ETV Bharat / bharat

ପଶ୍ଚିମବଙ୍ଗ ରାଜ୍ୟପାଳ CV ଆନନ୍ଦ ବୋଷଙ୍କ ଜୀବନ ପ୍ରତି ବିପଦ, ମିଳିଲା Z+ ସୁରକ୍ଷା

ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ତାଙ୍କୁ z+ ଶ୍ରେଣୀ ସୁରକ୍ଷା ପ୍ରଦାନ କରିଛି ଗୃହ ମନ୍ତ୍ରଣାଳୟ ( Z plus security to Governor CV Anand Bose ) । ଅଧିକ ପଢନ୍ତୁ

Z plus security to Governor CV Anand Bose
ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ z+ ସୁରକ୍ଷା
author img

By

Published : Jan 4, 2023, 11:02 AM IST

କୋଲକାତା: ବଢିଲା ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ସୁରକ୍ଷା ବ୍ୟବସ୍ଥା । ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ z+ ଶ୍ରେଣୀ ସୁରକ୍ଷା ପ୍ରଦାନ କରିଛି ଗୃହ ମନ୍ତ୍ରଣାଳୟ ( Bengal Governor gets Z plus security ) । ସିଭି ଆନନ୍ଦ ବୋଷଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଗୁଇନ୍ଦାରୁ ଖବର ମିଳିବା ପରେ ଏହି ପଦକ୍ଷେପ ନିଆଯାଇଛି । ରିପୋର୍ଟ ଅନୁସାରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିଷ୍ପତ୍ତି ନେଇଛି ।

କେନ୍ଦ୍ର ଗୃହମନ୍ତ୍ରଣାଳୟର ସୁରକ୍ଷା ବ୍ୟବସ୍ଥା ଅନୁସାରେ ସିଭି ଆନନ୍ଦ ବୋଷଙ୍କୁ z+ ଶ୍ରେଣୀ ସୁରକ୍ଷା ପ୍ରଦାନ କରାଯାଇଛି । ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଉପରେ ବିପଦ ଥିବା ନେଇ ଖବର ପାଇବା ପରେ ଏହି ପଦକ୍ଷେପ ନିଆଯାଇଛି । ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF)ର କମାଣ୍ଡୋଙ୍କ ଦ୍ବାରା Z ପ୍ଲସ ସୁରକ୍ଷା ବ୍ୟବସ୍ଥା ଦିଆଯିବ । ଏହି ବର୍ଗର ସୁରକ୍ଷା କେତେକ ହାଇ ପ୍ରୋଫାଇଲ ବ୍ୟକ୍ତିଙ୍କୁ ହିଁ ଦିଆଯାଇଥାଏ । ବର୍ତ୍ତମାନ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ସିଭି ଆନନ୍ଦ ବୋଷଙ୍କ ସୁରକ୍ଷା ଦାୟିତ୍ବରେ ରହିବେ । ରାଜ୍ୟପାଳ ହେବା ପୂର୍ବରୁ ସିଭି ଆନନ୍ଦ ବୋଷ ପଶ୍ଚିମବଙ୍ଗ ନିର୍ବାଚନରେ ହୋଇଥିବା ହିଂସାର ତଦନ୍ତ ନେଇ ଗଠିତ ହୋଇଥିବା କମିଟିର ସଦସ୍ୟ ଥିଲେ ।

ଏହା ବି ପଢନ୍ତୁ...ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ଆକ୍ରମଣ

ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ତଥା ଶିକ୍ଷାବିତ ସିଭି ଆନନ୍ଦ ବୋଷଙ୍କୁ ଗତ ବର୍ଷ ନଭେମ୍ବର 17 ତାରିଖରେ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ନିଯୁକ୍ତି ଉପରେ ସ୍ବାକ୍ଷର କରିଥିଲେ । ସିଭି ଆନନ୍ଦ ବୋଷ ଦୀର୍ଘ ବର୍ଷ ଧରି ଭାରତୀୟ ପ୍ରଶାସନିକ ସେବାରେ କାର୍ଯ୍ୟ କରିଥିବାବେଳେ ବିଶ୍ବବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିଛନ୍ତି । ପୂର୍ବରୁ ରାଜ୍ୟପାଳ ରହିଥିବା ଜଗଦୀପ ଧନଖର ପଦବୀରୁ ଇସ୍ତଫା ଦେବା ପରେ ମଣିପୁର ରାଜ୍ୟପାଳ ଲା ଗଣେଶନ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ନେଇଥିଲେ । ଏହା ପରେ ବୋଷ ବଙ୍ଗର ନିୟମିତ ରାଜ୍ୟପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.