ETV Bharat / bharat

ଜ୍ଞାପବାପୀ ମସଜିଦ ମାମଲା: ବିବାଦୀୟ ପୋଷ୍ଟ କରି ବନ୍ଧା ହେଲେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ପ୍ରଫେସର

author img

By

Published : May 21, 2022, 12:20 PM IST

ଦିଲ୍ଲୀ ବିଶ୍ବବିଦ୍ୟାଳୟର ଆସୋସିଏଟ ପ୍ରଫେସର ରତନ ଲାଲ ଗିରଫ । ଜ୍ଞାପବାପୀ ମସଜିଦ ମାମଲାରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିବା ନେଇ ସେ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ

ଜ୍ଞାପବାପୀ ମସଜିଦ ମାମଲା: ବିବାଦୀୟ ପୋଷ୍ଟ ପାଇଁ ଗିରଫ ହେଲେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ପ୍ରଫେସର

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟ ହିନ୍ଦୁ କଲେଜର ଆସୋସିଏଟ ପ୍ରଫେସର ରତନ ଲାଲ ଗିରଫ । ଜ୍ଞାପବାପୀ ମସଜିଦ ମାମଲାରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିବା ନେଇ ସେ ଗିରଫ ହୋଇଛନ୍ତି । ଭାରତୀୟ ପିଙ୍ଗଳ କୋଡ ଧାରା 153A(ଦୁଇ ଗୋଷ୍ଠୀ/ସମ୍ପ୍ରଦାୟ ମଧ୍ୟରେ ଧର୍ମ, ଭାଷା, ଜନ୍ମସ୍ଥାନକୁ ନେଇ ଶତ୍ରୁତାକୁ ପ୍ରୋତ୍ସାହନ ଦେବା) ଏବଂ ଧାରା 295A(ଧାର୍ମିକ ଭାବନାକୁ କୁଠାରଘାତ କରିବା) ଅଧିନରେ ଶୁକ୍ରବାର ତାଙ୍କୁ ଗିରଫ କରାଯାଇଥିବା ଦିଲ୍ଲୀ ସାଇବର ପୋଲିସ ସୂଚନା ଦେଇଛି ।

ଗତ ମଙ୍ଗଳବାର ରାତିରେ ଦିଲ୍ଲୀର ଭିନିତ ଜିନ୍ଦଲ ନାମକ ଜଣେ ଆଇନଜୀବୀ ରତନ ଲାଲଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ, ରତଲ ଲାଲ ଶିବଲିଙ୍ଗକୁ ନେଇ ଅପମାନଜନକ ଏବଂ ଉତ୍ତେଜନାମୂଳକ ଟ୍ବିଟ୍ କରିଥିଲେ । ଜ୍ଞାନବାପୀ ମସଜିଦ କମ୍ପ୍ଲେସରେ ମିଳିଥିବା ଶିବଲିଙ୍ଗ ମାମଲାରେ ଏହି ପୋଷ୍ଟ କରାଯାଇଥିଲା । ଯାହାକି ଅତ୍ୟନ୍ତ ସମ୍ବେଦନଶୀଳ ମାମଲା ଅଟେ ଏବଂ ଏହା ବର୍ତ୍ତମାନ କୋର୍ଟରେ ବିଚାରଧୀନ ରହିଛି । ଏପରି ସ୍ଥିତିରେ ରତନ ଲାଲ ଶିବଲିଙ୍ଗ ଉପରେ ଏକ ଅପମାନଜନକ ଓ ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ କରିଛନ୍ତି ।

ନିଜ ପୋଷ୍ଟକୁ ନେଇ ରତନ ଲାଲ୍ କହିଛନ୍ତି ଯେ, ''ଭାରତରେ ଯଦି ତୁମେ କୌଣସି ବିଷୟରେ କହୁଛ, ତେବେ ତାହା ଦ୍ବାରା ଅନ୍ୟର ଭାବନାକୁ କ୍ଷତି ପହଞ୍ଚିବ । ତେଣୁ ଏହା କିଛି ନୂଆ କଥା ନୁହେଁ । ମୁଁ ଜଣେ ଐତିହାସିକ ଅଟେ ଏବଂ ପ୍ରାଚୀନ କୀର୍ତ୍ତିରାଜି ଉପରେ ଅନେକ ଗବେଷଣା କରିଛି । ମୁଁ ମୋ ପୋଷ୍ଟରେ ଅତ୍ୟନ୍ତ ଶାଳୀନତା ବ୍ୟବହାର କରିଛି । ତଥାପି ଏଥିପାଇଁ ମୋତେ ସଫେଇ ଦେବାକୁ ପଡୁଛି ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.