ETV Bharat / bharat

ଜାଣନ୍ତୁ ଯୋଶୀମଠ ସହ କ‘ଣ ରହିଛି ମହାଭାରତର ସମ୍ପର୍କ

author img

By

Published : Jan 30, 2023, 9:15 AM IST

ଉତ୍ତରାଖଣ୍ଡର ଯୋଶୀମଠ ସହିତ ଜଡିତ ମହାଭାରତର ରହସ୍ଯ । ଯୋଶୀମଠର ପୌରାଣିକ ଇତିହାସକୁ ଜାଣିବା ପାଇଁ ଅଧିକ ପଢ଼ନ୍ତୁ ।

ଯୋଶୀମଠର ପୌରାଣିକ ଇତିହାସ
ଯୋଶୀମଠର ପୌରାଣିକ ଇତିହାସ

ଡେରାଡୁନ୍‌: ଉତ୍ତରାଖଣ୍ଡର ଯୋଶୀମଠ ବିଷୟରେ ଆପଣ ଅନେକ ଦିନରୁ ଶୁଣିଥିବେ ବା ପଢ଼ିଥିବେ । ଯୋଶୀମଠରେ ଭୂମି ଦିନକୁ ଦିନ ଦବିବା ସହ ରାସ୍ତାଘାଟ ଫାଟି ଆଁ କରିଛି । ତେବେ ବାରମ୍ବାର ଭୂସ୍ଖଳନ ଫଳରେ ୬ଶହରୁ ଅଧିକ ଘରେ ଫାଟ ସୃଷ୍ଟି ହୋଇଛି । ଯୋଶୀମଠରେ ଭୂମି ଦବିବା ଫଳରେ ପରିସ୍ଥିତି ଦିନକୁ ଦିନ ବିପଜ୍ଜନକ ହୋଇପଡିବା ଖବର ତ ଅପଣ ଶୁଣୁଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଯୋଶୀମଠ ସହ ଜଡିତ କେତେକ ପୌରାଣିକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ।

ହିମାଳୟର ଦ୍ବାର: ଯୋଶୀମଠକୁ ଗେଟ ୱେ ଅଫ୍ ହିମାଳୟ ବା, ହିମାଳୟର ଦ୍ବାର କୁହାଯାଏ । ଭଗବାନ କେଦାରନାଥ ଧାମ ଏବଂ ବଦ୍ରିନାଥ ଧାମକୁ ଯିବା ପାଇଁ ଯୋଶୀମଠ ବେଶ ଗୁରୁତ୍ବ ବହନ କରୁଛି । ଏହାସହ ଯୋଶୀମଠରୁ ସ୍ବର୍ଗକୁ ଯିବା ପାଇଁ ସିଡିଥିବା ପୌରାଣିକ କିମ୍ବଦନ୍ତୀରେ ଉଲ୍ଲେଖ ରହିଛି । ଏଠାରୁ ମାତ୍ର ୫୦ କିଲୋମିଟର ଦୂରରେ ଆପଣ ଭାରତର ଶେଷ ଗାଁକୁ ଦେଖିପାରିବେ । ଏପରି ଲୋକଙ୍କ ବିଶ୍ୱାସ ଅଛି କି, ମହାଭାରତ ଅବଧି ଶେଷରେ ପାଣ୍ଡବମାନେ ଏଠାରୁ ସ୍ୱର୍ଗକୁ ଯାଇଥିଲେ ।

ଭୀମ କୁଣ୍ଡର ରହସ୍ୟ : ପୌରାଣିକ ମାନ୍ୟତା ଅନୁଯାୟୀ ପାଣ୍ଡବମାନଙ୍କ ସହ ଦୌପଦୀ ସ୍ୱର୍ଗକୁ ଯିବାବେଳେ ଯୋଶୀମଠ ନିକଟରେ ଥିବା ସରସ୍ୱତୀ ନଦୀ ପଡି଼ଥିଲା । ସରସ୍ୱତୀ ନଦୀ ପାର କରିବା ପାଇଁ ଦୌପଦୀଙ୍କୁ ସମସ୍ୟା ହେବା ଫଳରେ ଭୀମ ସେଠାରେ ଏକ ବଡ଼ ପଥର ରଖିଥିଲେ । କାଳକ୍ରମେ ପଥରଟି ହଟିଯିବା ଫଳରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି ଯାହା ଦେଖିବାକୁ ଏକ କୁଣ୍ଡପରି । ସରସ୍ୱତୀ ନଦୀ ଉପରେ ପ୍ରାକୃତିକ ଭାବରେ ଏକ ପଥର କୁଣ୍ଡ ନିର୍ମାଣକୁ ଭୀମକୁଣ୍ଡ କୁହାଯାଏ । ଏହାସହ ନଦୀ ନିକଟରେ ୨୦ ଫୁଟ ଲମ୍ବର ପାଦଚିହ୍ନ ମଧ୍ୟ ଦେଖିପାରିବେ । ଏହା ଭୀମଙ୍କ ପାଦ ବୋଲି ଅନେକଙ୍କ ବିଶ୍ବାସ ରହିଛି ।

ମହର୍ଷି ବ୍ୟାସ ଗୁମ୍ଫା: ଯୋଶୀମଠରୁ କିଛି ଦୂରରେ ରହଛି ମହର୍ଷି ବ୍ୟାସ ଗୁମ୍ଫା । ଏହି ଗୁମ୍ଫାରେ ମହର୍ଷି ବ୍ୟାସ ବେଦ ଏବଂ ଗୀତା ରଚନା କରିଥିବା ମାନ୍ୟତା ରହିଛି । ଏହି କାରଣରୁ ଏହି ଗୁମ୍ଫାକୁ ବ୍ୟାସ ଗୁମ୍ଫା ବୋଲି କୁହାଯାଏ । ଆପଣ ଏଠାରେ ଦେଖିପାରିବେ କି, ବ୍ୟାସ ଗୁମ୍ଫାରୁ କିଛି ଦୂରରେ ଗଣେଶ ଗୁମ୍ଫା ରହିଛି । ବିଶ୍ୱାସ କରାଯାଏ ଯେ, ମହର୍ଷି ବ୍ୟାସ ନିଜ ଗୁମ୍ଫାରୁ ଭଗବାନ ଗଣେଶଙ୍କୁ ମହାଭାରତ ଶୁଣାଇଥିଲେ । ତାପରେ ଭଗବାନ ଗଣେଶ ଏହାର ରଚନା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.