ETV Bharat / bharat

ରାଜୀବ ଗାନ୍ଧୀ ଫାଉଣ୍ଡେସନ ରଦ୍ଦ, ବିଦେଶୀ ଫଣ୍ଡିଂ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ

author img

By

Published : Oct 24, 2022, 12:08 PM IST

କଂଗ୍ରେସକୁ ପୁଣି ଏକ ଝଟକା ଲାଗିଛି । ରାଜୀବ ଗାନ୍ଧୀ ଫାଉଣ୍ଡେସନ ଏବଂ ରାଜୀବ ଗାନ୍ଧୀ ଚାରିଟେବୁଲ ଟ୍ରଷ୍ଟକୁ କେନ୍ଦ୍ର ସରକାର ରଦ୍ଦ କରିଛନ୍ତି । ଅଧିକ ପଢନ୍ତୁ

ରାଜୀବ ଗାନ୍ଧୀ ଫାଉଣ୍ଡେସନ ରଦ୍ଦ
ରାଜୀବ ଗାନ୍ଧୀ ଫାଉଣ୍ଡେସନ ରଦ୍ଦ

ନୂଆଦିଲ୍ଲୀ: ଦଳର ଅଣ୍ଟା ସଳଖିବାକୁ ସତ୍ତା ଫେରିବାକୁ ଯୋଜନା କରୁଥିବାବେଳେ କଂଗ୍ରେସକୁ ପୁଣି ଏକ ଝଟକା ଲାଗିଛି । କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ 2 ଏନଜିଓ ରାଜୀବ ଗାନ୍ଧୀ ଫାଉଣ୍ଡେସନ ଏବଂ ରାଜୀବ ଗାନ୍ଧୀ ଚାରିଟେବୁଲ ଟ୍ରଷ୍ଟକୁ କେନ୍ଦ୍ର ସରକାର ରଦ୍ଦ କରିଛନ୍ତି । 30 ବର୍ଷ ଧରି କାମ କରି ଆସୁଥିବା ଏହି ସଂଗଠନର ବିଦେଶୀ କଣ୍ଟ୍ରିବ୍ୟୁସନ ଆକ୍ଟ (Foreign Contribution Regulation Act) ଜରିଆରେ ଏହାର ଲାଇସେନ୍ସକୁ ରଦ୍ଦ କରିଛନ୍ତି ଗୃହ ମନ୍ତ୍ରଣାଳୟ ।

ରାଜୀବ ଗାନ୍ଧୀ ଫାଉଣ୍ଡେସନ ଫଣ୍ଡକୁ ନେଇ କ୍ରମାଗତ ଭାବେ ପ୍ରଶ୍ନ ଉଠୁଥିଲା । କମିଟି ଫାଉଣ୍ଡେସନର ଫଣ୍ଡିଂ ଓ ଏହା ଦ୍ବାରା ହୋଇଥିବା ଉଲ୍ଲଂଘନ ଗୁଡିକର ଯାଞ୍ଚ କରାଯାଉଥିଲା । ଗୃହମନ୍ତ୍ରଣାଳୟର ସୂଚନା ଅନୁସାରେ ବିଦେଶୀ ଅନୁଦାନ ଆଇନ ଉଲ୍ଲଘଂନ ଅଭିଯୋଗରେ ମନ୍ତ୍ରଣାଳୟ ସଂଗଠନର ଲାଇସେନ୍ସ ବାତିଲ କରିଛନ୍ତି । ସଂଗଠନ ବିରୋଧରେ ବିଦେଶରୁ ପାଣ୍ଠି ସଂଗ୍ରହ ଅଭିଯୋଗ ହୋଇଥିଲା । 2020 ଜୁଲାଇରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ କମିଟି ଗଠନ କରିଥିଲେ । ଏହି କମିଟି 2 ବର୍ଷ ପରେ ରିପୋର୍ଟ ପ୍ରଦାନ କରିଥିଲା । ରିପୋର୍ଟ ଆଧାରରେ 2 ଏନଜିଓ ଲାଇସେନ୍ସ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ସୋନିଆ ଗାନ୍ଧୀ ଏହି ଫାଉଣ୍ଡେସନର ଅଧ୍ୟକ୍ଷ ଅଛନ୍ତି । ଅନ୍ୟ ଟ୍ରଷ୍ଟିଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ, ସାଂସଦ ରାହୁଲ ଗାନ୍ଧୀ ଏବଂ ସାଧାରଣ ସମ୍ପାଦକ ପ୍ରୟଙ୍କା ଗାନ୍ଧୀ ଭଦ୍ରା ସାମିଲ ଅଛନ୍ତି ।

ଏହି ଦୁଇ ସଂଗଠନ ରଦ୍ଦ ପରେ ବିଜେପି କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ରାଜନୈତିକ କାରଣ ଯୋଗୁଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ଆରଜିଏଫ ଏବଂ ଆରଜିସିଟିର ଲାଇସେନ୍ସ ରଦ୍ଦ ନିଷ୍ପତ୍ତି ସରକାରଙ୍କ ରାଜନୈତିକ ର୍ଦୁଭାବନାକୁ ଦର୍ଶାଉଥିବା କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି । ଗାନ୍ଧୀ ପରିବାରକୁ ବଦନାମ କରିବାକୁ ଏହି କରାଯାଉଥିବା କହିଛନ୍ତି ଅଶୋକ ଗେହଲଟ । ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ଏହା ଜବାବରେ କହିଛନ୍ତି ଗାନ୍ଧୀ ପରିବାର ଏବଂ ତାଙ୍କ ସଂଗଠନ ଆଇନଠୁ ଊର୍ଦ୍ଧ୍ବରେ ନୁହନ୍ତି । ଏହି ଲାଇସେନ୍ସ ରଦ୍ଦ ଦ୍ବାରା ତାଙ୍କ ଦୁର୍ନୀତି ପେଡି ଖୋଲିଥିବା କହିଛନ୍ତି ସମ୍ବିତ ପାତ୍ର।

ଏହା ବ ପଢନ୍ତୁ...ଆଖି ହରାଇଲେ ବିଶିଷ୍ଟ ଲେଖକ ସଲମାନ ରୁସ୍‌ଦୀ

1991ରେ ହୋଇଥିଲା ସ୍ଥାପନା

ରାଜୀବ ଗାନ୍ଧୀ ଫାଉଣ୍ଡେସନ (RGF)ର ସ୍ଥାପନା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଭିଜନକୁ ପୂରଣ କରିବାକୁ 1991 ଜୁନ 21ରେ ଗଠନ ହୋଇଥିଲା । ଫାଉଣ୍ଡେସନର ଅଫିସିଆଲ ୱେବସାଇଟ ହେଉଛି rgfindia.orgରେ ଦିଆଯାଇଥିବା ସୂଚନା ଅନୁସାରେ 1991ରୁ 2009 ଯାଏ ଫାଉଣ୍ଡେସନ ସ୍ବାସ୍ଥ୍ୟ, ସାକ୍ଷରତା, ବିଜ୍ଞାନ ଏବଂ ପ୍ରଯକ୍ତିବିଦ୍ୟା,ମହିଳା ଏବଂ ଶିଶୁ ବିକାଶ, ପଞ୍ଚାୟତିରାଜ ସଂସ୍ଥାନ ଏବଂ ବଧିରଙ୍କୁ ସହାୟତା ପ୍ରଦାନ ସମେତ ଅନେକ ଦିଗରେ କାର୍ଯ୍ୟ କରିଛି । 2020ରେ ବିଜେପି ଫାଉଣ୍ଡେସନରେ ଚୀନ ଫଣ୍ଡିଂ କରୁଥିବା ଅଭିଯୋଗ କରିଥିଲା । ତତ୍କକାଳୀନ ଆଇନ ମନ୍ତ୍ରୀ ତଥା ବିଜେପି ନେତା ରବିଶଙ୍କର ପ୍ରସାଦ ଦାବି କରିଥିଲେ କି ଚୀନ ରାଜୀବ ଗାନ୍ଧୀ ଫାଉଣ୍ଡେସନ ପାଇଁ ଫଣ୍ଡିଂ କରୁଛି । 90 ଲକ୍ଷ ଟଙ୍କାର ଫଣ୍ଡିଂ ଅଭିଯୋଗ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.