ଅହମ୍ମଦାବାଦ: କେନ୍ଦ୍ର ସରକାର ଦେଶର ପ୍ରତ୍ୟେକ ରାଜ୍ୟ ପାଇଁ ହିନ୍ଦୁ କ୍ୟାଲେଣ୍ଡର ଡିଜାଇନ କରିବେ । ଏହି ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶର ଉଜୈନରେ ଏକ ସମ୍ମିଳନୀ ଅନୁଷ୍ଠିତ ହେବ । ସମ୍ମିଳନୀରେ 300 ଜ୍ୟୋତିର୍ବିଜ୍ଞାନୀ, ପଞ୍ଚାଙ୍ଗ କର୍ତ୍ତା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହେବେ । ଅନୁଷ୍ଠିତ ବୈଠକରେ ଜାତୀୟ କ୍ୟାଲେଣ୍ଡର ପ୍ରସ୍ତୁତି ନେଇ ଆଲୋଚନା କରାଯିବ ।
ଦେଶ ସ୍ବାଧୀନତା ପାଇବା ପରେ ଭାରତରେ ମାତ୍ର କେତୋଟି କ୍ୟାଲେଣ୍ଡର ପ୍ରଚଳିତ ହେଉଛି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ବର୍ତ୍ତମାନ ଚାଲୁଥିବା ହିନ୍ଦୁ କ୍ୟାଲେଣ୍ଡର ଅସଲି ନୁହେଁ । ତେଣୁ ସରକାର ଏକ ଜାତୀୟ କ୍ୟାଲେଣ୍ଡର ପାଇଁ ପ୍ରସ୍ତାବ ଦିଆଯାଇଛନ୍ତି । ଏଥି ନିମନ୍ତେ ଦେଶର କୋଣ ଅନୁକୋଣରୁ ସମସ୍ତ ଜ୍ୟୋତିର୍ବିଜ୍ଞାନୀ ଏକତ୍ରିତ ହେବେ । ଆସନ୍ତା ଏପ୍ରିଲ 22 ଏବଂ 23 ତାରିଖରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ଯେଉଁଥିରେ ଜାତୀୟ କ୍ୟାଲେଣ୍ଡର ଡିଜାଇନ ପାଇଁ ଭୋଟ ପ୍ରସ୍ତୁତ ହେବ । ପଞ୍ଚାଙ୍ଗ ସମ୍ମିଳନୀକୁ ଗୁଜୁରାଟ ଭାବନଗରର ଶ୍ରିଦ୍ଧର ପଞ୍ଚଗ୍ବାଲାକୁ ନିମନ୍ତ୍ରଣ କରାଯାଇଛି । ଦେଶର ପ୍ରଥମ ଜାତୀୟ ହିନ୍ଦୁ କ୍ୟାଲେଣ୍ଡର ପ୍ରସ୍ତୁତ କରିବାରେ ଗୁଜୁରାଟର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଏହି କ୍ୟାଲେଣ୍ଡରରେ ସବୁ ରାଜ୍ୟର ଉତ୍ସବ ସହ ସଠିକ ଦିନ ନିର୍ଦ୍ଧାରଣ କରାଯିବ । ଯାହାକି ସ୍ବାଧୀନତା ପରେ ଦେଶରେ ଏଭଳ ପଦକ୍ଷେପ ପ୍ରଥମ ଥର ପାଇଁ ନିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ