ଡେରାଡୁନ: ଉତ୍ତରାଖଣ୍ତ ହରିଦ୍ବାରରେ ହରିହର ଆଶ୍ରମରେ ଜୁନା ପୀଠାଧିଶ୍ବର ଆଚାର୍ଯ୍ୟ ମହାମଣ୍ଡଳଶ୍ୱରଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ହିନ୍ଦୁ ଧର୍ମକୁ ନେଇ ଶାହ ସ୍ବାମୀ ଶ୍ରୀ ପରମ ଆତ୍ମାଜୀଙ୍କ ସହ ଦୀର୍ଘ ଏକ ଘଣ୍ଟାଧରି ଆଲୋଚନା କରିଛନ୍ତି । ଏ ଅବସରରେ ହିନ୍ଦୁ ଧର୍ମ ଏବଂ ସଂସ୍କୃତି ସମ୍ବନ୍ଧୀୟ କେତେକ ବିଷୟ ଉପରେ ଆଲୋକପାତ କରିଥିଲେ । ଧର୍ମ ଏବଂ ସଂସ୍କୃତିର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ବିଭିନ୍ନ ଯୋଜନା ଉପରେ ମଧ୍ୟ ଉଭୟଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା । ଏହାସହ ଜୁନା ପୀଠାଧିଶ୍ବର ଆଚାର୍ଯ୍ୟ ମହାମଣ୍ଡଳଶ୍ୱର, ସ୍ବାମୀ ଆଭଦେସାନ୍ଦ ଗିରିଙ୍କ ସହ ଅନ୍ୟାନ୍ୟ ସାଧୁ ସନ୍ଥଙ୍କୁ ମଧ୍ୟ ଭେଟିଥିଲେ କେନ୍ଦ୍ରମନ୍ତ୍ରୀ ।
ତେବେ, ଶାହାଙ୍କ ହରିହର ଆଶ୍ରମ ଗସ୍ତ ସମୟରେ ଅଭଧେଶନାନନ୍ଦଜୀ, ସ୍ବାମୀ ପରମଆତ୍ମାନନ୍ଦ ସରସ୍ବତୀ, ଜଗଦଗୁରୁ ଏଚଏଚ ସ୍ବାମୀ ଶ୍ରୀ ନିର୍ମଳାନନ୍ଦନାଥ ଜୀ, ବାବା ରାମଦେବ ଜୀ, ସ୍ବାମୀ ଜନାନନ୍ଦଜୀ,ସ୍ବାମୀ କ୍ରିଷ୍ନାମାନଜୀ, ସ୍ବାମୀ ବିଶ୍ବସରର୍ଣ୍ଣାନ୍ଦଜୀ ଓ ସ୍ବାମୀ ବ୍ରହ୍ମେସ୍ବରାନନ୍ଦଜୀ ଉପସ୍ଥିତ ଥିଲେ । ଏହାସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପରାଦ ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା ମଧ୍ୟ କରିଥିଲେ ।
ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉତ୍ତରାଖଣ୍ତ ଗସ୍ତ କରିଥିଲେ । ସେ ହରିଦ୍ୱାରରେ ଶାନ୍ତିକୁଞ୍ଜ ଆଶ୍ରମ ମୁଖ୍ୟ ପ୍ରଣବ ପାଣ୍ଡ୍ୟାଙ୍କୁ ମଧ୍ୟ ଭେଟିଥିଲେ। ଏହି ଅବସରରେ ଏକ ବୈଠକ ହୋଇଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଉପସ୍ଥିତ ରହିଥିଲେ । ଏହସହ ହରିଦ୍ୱାରର ଶାନ୍ତିକୁଞ୍ଜ ଆଶ୍ରମର ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ମଧ୍ୟ ସେ ସମ୍ବୋଧିତ କରିଥିଲେ ।
@ANI