ETV Bharat / bharat

କଟକଣାରେ ରଙ୍ଗ ଉଡିବ, ଭର୍ଚୁଆଲରେ ଶୁଭେଚ୍ଛା ଛୁଟିବ

ବୁରା ନା ମାନୋ ଆଜ୍ ହୋଲି ହୈ। ଏହି ଦିନ ରାଗ, ରୁଷା ସବୁ କିଛି ଭୁଲି ସମସ୍ତେ ଖେଳନ୍ତି ହୋଲି। ଫଗୁ ରଙ୍ଗରେ ନାଚି ଉଠେ ସାରା ଦେଶ। ସେଥିପାଇଁ ବଜାରରେ ମେଲିଥାଏ ଭଳିକି ଭଳି ରଙ୍ଗର ପସରା। ଭାଇଚାରାର ଏହି ପର୍ବକୁ ସମସ୍ତେ ଅପେକ୍ଷା କରି ବସିଥାନ୍ତି। କେବଳ ମଣିଷ ନୁହଁନ୍ତି ଭଗବାନ ମଧ୍ୟ ବର୍ଷେ ବ୍ୟାପି ଅପେକ୍ଷା କରନ୍ତି ଫଗୁ ଖେଳିବାକୁ। ଅଧିକ ପଢନ୍ତୁ...

କଟକଣାରେ ରଙ୍ଗ ଉଡିବ, ଭର୍ଚୁଆଲରେ ଶୁଭେଚ୍ଛା ଛୁଟିବ
କଟକଣାରେ ରଙ୍ଗ ଉଡିବ, ଭର୍ଚୁଆଲରେ ଶୁଭେଚ୍ଛା ଛୁଟିବ
author img

By

Published : Mar 28, 2021, 1:34 PM IST

ହାଇଦ୍ରାବାଦ: ରଙ୍ଗ ମଖା ମୁହଁ, ରଙ୍ଗୀନ ପୋଷାକ ଓ ରଙ୍ଗିଲା ଆକାଶ । କାରଣ ଦିନକ ପରେ ଆସୁଛି ରଙ୍ଗର ପର୍ବ ହୋଲି। ଏହି ପର୍ବ ସୁଖ, ସମୃଦ୍ଧି ଓ ସଦଭାବନାର। ହେଲେ ଚଳିତ ବର୍ଷ କଟକଣାରେ ପାଳନ ହେବ ହୋଲି। ରଙ୍ଗ ଉଡିବ ହେଲେ ଦୂରତା ପାଳନ ହେବ। କାରଣ ପର୍ବ ପାଳନ ପୂର୍ବରୁ ସମସ୍ତେ ସୁରକ୍ଷିତ ରହିବା ଜରୁରୀ। ଘରେ ହୋଲି ଖେଳ ସହ ଭର୍ଚୁଆଲରେ ନିଜର ସାଙ୍ଗସାଥୀଙ୍କୁ ୱିସ୍ କରିବାକୁ ସରକାରଙ୍କ ଅପିଲ ରହିଛି।

କୋରୋନା ସଂକ୍ରମଣ ପୁଣି ଥରେ ଦେଶରେ କଡ ଲେଉଟାଉ ଥିବା ବେଳେ ପୂର୍ବ କଟକଣାକୁ ବଳବତ୍ତର ରଖିବାକୁ ସରକାର ନିୟମକୁ ଫେରାଇଛନ୍ତି। ଯେଉଁଥିରେ ସମୂହ ଏକାଠିକୁ ବାରଣ ସହ ସାମାଜିକ ଦୂରତାକୁ କଡାକଡି ଭାବେ ପାଳନ ହେବ। ଘରେ ରହି ସୁସ୍ଥ ଓ ସୁନ୍ଦର ଭାବେ ରଙ୍ଗର ପର୍ବ ପାଳିବାକୁ କୁହାଯାଉଛି।

ପର୍ବ ଓ ପରମ୍ପରା ନିଶାରେ ନିୟମ ଭାଙ୍ଗିବାର ସମ୍ଭାବନା ବେଶି ଥିବାରୁ ବିଭିନ୍ନ ସ୍ଥାନରେ କଟକଣା ଲଗାଯାଇଛି। ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସର୍ବସାଧାରଣରେ ହୋଲି ଖେଳିବାକୁ ବାରଣ କରିବା ସହ ନିୟମକୁ ବେଖାତିର କଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି। ହୋଲି ଖେଳ ଉପରେ ଧ୍ୟାନ ଦେବାକୁ ମଧ୍ୟ ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି।

ସେହିପରି ଉତ୍ତର ପ୍ରଦେଶରେ ନୋଏଡା, ଗାଜିଆବାଦ ଆଦି ବିଭିନ୍ନ ରାଜ୍ୟରେ ସରକାରୀ ମଞ୍ଜୁରୀ ବିନା ରଙ୍ଗ ଖେଳ ମନା। ଡିଜେ ବାଜିବନି କି ଏକତ୍ରିତ ସମାବେଶ ଆୟୋଜନ ହେବ ନାହିଁ। 10 ବର୍ଷରୁ କମ ଓ 60 ବର୍ଷରୁ ଉର୍ଦ୍ଧ୍ବ ଲୋକ ହୋଲି ଖେଳରେ ସାମିଲ ହୋଇପାରିବେ ନାହିଁ। ଘରେ ରହି ରଙ୍ଗ ଖେଳିବାକୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ୍ କହିଛନ୍ତି। କୌଣସି କାର୍ଯ୍ୟକ୍ରମରେ 100ରୁ ଉର୍ଦ୍ଧ୍ବ ଲୋକଙ୍କୁ ମନା।

ଗୋଆ ସରକାର ରାଜ୍ୟରେ ହୋଲି, ଇଦ୍ ଓ ଇଷ୍ଟର ପର୍ବରେ ଲୋକଙ୍କ ଭିଡ଼ ଆଶଙ୍କାରେ ୧୪୪ ଧାରା ଲାଗୁ କରିଛନ୍ତି । ଉତ୍ତର ଗୋଆର ଜିଲ୍ଲାପାଳ ଅଜିତ ରାୟଙ୍କ ନିଦ୍ଦେର୍ଶରେ ଜିଲ୍ଲାରେ ସର୍ବସାଧାରଣରେ ଉତ୍ସବ ପାଳନ, ଜନସମାବେଶ ଓ ଭିଡ଼ ହୋଇପାରିବ ନାହିଁ । ଯେଉଁ ବ୍ୟକ୍ତିମାନେ ଏହି ନିୟମକୁ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡ ସହିଂତା ଧାରା ୧୮୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅନ୍ୟପଟେ ଗୁରୁଗ୍ରାମ, ଫରିଦାବାଦ ଓ ହରିୟାଣାରେ ଘର ରଙ୍ଗ ଖେଳିବାକୁ ହରିୟାଣା ସରକାର ନିର୍ଦ୍ଦେଶ ଦେଇଛନ୍ତି। ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଏହି କଟକଣା ଓ କାନୁନରେ ଓଡିଶା ସରକାର ବି ସାମିଲ ଅଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.