ETV Bharat / bharat

ନକ୍ସଲ ହମଲା; ଜଗଦଲପୁରରେ ଗୃହମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି, କରିବେ ବୈଠକ - bijapur encounter

ଛତିଶଗଡ ନକ୍ସଲ ହମଲାରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଗୃହମନ୍ତ୍ରୀ ଅମିତ ଶାହ । ଛତିଶଗଡର ଜଗଦଲପରରେ 14 ଶହୀଦ ସୁରକ୍ଷା କର୍ମୀଙ୍କ କଫିନ ଉପରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅଧିକ ପଢନ୍ତୁ...

ଜଗଦଲପୁରରେ ଗୃହମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଜଗଦଲପୁରରେ ଗୃହମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
author img

By

Published : Apr 5, 2021, 11:45 AM IST

ରାୟପୁର: ଛତିଶଗଡ ନକ୍ସଲ ହମଲାରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଗୃହମନ୍ତ୍ରୀ ଅମିତ ଶାହ । ଛତିଶଗଡର ଜଗଦଲପୁରରେ 14 ଶହୀଦ ସୁରକ୍ଷା କର୍ମୀଙ୍କ କଫିନ ଉପରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ସମୟରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହାପରେ ଶାହ ହସ୍ପିଟାଲ ଯାଇ ଆହତ ଯବାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବେ ।

ନକ୍ସଲଙ୍କ ନାରକୀୟ କାଣ୍ଡ ପରେ ଆକ୍ସନ ମୋଡରେ ଗୃହମନ୍ତ୍ରଣାଳୟ । ନକ୍ସଲଙ୍କ ବିରୁଦ୍ଧରେ ଜୋରଦାର ଅପରେସନ ପ୍ରସ୍ତୁତ କରାଯାଉଛି । ଜଗଦଲପୁରରେ ଗୃହମନ୍ତ୍ରୀ ବରିଷ୍ଠ ଅଧିକାରୀ ଓ ମନ୍ତ୍ରୀମଣ୍ଡଳ ସହ ଏକ ବୈଠକ କରିବେ ।

ଶନିବାର ଛତିଶଗଡର ସୁକମା-ବିଜାପୁର ସୀମାରେ ନକ୍ସଲଙ୍କ ଆକ୍ରମଣରେ 22 ଯବାନ ଶହୀଦ ହେବା ସହ 31 ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ପରେ ଗୃହମନ୍ତ୍ରୀ ଆସାମରେ ନିର୍ବାଚନୀ ରାଲି ରଦ୍ଦ କରି ଦିଲ୍ଲୀ ଫେରି ଆସିଥିଲେ ।

ସେପଟେ ଏହି ଘଟଣାରେ ସିଆରପିଏଫ ଡିଜି କୁଲଦୀପ ସିଂ କହିଛନ୍ତି, ନକ୍ସର-ସୁରକ୍ଷାକର୍ମୀଙ୍କ ଏହି ଗୁଳିବିନିମୟ ସମୟରେ ନକ୍ସଲ ମଧ୍ୟ ନିହତ ହୋଇଛନ୍ତି । ଯଦି ସୁରକ୍ଷାକର୍ମୀଙ୍କ ପକ୍ଷରୁ କୌଣସି ବିଫଳତା ହୋଇଥାନ୍ତା ତେବେ ନକ୍ସଲ ନିପାତ ହୋଇନଥାନ୍ତେ । ଏହି ଏନକାଉଣ୍ଟରରେ 25ରୁ 30 ନକ୍ସଲଙ୍କ ଜୀବନ ଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.