରି ଏବଂ ଅନ୍ୟ ଆଇନ ବିରୁଦ୍ଧ କାମରୁ ଦୂରରେ ରହନ୍ତୁ। ନିରାଶ ମନୋଭାବକୁ ଦୁରରେ ରଖନ୍ତୁ ଏବଂ ଆପଣଙ୍କ ଭାଷା ଉପରେ ନଜର ରଖନ୍ତୁ।
ମୀନ: ଆଜି ଲେଖକ, ମଞ୍ଚ କଳାକାର କିମ୍ୱା ନୃତ୍ୟଶିଳ୍ପୀଙ୍କ ପାଇଁ ଦିନ ଭଲରେ କଟିବ। ଆପଣ ନିଜର ସୃଜନଶୀଳ ପ୍ରତିଭା ଯୋଗୁଁ ପ୍ରିୟଜନଙ୍କର ଶ୍ରଦ୍ଧାଭାଜନ ହୋଇପାରିବେ। ବ୍ୟବସାୟୀମାନେ ବ୍ୟବସାୟରେ ଉନ୍ନତି ପାଇବେ। ବନ୍ଧୁଙ୍କ ସହ ଚାପାନର ମଜ୍ଜା ନେଇପାରନ୍ତି। ଚଳଚ୍ଚିତ୍ର ଦେଖି ମଧ୍ୟ ସମୟ କାଟିପାରନ୍ତି କିମ୍ୱା କୌଣସି ରାତ୍ରଭୋଜି ସ୍ଥାନରେ ସମୟ ବିତାଇ ପାରନ୍ତି।