ସିମଲା: କୋଭିଡ ଟୀକାକରଣରେ(covid vaccination) ବିରଳ ସଫଳତା ହାସଲ କଲା ହିମାଚଳ ପ୍ରଦେଶ(Himachal Pradesh) । 18 ବର୍ଷରୁ ଉର୍ଦ୍ଧ୍ବ ସମସ୍ତେ ଡବଲ ଡୋଜ ଟିକା ଗ୍ରହଣ କରିବାରେ ହିମାଚଳ ପ୍ରଦେଶ ଭାରତର ପ୍ରଥମ ରାଜ୍ୟ ହୋଇପାରିଛି । ଏନେଇ ଶନିବାର ଜଣେ ସରକାରୀ ମୁଖପାତ୍ର କହିଛନ୍ତି।
ସେ ସୂଚନା ଦେଇଛନ୍ତି ଯେ ରାଜ୍ୟର 53 ଲକ୍ଷ 86 ହଜାର 393 ଯୋଗ୍ୟ ବୟସ୍କଙ୍କୁ ଦ୍ବିତୀୟ ଡୋଜ ଟିକା ଦିଆସରିଛି । ଏନେଇ ରବିବାର ଦିନ ବିଳାସପୁରର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS) ରେ କୋଭିଡ -19 କର୍ମୀଙ୍କୁ ସମ୍ମାନିତ କରିବା ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ମଧ୍ୟ ଅଂଶଗ୍ରହଣ କରିଥିଲେ।
ଏହି ସମୟରେ ଟୀକାକରଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କୁ ପ୍ରମାଣପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ତେବେ ହିମାଚଳ ପ୍ରଦେଶ ଟୀକାକରଣରେ ଏହି 100 ପ୍ରତିଶତ(100% Vaccination) ସଫଳତା ଅନ୍ୟ ରାଜ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ ନିଶ୍ଚୟ ।
@ANI