ହାଇଦ୍ରାବାଦ: ହିମାଚଳପ୍ରଦେଶ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଖବର ସାମ୍ନାକୁ ଆସୁଛି । ସୋମବାର ତେଲେଙ୍ଗାନାର 65 ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ହୋଇଛି । ସୌଭାଗ୍ୟ ବସତଃ ଏହି ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ରାଜ୍ୟପାଳ ଦତ୍ତାତ୍ରେୟ ।
ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ହାଇଦ୍ରାବାଦ-ବିଜୟୱାଡା 65 ନମ୍ବର ଜାତୀୟ ରାଜପଥରେ ହୋଇଥିବା ଦୁର୍ଘଟଣାରେ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କର କୌଣସି କ୍ଷତି ହୋଇନାହିଁ । ମିଳିଥିବା ସୂଚନା ଅନୁସାରେ କାରର ଡ୍ରାଇଭର ଅଚାନକ ଷ୍ଟିୟରିଂକୁ ବାମ ଆଡକୁ ମୋଡି ଦେଇଥିଲା, ଯାହା ଫଳରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡିଥିଲା ।
ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ଗୋଟିଏ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ହାଇଦ୍ରାବାଦରୁ ଲାଲଗୋଣ୍ଡା ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣା ପରେ ମଧ୍ୟ ସେ ଆଉ ଏକ କାରରେ କାର୍ଯ୍ୟକ୍ରମ ସ୍ଥଳୀକୁ ଯାତ୍ରା କରିଥିଲେ ।