ଶ୍ରୀନଗର: ସୋପିଆନ ଏନକାଉଣ୍ଟରରେ ମୃତ 2 ଆତଙ୍କବାଦୀ ମଧ୍ୟରୁ ଜଣେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଥିବା ଜଣାପଡିଛି । ମୃତ ହିଜବୁଲ ଆତଙ୍କବାଦୀ ଜଣକ ଟ୍ରେନିଂ ପାଇଁ ପାକିସ୍ତାନ ଯାଇଥିବା ବେଳେ ଗତ ସପ୍ତାହରେ ହିଁ କାଶ୍ମୀର ଫେରିଥିଲା ।
କାଶ୍ମୀର ପୋଲିସ ଆଇଜି ବିଜୟ କୁମାରଙ୍କ ସୂଚନା ଅନୁଯାୟୀ, ଶନିବାର ସଂଧ୍ୟାରେ ଦକ୍ଷିଣ କାଶ୍ମୀର ଶୋପିଆନର ୱାନଗାମରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏହି ଏନକାଉଣ୍ଟରରେ ମୃତ 2 ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଲଶ୍କର ଏ ତୋଇବାର ହୋଇଥିବା ବେଳେ ଆଉ ଜଣେ ହିଜବୁଲ ମୁଜାହିଦ୍ଦିନର ବୋଲି ଜଣାପଡିଛି ।
ଅପରେସନରେ 2 ଆତଙ୍କବାଦୀଙ୍କ ନିହତ ହୋଇଥିବା ସ୍ପଷ୍ଟ କରିଛି ଜମ୍ମୁ କାଶ୍ମୀର ପୋଲିସ । ମୃତ ଆତଙ୍କବାଦୀ ମଧ୍ୟରୁ ଜଣେ ଶୋପିଆନର ଇନାତୁହ୍ଲା ଶେଖ ହୋଇଥିବା ବେଳେ ସେ 2018ରେ ଅସ୍ତ୍ର ଟ୍ରେନିଂ ପାଇଂ ପାକିସ୍ତାନ ଯାଇଥିଲା । ସେ ହିଜବୁଲ ସହ ଜଡିତ ଥିବା ପୋଲିସ ସୂଚନା ଦେଇଛି ।